Sex Racket Busted / ଗେଷ୍ଟ ହାଉସରେ ସେକ୍ସ ରାକେଟ୍! ୪ ଯୁବତୀ ଉଦ୍ଧାର, ଜଣେ ଗିରଫ
·2 hours ago·2 min read

Key Points
ଗେଷ୍ଟ ହାଉସ୍ରେ ଚାଲିଥିଲା ଦେହ ବ୍ୟବସାୟ
ସେକ୍ସ ରାକେଟ୍ର ପର୍ଦ୍ଦାଫାସ କଲା ପାଟନା ପୋଲିସ
୪ ଯୁବତୀ ଉଦ୍ଧାର, ଜଣେ ଯୁବକ ଗିରଫ

ପାଟନା,୧୩/୦୯: ଗେଷ୍ଟ ହାଉସ୍ରେ ଚାଲିଥିଲା ଦେହ ବ୍ୟବସାୟର କାରବାର। ଦୀର୍ଘ ଦିନ ଧରି ଚାଲିଥିବା ଏହି କଥିତ ସେକ୍ସ ରାକେଟ୍ର ପର୍ଦ୍ଦାଫାସ କରିଛି ପୋଲିସ। ପାଟନାର ରାଜୀବନଗର ଥାନା ଅଧୀନ ଘୁଦ୍ଦୌର ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସ୍ରେ ଚଢ଼ାଉ କରି ପୋଲିସ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ଗତ ପ୍ରାୟ ୬ ମାସ ଧରି ଏହି ଗେଷ୍ଟ ହାଉସ୍ରେ ସନ୍ଦେହଜନକ ତଥା ଅନୈତିକ କାର୍ଯ୍ୟକଳାପ ଚାଲିଥିବା ନେଇ ଅଭିଯୋଗ ଆସୁଥିଲା। ମାମଲାର ଗମ୍ଭୀରତାକୁ ଦେଖି ଏସଏସପି ସେଲ୍ର ଏସଆଇୟୁ ଟିମ୍ ଏହା ଉପରେ ନଜର ରଖିଥିଲା। ପ୍ରାୟ ଦୁଇ ମାସ ଧରି ତଦନ୍ତ ଓ ନଜରଦାରୀ ପରେ ପୋଲିସ ଚଢ଼ାଉ କରିଥିଲା।
ଗୁରୁବାର ଦିନ ପୋଲିସକୁ ଖବର ମିଳିଥିଲା ଯେ, ଗେଷ୍ଟ ହାଉସ୍ର ବିଭିନ୍ନ କୋଠରୀରେ କିଛି ଯୁବକ ଓ ଯୁବତୀ ରହିଛନ୍ତି। ଏହାପରେ ସ୍ଥାନୀୟ ପୋଲିସ ଓ ଏସଏସପି ସେଲ୍ର ଏସଆଇୟୁ ଟିମ୍ ମିଳିତ ଭାବେ ଗେଷ୍ଟ ହାଉସ୍ରେ ଚଢ଼ାଉ କରିଥିଲେ। ଗ୍ରାଉଣ୍ଡ ଫ୍ଲୋରଠାରୁ ଆରମ୍ଭ କରି ଚତୁର୍ଥ ମହଲା ପର୍ଯ୍ୟନ୍ତ ପ୍ରତ୍ୟେକ କୋଠରୀରେ ପୋଲିସ ତଲାସୀ କରିଥିଲା।
ତଲାସୀ ବେଳେ ବିଭିନ୍ନ କୋଠରୀରୁ ୪ ଜଣ ଯୁବତୀ ଓ ଜଣେ ଯୁବକଙ୍କୁ ପୋଲିସ ଧରିଥିଲା। କିଛି ଲୋକଙ୍କୁ ଆପତ୍ତିଜନକ ପରିସ୍ଥିତିରେ ଠାବ କରାଯାଇଥିବା ପୋଲିସ କହିଛି। ଚଢ଼ାଉ ସମୟରେ କୋଠରୀରୁ ଆପତ୍ତିଜନକ ସାମଗ୍ରୀ, ନଗଦ ଟଙ୍କା ଏବଂ ୫ଟି ମୋବାଇଲ ଫୋନ୍ ଜବତ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଖାକି ଉପରେ ମାଫିଆଙ୍କ ଆକ୍ରମଣ, ପୋଲିସ ଉପରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ
ଉଦ୍ଧାର ହୋଇଥିବା ଯୁବତୀମାନଙ୍କ ମଧ୍ୟରୁ ୨ ଜଣ ଉତ୍ତରପ୍ରଦେଶର, ଜଣେ ପଶ୍ଚିମବଙ୍ଗର ଏବଂ ଅନ୍ୟ ଜଣେ ଝାଡ଼ଖଣ୍ଡର ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ ରାଜୀବନଗର ଥାନାକୁ ନିଆଯାଇ ପଚରାଉଚରା କରାଯାଉଛି। ଏହି ଯୁବତୀମାନଙ୍କୁ କିପରି ଗେଷ୍ଟ ହାଉସ୍କୁ ଅଣାଯାଇଥିଲା, ସେମାନଙ୍କୁ କେତେ ଟଙ୍କା ଦିଆଯାଉଥିଲା ଏବଂ ଗ୍ରାହକମାନଙ୍କ ସହ ଯୋଗାଯୋଗ କିପରି ହେଉଥିଲା, ସେନେଇ ତଦନ୍ତ ଚାଲିଛି।
ତେବେ ଚଢ଼ାଉ ବେଳେ ଗେଷ୍ଟ ହାଉସ୍ରେ ହୋଇଥିଲା ହାଇଡ୍ରାମା। ପୋଲିସକୁ ଦେଖି ଗେଷ୍ଟ ହାଉସ୍ର ମ୍ୟାନେଜର ଏବଂ କିଛି କର୍ମଚାରୀ ପଛପଟ ଦ୍ୱାର ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ ଆଉ କିଛି ଯୁବକ ମଧ୍ୟ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏସଡିପିଓ-୨ ଆଇନ ଓ ଶୃଙ୍ଖଳା ସୁଷମା ସାଗରଙ୍କ ସୂଚନା ଅନୁସାରେ, ପ୍ରାୟ ୬ ମାସ ଧରି ଗେଷ୍ଟ ହାଉସ୍କୁ ନେଇ ସନ୍ଦେହଜନକ କାର୍ଯ୍ୟକଳାପର ଅଭିଯୋଗ ଆସୁଥିଲା। ଏସଆଇୟୁ ଟିମ୍ ଗତ ଦୁଇ ମାସ ଧରି ମାମଲା ଉପରେ ନଜର ରଖିଥିଲା। ଗୁରୁବାର ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଚଢ଼ାଉ କରାଯାଇଥିଲା।
ଏବେ ପୋଲିସର ଫୋକସ୍ରେ ଗେଷ୍ଟ ହାଉସ୍ର ମ୍ୟାନେଜର ଓ ଫେରାର ଅନ୍ୟ ବ୍ୟକ୍ତିମାନେ। ଏହି କାରବାର ପଛରେ ଆଉ କିଏ କିଏ ସାମିଲ ଅଛନ୍ତି, କେତେ ଦିନ ଧରି ଏହା ଚାଲିଥିଲା ଏବଂ ଏହାର ନେଟୱର୍କ କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Related Topics
Explore more stories