ଭାଇରାଲ ହେଲା ଭିଡ଼ିଓ : ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଇଲେ ଫୁଲହାର

ଅର୍ଗସ ବ୍ୟୁରୋ : ଦେଶରେ ଚାଲିଛି ନିର୍ବାଚନୀ ପ୍ରଚାର । ପ୍ରଚାରରେ ମାତିଛନ୍ତି ନେତା ଓ କର୍ମୀ । ଏହି ନିର୍ବାଚନୀ ପ୍ରଚାର ସମୟରେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଯୋଉଠି ଜଣେ ଯୁବକ ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କ ବେକରେ ପୁଲମାଳ ପିନ୍ଧାଇଥିଲେ । ଏହି ଭି଼ଡ଼ିଓରେ ପାଖରେ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଥିବା ଉକ୍ତ ଦେଖିବାକୁ ମଧ୍ୟ ମିଳିଛି । ରାଜ୍ୟର ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀଙ୍କ ଝିଅ ତଥା କଂଗ୍ରେସର ଲୋକସଭା ପ୍ରାର୍ଥୀ ସୌମ୍ୟା ରେଡ୍ଡୀଙ୍କ ପାଇଁ ସିଦ୍ଧରମୈୟା ପ୍ରଚାର କରୁଥିଲେ ।
ସୂଚନା ଅନୁସାରେ, ବ୍ୟକ୍ତି ଜଣକ ହେଲେ ରିୟାଜ । ରାଲି ବେଳେ ନେତାମାନଙ୍କୁ ଫୁଳମାଳ ପିନ୍ଧାଇବା ପାଇଁ ସେ ଗାଡ଼ିରେ ଚଢ଼ିଥିଲେ । ଏହି ସମୟରେ ତାଙ୍କର ଅଣ୍ଟାରେ ବନ୍ଧୁକ ଥିବା ଦେଖାଯାଇଥିଲା । ତେବେ ଘଟଣାଟି ୱିଲସନ ଗାର୍ଡେନ ନିକଟରେ ଘଟିଥିଲା । ବନ୍ଧୁକର ଲାଇସେନ୍ସ ମଧ୍ୟ ରିୟାଜଙ୍କ ନିକଟରେ ରହିଛି ବୋଲି ଜଣାପଡ଼ିଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ବିରୋଧ କରିଛି ବିରୋଧୀ ବିଜେପି । ଦଳ ତରଫରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମାଲୋଚନା କରାଯାଇଛି । ଚୋର, ଡକାୟତ, ଠକ ଓ ଗୁଣ୍ତା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ପସନ୍ଦ ବୋଲି ଅଭିଯୋଗ କରିଛି ବିଜେପି ।