Rivaba Jadeja / ଜାଡେଜାଙ୍କ ପତ୍ନୀ ହେଲେ ଗୁଜରାଟ ମନ୍ତ୍ରୀ, ଆଜି ନେଲେ ଶପଥ

Key Points
ଗୁଜରାଟ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ । ଜାଡେଜାଙ୍କ ପତ୍ନୀଙ୍କୁ ମିଳିଲା ବଡ଼ ପଦବୀ । ଗୁଜରାଟ କ୍ୟାବିନେଟରେ ହେଲେ ସାମିଲ ।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ସମସ୍ତ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ଶୁକ୍ରବାର ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ପୁର୍ନଗଠନ ହୋଇଛି । ଶୁକ୍ରବାର ଗୁଜୁରାଟ କ୍ୟାବିନେଟରେ ମୋଟ ୨୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗାମୀ ଲୋକାଲ ବଡି ନିର୍ବାଚନ ଏବଂ ୨୦୨୭ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହି ପଦକ୍ଷେପ ନେଇଛି।
ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କୁ ମଧ୍ୟ ନୂଆ କ୍ୟାବିନେଟ୍ରେ ସାମିଲ କରାଯାଇଛି । ଜାମନଗର ଉତ୍ତରର ବିଜେପି ବିଧାୟକ ରିଭାବା ଏବେ ସରକାରଙ୍କ ଅଂଶ ହୋଇଛନ୍ତି । ସେ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି ।
#WATCH | BJP MLA Rivaba Jadeja takes oath as Gujarat Cabinet minister in Gandhinagar pic.twitter.com/mJzv53J2C0
📱 Get Argus News App
✨
ରିଭାବା ଜାଡେଜା ୨୦୧୯ରେ ବିଜେପିରେ ସାମିଲ ହୋଇଥିଲେ । ଭୋଟ୍ ରାଜନୀତିରେ ପ୍ରବେଶ କରିବା ପରେ ସେ ବହୁତ୍ ଶୀଘ୍ର ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ଜାମନଗର ଉତ୍ତର ଆସନରୁ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କ ସ୍ୱାମୀ ରବିନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ ।
ଅଧିକ ପଢ଼ନ୍ତୁ: ୧୩ ହଜାର ୪୩୦ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ-ଶିଳାନ୍ୟାସ
ଗୁଜରାଟ ବିଧାନସଭା ନିର୍ବାଚନରେ ରବୀନ୍ଦ୍ର ଓ ରିଭାବାଙ୍କ କଠିନ ପରିଶ୍ରମ ସଫଳ ହୋଇଥିଲା । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆମ ଆଦମୀ ପାର୍ଟିର କରସନଭାଇ କରମୁରଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କରସନଭାଇ କରମୁର ୨୩ ପ୍ରତିଶତ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ ।
ରିଭାବାଙ୍କ ପରିବାର ଏବଂ ଜୀବନ ସର୍ବଦା ଚର୍ଚ୍ଚା ପରିସରରେ ରହିଥାଏ । ଗୋଟିଏ ପଟେ ରବୀନ୍ଦ୍ର ଜାଡେଜା ଭାରତୀୟ କ୍ରିକେଟରେ ଜଣେ ଷ୍ଟାର ଅଲରାଉଣ୍ଡର ହୋଇଥିବାବେଳେ ରିଭାବା ନିଜକୁ ଜଣେ ଦୃଢ, ସ୍ପଷ୍ଟବାଦୀ ମହିଳା ଭାବରେ ପ୍ରତିଷ୍ଠିତ କରିଛନ୍ତି । ତାଙ୍କର ନୂତନ ପଦବୀ ତାଙ୍କ ରାଜନୈତିକ କ୍ୟାରିୟରରେ କେବଳ ଏକ ମାଇଲଖୁଣ୍ଟ ନୁହେଁ ବରଂ ଗୁଜୁରାଟରେ ମହିଳା ସଶକ୍ତିକରଣ ପାଇଁ ଏକ ଦୃଢ ପଦକ୍ଷେପ ।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ତ୍ରିକମ ବିଜଲ ଛଙ୍ଗା, ସ୍ବରୂପଜୀ ସର୍ଦ୍ଦାରଜୀ ଠାକୁର, ପ୍ରବୀଣ ମାଲି, ଋଷିକେଶ ପଟେଲ, ପିସି ବରଣ୍ଡା, ଦର୍ଶନା ବାଘେଲା, କାନ୍ତିଲାଲ ଅମୃତିଆ, କୁୱଁରଜୀଭାଇ ବାବଲିଆ, ରିବାବା ଜାଦେଜା, ଅର୍ଜୁନ ମୋଢ଼ୱାଡିୟା, ଡ. ପ୍ରଦ୍ୟୁମ୍ନ ୱାଜା, କୌଶିକ୍ ବେକରିୟା, ପରଷୋତ୍ତମ ସୋଲଙ୍କି, ଜିତେନ୍ଦ୍ର ବାଘାନି, ରମଣ ସୋଲଙ୍କି, କମଲେଶ ପଟେଲ, ସଞ୍ଜୟ ସିଂ ମହିଡା, ରମେଶ କଟାରା, ପ୍ରଫୁଲ୍ଲ ପାନସେରିଆ, ହର୍ଷ ସାଙ୍ଗବୀ, ମନୀଷା ବକିଲ ଏବଂ ଈଶ୍ୱର ସିଂ ପଟେଲ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଗୁଜୁରାଟର ୯ଜଣ ପୂର୍ବତନ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଥିବାବେଳେ ୬ଜଣ ପୁରୁଣା ଚେହେରାକୁ ନୂତନ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି।
Related Topics
Explore more stories