Videos
|
National

Golgappa Controversy / ଗୁପ୍‌ଚୁପ୍‌ ମିଳିଲାନି ବୋଲି ଗୁଜରାଟ ରାସ୍ତାରେ ମହିଳାଙ୍କର ହାଇଭୋଲଟେଜ ଡ୍ରାମା

Ritu Das
Browse all articles by Ritu Das
·10 months ago·2 min read
ଗୁପ୍‌ଚୁପ୍‌ ମିଳିଲାନି ବୋଲି ଗୁଜରାଟ ରାସ୍ତାରେ ମହିଳାଙ୍କର ହାଇଭୋଲଟେଜ ଡ୍ରାମା

Key Points

ଗୁପଚୁପ୍‌ ପାଇଁ ଗୁଜରାଟ ରାସ୍ତାରେ ହାଇଭୋଲଟେଜ ଡ୍ରାମା

ମହିଳାଙ୍କ ଧାରଣା ପାଇଁ ଭଡୋଦାରାରେ ଟ୍ରାଫିକ ଜାମ

୬ଟା ଗୁପଚୁପ ବଦଳରେ କାହିଁକି ୪ଟା ଦେଲେ

କଥାଟା ଶୁଣିଲେ ଆପଣ ହସିବେ ନା କଣ କରିବେ କୁହନ୍ତୁ ତ? ଆପଣଙ୍କୁ କଥାଟା ନିଶ୍ଚିତ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ଏକଦମ ସତ। ଜଣେ ମହିଳା ଗୁପଚୁପ ପାଇଁ ରାସ୍ତା ବନ୍ଦ କରିଦେଇଛନ୍ତି। ସାଧାରଣତଃ ରାଜନୈତିକ ରାଲି, ଦୁର୍ଘଟଣା କିମ୍ବା କୌଣସି କାରଣ ପାଇଁ ଟ୍ରାଫିକ ଜାମ୍‌ କଥା ଆପଣ ଶୁଣିଥିବେ। କିନ୍ତୁ ଷ୍ଟ୍ରିଟ ଫୁଡ ଗୁପଚୁପ କମ ଦେବାରୁ ଜଣେ ମହିଳା ରାସ୍ତାରେ କାନ୍ଦିକି ଖଣ୍ଡଯୁଦ୍ଧ କରିଛନ୍ତି।


ଏକ ଅଜବ ଘଟଣା ଗୁଜରାଟର ଭଡ଼ୋଦରାରେ ଦେଖିବାକୁ ମିଳିଛି । ଜଣେ ମହିଳା ସୁରସାଗର ହ୍ରଦ ନିକଟରେ ରୁହନ୍ତି। ଆଉ ସେ ସେଦିନ ଗୁପଚୁପ ଖାଇବାକୁ ଯାଇଥିଲେ। ପଇସା ପାଇଁ ଝଗଡ଼ା ନୁହେଁ। କାହିଁକି ବ୍ୟବସାୟୀ ଜଣଙ୍କ ଗୁପଚୁପ ଅଧିକ ଦେଲେନି ବୋଲି ରାସ୍ତାରେ ବସି ଗୋଡ଼ ବାଡେଇଛନ୍ତି। ଆଉ ଚାରିଆଡେ ଚକ ଅଖ ଜାମ ହୋଇଯାଇଛି। ଏଭଳି କିଛି ହାଇଡ୍ରାମା ଦେଖିବାକୁ ମିଳିଛି ଗୁଜରାଟ ସହରରେ।



ଖାଦ୍ୟ ବିଳମ୍ବରେ ଆଣି ଆସିବାରୁ Zomato ଡେଲିଭରି ଏଜେଣ୍ଟଙ୍କୁ ରାସ୍ତା ଉପରେ ପିଟିଲେ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖବର ଅନୁସାରେ, ସେହି ମହିଳା ୨୦ ଟଙ୍କାରେ ଗୁପଚୁପ କିଣିଥିଲେ । କିନ୍ତୁ ସେ ତାଙ୍କୁ କେବଳ ଚାରିଟି ଗୁପଚୁପ ଦେଇଥିଲେ। ଏହାକୁ ନେଇ ସେ ଅସନ୍ତୁଷ୍ଟ ହୋଇ ବ୍ୟବସାୟୀଙ୍କୁ ପଚାରିଲେ, "ମୋତେ କେବଳ ଚାରିଟି କାହିଁକି ଦେଲୁ?" ବ୍ୟବସାୟୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ନ ମିଳିବା ପରେ ଝଗଡା ବୃଦ୍ଧି ପାଇଲା ଓ ସେହି ମହିଳା ରାସ୍ତା ଉପରେ ବସି ପଡ଼ିଲେ । ଏହାପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଲା ଏବଂ ସ୍ଥାନୀୟ ଲୋକେ ଜମାହେଲେ । କେହି କେହି ମୋବାଇଲରେ ଭିଡିଓ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କଲେ ।
ପରେ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚିଲା ଓ ମହିଳାଙ୍କୁ ସାନ୍ତ୍ବନା ଦେଲା।


ଆହୁରି ଅଧିକ ପଢ଼ନ୍ତୁ ଭାରତ ଖବର 


ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସେହି ବ୍ୟବସାୟୀ ପୂର୍ବରୁ ମଧ୍ୟ ଏଭଳି କମ୍ ଗୁପଚୁପ ଦିଅନ୍ତି। ଯାହାକୁ ନେଇ ଅନେକ ଲୋକ ଅସନ୍ତୁଷ୍ଟ ମଧ୍ୟ ହୋଇଛନ୍ତି। ଏହି ଘଟଣା ସୋସିଆଲ୍ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଲୋକେ ମଜା କରି କହୁଛନ୍ତି, ଚାରୋଟି ଗୋଲଗପ୍ପା ପାଇଁ ରାସ୍ତା ଜାମ। ଯାହାହେଉ ମହିଳା ଜଣଙ୍କର ସାହସକୁ ମାନିବାକୁ ପଡ଼ିବ। ଏହା ଅତ୍ୟନ୍ତ ମଜା ଲାଗୁଛି ଶୁଣିବା ପରେ। କେହି କହିଛନ୍ତି, "ଗ୍ରାହକଙ୍କୁ ଠକିବା ଠିକ୍ ନୁହେଁ, ସେ ଠିକ୍ କରିଛନ୍ତି। ଏହି ଘଟଣା ଦେଖିଲା ପରେ ଅନୁଭବ ହେଉଛି ଯେ ଛୋଟ ଛୋଟ ବିଷୟରେ ହୋଇଥିବା ବିବାଦ ମଧ୍ୟ ବଡ଼ ଆକାର ନେଇପାରେ ଓ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଆସିପାରେ ।


Golgappa Controversy | High-Voltage Drama in Gujarat as Woman Protests for Not Getting Pani Puri | Argus News