Brutal Murder News / ସହକର୍ମୀଙ୍କ ସହ ପ୍ରେମ ସମ୍ପର୍କ ପାଇଁ ସ୍ତ୍ରୀ ପିଲାଙ୍କୁ ହତ୍ୟା କଲେ ଗୁଜରାଟ ବନ ଅଧିକାରୀ
·9 months ago·2 min read

Key Points
ପାରିବାରିକ କଳହ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ଅନୁମାନ କରୁଛି। ତେବେ ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଭାବନଗରରେ ଏକାଠି ରହିବାକୁ ବାରମ୍ବାର କହୁଥିଲେ, ଯାହାକୁ ସେ ବିରୋଧ କରୁଥିଲେ ଏବଂ ଏହି କାରଣରୁ ସେ ତାଙ୍କୁ ତକିଆରେ ଚାପି ହତ୍ୟା କରିଥିଲେ।
ପରକୀୟା ସମ୍ପର୍କ ପାଇଁ ନିଜ ସୁନାର ସଂସାରକୁ ନିଜ ହାତରେ ଉଜାଡ଼ିଦେଇଛନ୍ତି। ଗୁଜୁରାଟର ଜଣେ ବନ ଅଧିକାରୀ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଘର ନିକଟରେ ଥିବା ଏକ ଗାତରେ ପୋତି ଦେଇଥିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ବନ ଅଧିକାରୀ ଶୈଳେଶ ଖାମ୍ବଲା (୩୯)ଙ୍କର ଜଣେ ମହିଳା ସହକର୍ମୀଙ୍କ ସହ ପ୍ରାୟ ଚାରି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ବୋଲି ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ଆସିଷ୍ଟାଣ୍ଟ କନଜରଭେଟର ଅଫ୍ ଫରେଷ୍ଟ (ACF) ଥିବା ଶୈଳେଶ ଖାମ୍ବଲା ୨୦୨୨ ମସିହାରେ ଜଣେ ମହିଳା ବନ କର୍ମଚାରୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ, ଯାହା ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ମହିଳା ଜଣକ ସାମିଲ ଅଛନ୍ତି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ତାଙ୍କୁ ପଚରାଉଚରା କରିଛି।
ଏହାସହ ପଢ଼ନ୍ତୁ: ପ୍ରେମିକ ପୋଛିଦେଲା ମଥା ସିନ୍ଦୂର, ସ୍ଵାମୀକୁ ଗୁଳି ପାଇଁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର
ଅଭିଯୁକ୍ତଙ୍କ ପତ୍ନୀ ନୟନା (୪୦), ଝିଅ ପ୍ରିଥା (୧୩) ଏବଂ ପୁଅ ଭବ୍ୟ (୯) ସୁରଟରେ ରହୁଥିବା ବେଳେ ଛୁଟି କାଟିବା ପାଇଁ ଭାବନଗର ଆସିଥିଲେ। କିଛି ଦିନ ପରେ ସେମାନେ ନିଖୋଜ ହୋଇଯାଇଥିଲେ। ନଭେମ୍ବର ୫ ତାରିଖରେ ଅଭିଯୁକ୍ତ ଶୈଳେଶ ତାଙ୍କ ସ୍ତ୍ରୀ ଓ ପିଲାମାନେ ଅଟୋ-ରିକ୍ସାରେ ଚାଲିଯାଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଯାହାକୁ ସୁରକ୍ଷାକର୍ମୀ ଅସ୍ୱୀକାର କରିଥିଲେ। ଖାମ୍ବଲାଙ୍କର ଅସ୍ୱାଭାବିକ ଆଚରଣ ଓ ନିଖୋଜ ପରିବାର ପ୍ରତି ଉଦାସୀନତା ଯୋଗୁଁ ପୋଲିସର ସନ୍ଦେହ ବଢ଼ିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ ଅଭିଯୁକ୍ତ ତାଙ୍କ ଜଣେ କନିଷ୍ଠ ଅଧିକାରୀ ଗିରିଶ ଭାନିଆଙ୍କୁ ନଭେମ୍ବର ୨ରେ ଘର ପଛପଟେ ଆବର୍ଜନା ପକାଇବାକୁ ଦୁଇଟି ଗାତ ଖୋଳିବାକୁ କହିଥିଲେ। ୪ ଦିନ ପରେ ସେ ସେହି ଗାତ ପୋତିବାକୁ ଭାନିଆଙ୍କୁ ଡମ୍ପର ପଠାଇବାକୁ କହିଥିଲେ ଏବଂ ଏହାର କାରଣ ଦର୍ଶାଇଥିଲେ ଯେ ଏକ ନୀଳଗାଈ ଗାତରେ ପଡ଼ିଯାଇଛି। ଶେଷରେ, ନଭେମ୍ବର ୧୬ ତାରିଖରେ ପୋଲିସ ଗାତ ଭିତରୁ ଶୈଳେଶଙ୍କ ସ୍ତ୍ରୀ ଓ ପିଲାମାନଙ୍କର ମୃତଦେହ ଉଦ୍ଧାର କରିଥିଲା।
ଏହାସହ ପଢ଼ନ୍ତୁ: Al Falah Universityରେ ପାଠ ପଢ଼ା ହେଉଥିଲା ନା ଆତଙ୍କବାଦୀ ତିଆରି ହେଉଥିଲେ ?
ପଚରାଉଚରା ବେଳେ ଖାମ୍ବଲା ଅପରାଧ ସ୍ୱୀକାର କରିଥିଲେ ଏବଂ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି କହିଥିଲେ। ମୃତଦେହ ପୋତିବା ପୂର୍ବରୁ ସେ ସ୍ତ୍ରୀଙ୍କ ଫୋନରୁ ନିଜକୁ ଏକ ବାର୍ତ୍ତା ପଠାଇଥିଲେ ଯେ ସେ ଅନ୍ୟ କାହା ସହିତ ରହିବାକୁ ଯାଉଛନ୍ତି। ପରେ ଫୋନକୁ ଫ୍ଲାଇଟ ମୋଡରେ ରଖି ଦେଇଥିଲେ।
ପାରିବାରିକ କଳହ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ଅନୁମାନ କରୁଛି। ତେବେ ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଭାବନଗରରେ ଏକାଠି ରହିବାକୁ ବାରମ୍ବାର କହୁଥିଲେ, ଯାହାକୁ ସେ ବିରୋଧ କରୁଥିଲେ ଏବଂ ଏହି କାରଣରୁ ସେ ତାଙ୍କୁ ତକିଆରେ ଚାପି ହତ୍ୟା କରିଥିଲେ।
ଏହାସହ ପଢ଼ନ୍ତୁ: Al Falah Universityରେ ପାଠ ପଢ଼ା ହେଉଥିଲା ନା ଆତଙ୍କବାଦୀ ତିଆରି ହେଉଥିଲେ ?
ପଚରାଉଚରା ବେଳେ ଖାମ୍ବଲା ଅପରାଧ ସ୍ୱୀକାର କରିଥିଲେ ଏବଂ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି କହିଥିଲେ। ମୃତଦେହ ପୋତିବା ପୂର୍ବରୁ ସେ ସ୍ତ୍ରୀଙ୍କ ଫୋନରୁ ନିଜକୁ ଏକ ବାର୍ତ୍ତା ପଠାଇଥିଲେ ଯେ ସେ ଅନ୍ୟ କାହା ସହିତ ରହିବାକୁ ଯାଉଛନ୍ତି। ପରେ ଫୋନକୁ ଫ୍ଲାଇଟ ମୋଡରେ ରଖି ଦେଇଥିଲେ।
ପାରିବାରିକ କଳହ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ଅନୁମାନ କରୁଛି। ତେବେ ଅଭିଯୁକ୍ତ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଭାବନଗରରେ ଏକାଠି ରହିବାକୁ ବାରମ୍ବାର କହୁଥିଲେ, ଯାହାକୁ ସେ ବିରୋଧ କରୁଥିଲେ ଏବଂ ଏହି କାରଣରୁ ସେ ତାଙ୍କୁ ତକିଆରେ ଚାପି ହତ୍ୟା କରିଥିଲେ।
Related Topics
Explore more stories