GST Rate Cut / ବଦଳିଲା GST ସ୍ଲାବ୍, ଶସ୍ତା ହେଲା ଦୈନନ୍ଦିନ ସାମଗ୍ରୀ

Key Points
ପୂଜା ଆଗରୁ ମୋଦୀ ସରକାରଙ୍କ ଭେଟି । GSTରେ ରହିବ କେବଳ ଦୁଇଟି ସ୍ଲାବ୍ । ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ ।
ପୂଜା ଆଗରୁ ମୋଦି ସରକାରଙ୍କ ବଡ଼ ଭେଟି । ଜିଏସଟି କାଉନସିଲର ୫୬ ତମ ବୈଠକରେ GST ଉପରେ ବଡ଼ ଫୈସଲା । ସାଧାରଣ ଲୋକଙ୍କ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଲାଗୁ ହୋଇଥିବା ଟିକସକୁ ଦିଆଯାଇଛି ଗୁରୁତ୍ବ । ଅଧିକାଂଶ କ୍ଷେତ୍ରରେ ଟିକସ ହାରକୁ ବ୍ୟାପକ ଭାବରେ ହ୍ରାସ କରାଯାଇଛି । ବିଶେଷ କରି ରୁଟି, ପରଟା, ଛେନା ପନିର ଉପରେ କୌଣସି ଟିକସ ରହିବ ନାହିଁ।
ଅତ୍ୟାବଶ୍ୟକ ସାମଗ୍ରୀ ଯେପରି -ସାମ୍ପୁ, ଟୁଥପେଷ୍ଟ, ସାବୁନ, ଟୁଥ୍ ବ୍ରସ୍, ସେଭିଙ୍ଗ କ୍ରିମରେ ପୂର୍ବରୁ ୧୮% GST ଥିବା ବେଳେ ଏବେ ତାହାକୁ ୫% କରାଯାଇଛି । ସେହିପରି ବଟର, ଘିଅ, ଛେନା, ବ୍ରେଡ୍, ନମକୀନ, ଭୁଜିଆ, ମିକ୍ସର, ବାସନକୁସନ, ନାପକିନ୍, ସିଲେଇ ମେସନ୍ ଓ ଯନ୍ତ୍ରାଂଶ କ୍ରୟରେ ପୂର୍ବରୁ ୧୨% GST ଲାଗୁ ହେଉଥିବା ବେଳେ ଏବେ ୫% ଲାଗୁ ହେବ ।
ସେହିପରି ସ୍ବାସ୍ଥ୍ୟକ୍ଷେତ୍ରରେ ମିଳିବ ରିହାତି । ପୂର୍ବରୁ ସ୍ବାସ୍ଥ୍ୟ ଓ ଜୀବନ ବୀମାରେ ୧୮% GST ଲାଗୁ ହେଉଥିବା ବେଳେ ଏବେ ୦% GST ଲାଗୁ ହେବ । ଏହା ସହ ଥର୍ମୋମିଟରରେ ୧୮% ବଦଳରେ ୫% ଓ ମେଡିକାଲ ଗ୍ରେଡ୍ ଅକ୍ସିଜେନ, ପରୀକ୍ଷା କିଟ୍, ଗ୍ଲୁକୋମିଟର, ଟେଷ୍ଟ ଷ୍ଟ୍ରିପ୍, ଚଷମା ଆଦିରେ ୧୨% ବଦଳରେ ୫% GST ଲାଗୁ ହେବ । ସବୁଠୁ ବଡ଼ କଥା ହେଉଛି ୩୩ଟି ଜୀବନରକ୍ଷାକାରୀ ଔଷଧ ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବନି ।
📱 Get Argus News App
✨ଜିଏସଟି ପରିଷଦର ୫୬ତମ ବୈଠକରେ କୃଷି, ଶିକ୍ଷା, ଅଟୋମୋବାଇଲ ଭଳି କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । କୃଷି ଓ ଚାଷକୁ ମିଳିବ ପ୍ରୋତ୍ସାହନ । ଟ୍ରାକ୍ଟର ଟାୟାର ଓ ଯନ୍ତ୍ରାଂଶ ୧୮%ରୁ ୫% , ଟ୍ରାକ୍ଟର, ବାଓ ପେଷ୍ଟିସାଇଡ୍, ସ୍ପ୍ରଙ୍କଲର କ୍ରୟରେ ୧୨% ଦଳରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ସେହିପରି ଶିକ୍ଷା ମଧ୍ୟ ସହଜ ହେବ । ମ୍ୟାପ୍, ଚାର୍ଟ, ଗ୍ଲୋବସ୍, ପେନସିଲ, କ୍ରେୟନ, ରବର, ବହି ଓ ନୋଟ୍ ବୁକରେ ପୂର୍ବରୁ ୧୨ % GST ଲେଗୁ ହେଇଥିବା ବେଳେ ଏବେ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ ।
ଅନ୍ୟପଟେ ଅଟୋମୋବାଇଲ ମଧ୍ୟ ସୁଲଭ ହେବ । ୧୨ ଶହ ସିସିରୁ କମ୍ ପେଟ୍ରୋଲ କାର ଓ ୧୫ ଶହ ସିସିରୁ କମ୍ ଡିଜେଲ କାରରେ ୨୮% GST ବଦଳରେ ୧୮% GST ଲାଗୁ ହେବ । ଏହା ସହ ତିନି ଚକିଆ ଯାନ, ୩୫୦ ସିସି ମୋଟର ସାଇକେଲ, ମାଲବାହୀ ମୋଟର ଯାନେ ୨୮% GST ପରିବର୍ତ୍ତେ ୧୮% GST ଲାଗୁ ହେବ । ସେହିପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଶସ୍ତା ହେବ । ଏସି, ଟେଲିଭିଜନ୍, ମନିଟର, ପ୍ରୋଜେକ୍ଟର, ବାସନ ମଜା ମେସିନ୍ ଆଦି ସାମଗ୍ରୀରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ ।
Related Topics
Explore more stories