Videos
|
Odisha

Police Under Mafia Attack / ଖାକି ଉପରେ ମାଫିଆଙ୍କ ଆକ୍ରମଣ, ପୋଲିସ ଉପରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ

Bikash Mohanty
Browse all articles by Bikash Mohanty
·2 hours ago·2 min read
ଖାକି ଉପରେ ମାଫିଆଙ୍କ ଆକ୍ରମଣ, ପୋଲିସ ଉପରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ
Police

Key Points

ଖାକି ଉପରେ ମାଫିଆଙ୍କ ଆକ୍ରମଣ
ସୋରୋରେ ଅବକାରୀ ଗାଡ଼ି ଭାଙ୍ଗିଲେ ମାଫିଆ
ଜଗତସିଂହପୁରରେ  ପୋଲିସ୍ ଉପରେ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ
ସୋରୋ,୧୩/୦୯: ମଦ ମାଫିଆଙ୍କ ଦବଙ୍ଗଗିରି, ଭାଙ୍ଗିଲେ ଅବକାରୀ ଗାଡି l ବାଲେଶ୍ବର  ଜିଲା ସୋରୋରେ  ଦେଶୀ ମଦ ବୋଝେଇ ପିକଅପ୍ ଜବତ ବେଳେ ଅବକାରୀ ଟିମ୍ ଉପରେ ମଦ ମାଫିଆ କଲେ  ଆକ୍ରମଣ। ସୋରୋର ନାୟକବନ୍ଧ ଛକ ନିକଟରେ ଅବକାରୀ ବିଭାଗର ଗାଡ଼ି ଉପରକୁ ପଥରମାଡ଼ ସହ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଅବକାରୀ ବିଭାଗର ବୋଲେରୋ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ଅନୁସାରେ, କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ, ୟୁନିଟ୍-୨ର ଏକ ଟିମ୍ ୧୬ ନମ୍ବର ଜାତୀୟ ରାଜପଥର ନାୟକବନ୍ଧ ଛକ ନିକଟରେ ଏକ ପିକଅପ୍‌କୁ ଅଟକାଇଥିଲା। ଗାଡ଼ିର ନମ୍ବର ଓଡି-୦୧-ସି-୫୧୦୮ ନମ୍ବର ବିଶିଷ୍ଟ  ପିକଅପ୍‌ରେ ଦେଶୀ ମଦ ଥିବା ସନ୍ଦେହରେ ଅବକାରୀ ଟିମ୍ ଯାଞ୍ଚ ଆରମ୍ଭ କରିବା ବେଳେ ଘଟିଥିଲା ଅପ୍ରୀତିକର ଘଟଣା। ପିକଅପ୍‌କୁ ଏସକର୍ଟ ଦେଉଥିବା କିଛି ଯୁବକ ହଠାତ୍ ଅବକାରୀ ଟିମ୍‌ର ଗାଡ଼ି ଉପରକୁ ପଥରମାଡ଼ କରିଥିଲେ। ଏହାସହ ଅବକାରୀ ବିଭାଗର ବୋଲେରୋକୁ ଧକ୍କା ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି।

ଆକ୍ରମଣ ସତ୍ତ୍ୱେ ଅବକାରୀ ଟିମ୍ ପଛକୁ ହଟିନଥିଲା। ପିକଅପ୍‌ରେ ଯାଞ୍ଚ କରିବା ପରେ ବିପୁଳ ପରିମାଣର ଦେଶୀ ମଦ ଥିବା ଜଣାପଡ଼ିଥିଲା। ପରେ ଗାଡ଼ିଟିକୁ ଜବତ କରିବା ସହ ଘଟଣାରେ ନୀଳଗିରି ଗ୍ରାମ ଘାଟଘର ସାହି ଅଞ୍ଚଳର ତପନ ମଲ୍ଲିକଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଘଟଣାରେ ଅବକାରୀ ଟିମ୍ ଉପରେ ଆକ୍ରମଣ କରିଥିବା ଅନ୍ୟମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।

ପଢନ୍ତୁ ଏହି ଖବର: ଫଳ ଉପରେ କେମିକାଲ ବ୍ୟବହାର ପଡ଼ିଲା ମହଙ୍ଗା, ୨୦ କେଜି କଦଳୀ ଜବତ, ଜରିମାନା ଲାଗୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ  ଖାକି ଉପରେ ଡ୍ରଗ୍ସ ମାଫିଆଙ୍କ ଆକ୍ରମଣ। ଡ୍ରଗ୍ସ କାରବାର ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଉପରକୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ। ଏଥିରେ ପୋଲିସ କନେଷ୍ଟବଳ ନିତ୍ୟାନନ୍ଦ ସେନାପତି ଗୁରୁତର ଆହତ ହୋଇଛନ୍ତି।

ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଡ୍ରଗ୍ସ କାରବାର ସମ୍ପର୍କରେ ଖବର ମିଳିଥିଲା। ଏହାପରେ ପୋଲିସ ଟିମ୍ ଚଢ଼ାଉ କରିବାକୁ ଯାଇଥିଲା। ତେବେ ମାଫିଆମାନେ ପୋଲିସକୁ ଦେଖି କାର୍‌ରେ ଧକ୍କା ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କାର୍ ଧକ୍କାରେ କନେଷ୍ଟବଳ ନିତ୍ୟାନନ୍ଦ ସେନାପତି ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ପୋଲିସ ତୁରନ୍ତ ଆକ୍ସନକୁ ଆସି ମୁଖ୍ୟ ଅଭିଯୁକ୍ତ ଡ୍ରଗ୍ସ ମାଫିଆ ଭିକି ପରିଜା ଓ ଜାକି ପରିଜାଙ୍କୁ ଗିରଫ କରିଛି।

ତେବେ ଘଟଣାସ୍ଥଳରୁ ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଛି।