Videos
|
Crime

Crime In India / ପ୍ରେମିକ ପୋଛିଦେଲା ମଥା ସିନ୍ଦୂର, ସ୍ଵାମୀକୁ ଗୁଳି ପାଇଁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର

Sushanta Sahoo
Browse all articles by Sushanta Sahoo
·9 months ago·2 min read
ପ୍ରେମିକ ପୋଛିଦେଲା ମଥା ସିନ୍ଦୂର, ସ୍ଵାମୀକୁ ଗୁଳି ପାଇଁ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର

Key Points

ବିବାହର ମାତ୍ର ୭ ଦିନ ପରେ ସ୍ଵାମୀକୁ ହତ୍ୟା କରାଯାଇଛି । ଆଉ ଏହି ଜଘନ୍ୟ ହତ୍ୟା ପଛରେ ସ୍ତ୍ରୀ ଥିବା ଅଭିଯୋଗ ହୋଇଛି । ପ୍ରେମିକ ସହ ମିଶି ସ୍ଵାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମଧ୍ୟ ଯୋଜନା କରିଥିଲା ସ୍ତ୍ରୀ ।
ଲକ୍ଷ୍ନୌ: ବର, କନ୍ୟା ରାଜିହେଲେ । ଦୁଇ ପରିବାର ଏକାଠି ବସି ଦୁହିଁଙ୍କ ବାହାଘର କରାଇଲେ । ହେଲେ ଅଷ୍ଟମଙ୍ଗଳାର ଅନ୍ଧାର ରାତିରେ ସ୍ଵାମୀକୁ ହେଲା ଗୁଳିମାଡ଼ । ସେଇଠି ହିଁ ଟଳି ପଡ଼ିଲା ସ୍ଵାମୀ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ ।

ବିବାହର ମାତ୍ର ୭ ଦିନ ପରେ ସ୍ଵାମୀକୁ ହତ୍ୟା କରାଯାଇଛି । ଆଉ ଏହି ଜଘନ୍ୟ ହତ୍ୟା ପଛରେ ସ୍ତ୍ରୀ ଥିବା ଅଭିଯୋଗ ହୋଇଛି । ପୋଲିସ ଅନୁସାରେ, ବିବାହ ପରେ ପ୍ରେମିକ ସହ କଥା ହେଉଥିଲେ ଯୁବତୀ ଜଣଙ୍କ । ପ୍ରେମିକ ସହ ମିଶି ସ୍ଵାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ମଧ୍ୟ ଯୋଜନା କରିଥିଲେ ।

ଏଥିସହ ପଢ଼ନ୍ତୁ: ଦୁବାଇରେ ତେଜସ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ ମୃତ

ମୃତକ ହେଉଛନ୍ତି ୨୫ ବର୍ଷୀୟ ଅନୀସ । ଘର ବାହାରେ ସନ୍ଧ୍ୟା ଭ୍ରମଣ ସମୟରେ ଗୁରୁବାର ଅନୀସଙ୍କୁ ହତ୍ୟା କରାଯାଇଛି । ହତ୍ୟା ପାଇଁ ରୁକ୍ସାନାଙ୍କୁ ଅନୀସ କେଉଁଆଡ଼େ ଯାଉଛନ୍ତି ସେନେଇ ତଥ୍ୟ ମାଗିଥିଲା ରିଙ୍କୁ । ଆଉ ରୁକ୍ସାନା, ସ୍ଵାମୀ କେଉଁ ଆଡ଼େ ଯାଉଛନ୍ତି ମେସେଜ୍ ମାଧ୍ୟମରେ ଜଣାଉଥିଲେ । ଆଉ ଏହାପରେ ରାସ୍ତାରେ ଛକି ରହିଥିବା ରିଙ୍କୁ ପଏଣ୍ଟ ବ୍ଲାଙ୍କ୍‌ରୁ ଅନୀସକୁ ଦେଶୀ ବନ୍ଧୁକରୁ ମୁଣ୍ଡକୁ ଗୁଳି କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁଳିମାଡ଼ ପରେ ଘଟଣାସ୍ଥଳରେ ହିଁ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଅନୀସ । ପରିବାର ଲୋକେ ଅନୀସଙ୍କୁ ଅଯୋଧ୍ୟାର ଶ୍ରୀରାମ ହସ୍ପିଟାଲ୍‌କୁ ନେଇଥିଲେ । ସେଠାରୁ ତାଙ୍କୁ ମେଡିକାଲ୍ କଲେଜ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଅନୀସଙ୍କ ମୃତ୍ୟୁ ହୋଇଛି ।

ହାଇଡ୍ରା କ୍ରେନ୍ ଅପରେଟର୍ ଭାବେ କାମ କରୁଥିବା ଅନୀସ ନଭେମ୍ବର ୧୦ରେ ମୁମ୍ବାଇରୁ ଘରକୁ ଫେରିଥିଲେ । ଗୋଣ୍ଡାର ରୁକ୍ସାନାଙ୍କ ସହ ନଭେମ୍ବର ୧୩ରେ ଅନୀସଙ୍କ ବିବାହ ହୋଇଥିଲା । ତେବେ ରିଙ୍କୁ ସହ ରୁକ୍ସାନାଙ୍କ ସମ୍ପର୍କ ଥିବା ଜାଣିନଥିଲେ ଅନୀସଙ୍କ ପରିବାର ।

ପୋଲିସ ଅନୁସାରେ, "ବିବାହ ପରେ ରୁକ୍ସାନା, ରିଙ୍କୁ ସହ କଥା ହେଉଥିଲେ । ନଭେମ୍ବର ୧୯ରେ ଚତୁର୍ଥୀ ପାଇଁ ରୁକ୍ସାନା ବାପଘର ଯାଇଥିଲେ । ସେଠାରେ ଅନୀସଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ରୁକ୍ସାନା ଓ ଅନୀସ । ଏହାପରେ ସ୍ଵାମୀଙ୍କ ଗତିବିଧି ନେଇ ରିଙ୍କୁକୁ ତଥ୍ୟ ଦେଉଥିଲା ରୁକ୍ସାନା ।"

ଏଥିସହ ପଢ଼ନ୍ତୁ: ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା

ଆଉ ଯୋଜନା ଅନୁସାରେ, ରିଙ୍କୁ ଅତି ନିକଟରୁ ଅନୀସକୁ ଗୁଳି କରିଥିଲେ । ମେଡିକାଲ୍ ପରୀକ୍ଷାରୁ ମଧ୍ୟ ଅତି ନିକଟରୁ ଗୁଳି କରାଯାଇଥିବା ଜଣାପଡ଼ିଛି । ରିଙ୍କୁ ସହ ପୋଲିସ ରୁକ୍ସାନାଙ୍କୁ ଗିରଫ କରିଛି । ରିଙ୍କଠାରୁ ଦେଶୀ ବନ୍ଧୁକ, କ୍ୟାଟ୍ରିଜ୍ ଏବଂ ଅନ୍ୟ ସାମଗ୍ରୀ ମିଳିଛି ।

ଅନୀସଙ୍କ ବାପା କହିଛନ୍ତି, "ବିବାହ ଦିନ ଝିଅ ବିଦାୟୀ ବେଳେ ତାଙ୍କ କାର୍‌କୁ କେତେଜଣ ସ୍ଥାନୀୟ ଲୋକ ଅଟକାଇଥିଲେ । ପୁଅ ଅନୀସକୁ ଧମକ ମଧ୍ୟ ଦେଇଥିଲେ । କିନ୍ତୁ ସେତେବେଳେ ଅଭିଯୋଗ କରି ନଥିଲେ ପରିବାର ।"

Related Topics

Explore more stories