Ropeway Breaks Down / ଗୁଲମର୍ଗରେ ଖରାପ ହୋଇଗଲା ରୋପୱେ, ପର୍ଯ୍ୟଟକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନା ସାମିଲ୍
·1 hour ago·2 min read

Key Points
ରୋପୱେରେ ବସି ଆକାଶ ମାର୍ଗରୁ ପର୍ଯ୍ୟଟକ ଗୁଲମର୍ଗର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ । ଆଉ ଠିକ୍ ସେହି ସମୟରେ ଅଧା ରାସ୍ତାରେ ଖରାପ ହୋଇଗଲା ରୋପେୱେ । ଫସିଗଲେ ୩୦୦ରୁ ଅଧିକ ଯାତ୍ରୀ ।
ନୂଆଦିଲ୍ଲୀ: ମାଟି ଉପରେ ମଝି ଆକାଶରେ ଅଟକିଛି ୩୦୦ ଜଣଙ୍କ ନିଶ୍ଵାସ । ରୋପୱେରେ ବସି ଆକାଶ ମାର୍ଗରୁ ପର୍ଯ୍ୟଟକ ଗୁଲମର୍ଗର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ । ଆଉ ଠିକ୍ ସେହି ସମୟରେ ଅଧା ରାସ୍ତାରେ ଖରାପ ହୋଇଗଲା ରୋପେୱେ ।
ଯାହା ଫଳରେ ମଝି ଆକାଶରେ ୩୦୦ ଜଣ ପର୍ଯ୍ୟଟକ ଫସି ଯାଇଛନ୍ତି । ଜାମ୍ମୁ-କାଶ୍ମୀରର ଗୁଲମର୍ଗରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ, ରୋପୱେର କ୍ୟାବିନ୍ରେ ପ୍ରାୟ ୩୦୦ ଜଣ ଫସି ରହିଛନ୍ତି ।
ଏଥିସହ ପଢ଼ନ୍ତୁ: ହଠାତ୍ ଭୟଙ୍କର ଶବ୍ଦ; ପଛକୁ ପଛ ପିଟିହେଲା ଅନେକ ଗାଡ଼ି, ୬ ମୃତ
ରୋପୱେ ଅଚାନକ ଅଟକିବାରୁ ପର୍ଯ୍ୟଟକଙ୍କ ଭିତରେ ଆତଙ୍କର ବାତାବରଣ ଖେଳି ଯାଇଥିଲା । ଅନେକ ଡରି ଯାଇ ଚିତ୍କାର କରିଥିଲେ । ରୋପୱେ ଅଟକିବା କ୍ଷଣି ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଯେଉଁଥିରେ ସେନା ଯବାନଙ୍କ ସହ ପୋଲିସ ଓ ପ୍ରଶାସନ ସାମିଲ୍ ହୋଇଛି । ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲା କହିଛନ୍ତି, "ସ୍ଥିତି ଉପରେ ନଜର ରଖିଛୁ, ଚିନ୍ତିତ ହେବାର ଆବଶ୍ୟକତା ନାହିଁ ।"
ଖରାପ ପାଗ ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା
ଗୁଲମର୍ଗରେ SDRF, NDRF ଓ ଗୁଲମର୍ଗ ଗଣ୍ଡୋଲା କ୍ୟୁଆରଟି ଟିମ୍ ଥିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ, ଖରାପ ପାଣିପାଗ ପାଇଁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ନଦୀରେ ଶାମୁକା ଖୋଜୁ ଖୋଜୁ ଗୋଟିଏ ପରିବାରର ୭ ମହିଳାଙ୍କ ସହ ୮ ମୃତ, ୨ ନିଖୋଜ
ବିଗତ କିଛିଦିନ ହେଲା କାଶ୍ମୀରରେ ବର୍ଷା ସହ କୁଆପଥର ପଡ଼ୁଛି । ଏବେ ପର୍ଯ୍ୟଟକଙ୍କୁ ସିଡ଼ି ପକାଇ ରୋପୱେ କ୍ୟାବିନ୍ରୁ ଉଦ୍ଧାର କରାଯାଉଛି । ତେବେ ରୋପୱେ ଅଟକିବା ଦ୍ଵାରା କାହାରି କୌଣସି କ୍ଷତି ହୋଇ ନାହିଁ । ବୈଷୟିକ ତ୍ରୁଟି ପରେ ଏବେ ରୋପୱେ ସେବାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି ।
ରୋପୱେ ଅଟକିବା ଖବର ଆସିବା ରେ ଆର୍ମିର ୯ ରାଜ ରିଫ ସହ ଜମ୍ମୁ-କାଶ୍ମୀର ପୋଲିସ ସଙ୍ଗେ ସଙ୍ଗେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରୋପୱେରେ ଏକାଧିକ ମହିଳା ଓ ଛୁଆ ଥିଲେ ।

Government is closely monitoring the situation at the Gulmarg Gondola after the cable car service was temporarily halted due to a technical fault. All cabins remain intact and rescue operations to safely evacuate stranded tourists are underway with trained teams on the ground.…
— Office of Chief Minister, J&K (@CM_JnK) May 25, 2026
ଖରାପ ପାଗ ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା
ଗୁଲମର୍ଗରେ SDRF, NDRF ଓ ଗୁଲମର୍ଗ ଗଣ୍ଡୋଲା କ୍ୟୁଆରଟି ଟିମ୍ ଥିବାରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ, ଖରାପ ପାଣିପାଗ ପାଇଁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ନଦୀରେ ଶାମୁକା ଖୋଜୁ ଖୋଜୁ ଗୋଟିଏ ପରିବାରର ୭ ମହିଳାଙ୍କ ସହ ୮ ମୃତ, ୨ ନିଖୋଜ
ବିଗତ କିଛିଦିନ ହେଲା କାଶ୍ମୀରରେ ବର୍ଷା ସହ କୁଆପଥର ପଡ଼ୁଛି । ଏବେ ପର୍ଯ୍ୟଟକଙ୍କୁ ସିଡ଼ି ପକାଇ ରୋପୱେ କ୍ୟାବିନ୍ରୁ ଉଦ୍ଧାର କରାଯାଉଛି । ତେବେ ରୋପୱେ ଅଟକିବା ଦ୍ଵାରା କାହାରି କୌଣସି କ୍ଷତି ହୋଇ ନାହିଁ । ବୈଷୟିକ ତ୍ରୁଟି ପରେ ଏବେ ରୋପୱେ ସେବାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି ।
ରୋପୱେ ଅଟକିବା ଖବର ଆସିବା ରେ ଆର୍ମିର ୯ ରାଜ ରିଫ ସହ ଜମ୍ମୁ-କାଶ୍ମୀର ପୋଲିସ ସଙ୍ଗେ ସଙ୍ଗେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରୋପୱେରେ ଏକାଧିକ ମହିଳା ଓ ଛୁଆ ଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories