Ram Rahim Parole / ଜେଲ୍ରୁ ପୁଣି ବାହାରକୁ ଆସିଲେ ରାମ ରହୀମ; ମିଳିଲା ୨୧ ଦିନିଆ ପାରୋଲ୍
·36 mins ago·2 min read

Key Points
ପାରୋଲ୍ରେ ଜେଲ୍ରୁ ଆସିଥିବା ରାମ ରହୀମ ୨୧ ଦିନ ସିରସା ସ୍ଥିତ ଆଶ୍ରମରେ ରହିବେ । ରାମ ରହୀମଙ୍କୁ ୧୭ଥର ପାଇଁ କୋର୍ଟ ପାରୋଲ୍ରେ ଚାଡ଼ିଛନ୍ତି ।
ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହୀମ ସିଂହଙ୍କୁ ପୁଣି ଥରେ ପାରୋଲ୍ ମିଳିଛି । ୨୧ ଦିନିଆ ପାରୋଲ୍ ମିଳିବା ପରେ ମଙ୍ଗଳବାର ସକାଳେ ସୁନାରିଆ ଜେଲ୍ରୁ ରାମ ରହୀମ ବାହାରକୁ ଆସିଛନ୍ତି । ଯାହାପରେ ସେ ସିରସା ସ୍ଥିତ ଡେରା ସଚ୍ଚା ସୌଦା ଆଶ୍ରମକୁ ଯାଇଛନ୍ତି ।
ରାମ ରହୀମ ଜେଲ୍ରୁ ବାହାରିବା ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଆପଣା ଯାଇଥିଲା । ପାରୋଲ୍ରେ ଜେଲ୍ରୁ ଆସିଥିବା ରାମ ରହୀମ ୨୧ ଦିନ ସିରସା ସ୍ଥିତ ଆଶ୍ରମରେ ରହିବେ । ରାମ ରହୀମଙ୍କୁ ୧୭ଥର ପାଇଁ କୋର୍ଟ ପାରୋଲ୍ରେ ଛାଡ଼ିଛନ୍ତି ।
ସୂଚନାଯୋଗ୍ୟ, ଗୁରମିତ ରାହ ରହୀମ ସିଂହଙ୍କୁ ସ୍ଵାଧବୀଙ୍କୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ବିଧାନ କରାଯାଇଛି । ଏଥିସହ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡ ମାମଲରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏବେ ରୋହତକର ସୁନାରିଆ ଜେଲ୍ରେ ରାମ ରହୀମ ସଜ୍ଜା କାଟୁଥିବା ବେଳେ ପାରୋଲ୍ରେ ବାହାରକୁ ଆସିଛନ୍ତି ।
ରାମ ରହୀମ ବାରମ୍ବାର ଜେଲ୍ରୁ ବାହାରକୁ ଆସିବା ନେଇ ବିରୋଧୀ ଦଳ ଓ ଏକାଧିକ ସାମାଜିକ ସଂଗଠନ ପ୍ରଶ୍ନ ଉଠାଇଛନ୍ତି । ତଥାପି ରାମ ରହୀମ ପାରୋଲ୍ରେ ଆସିଥିବା ବେଳେ ସିରସା ସ୍ଥିତ ଆଶ୍ରମରେ ବ୍ୟାପ ଭିଡ଼ ଦେଖିବାକୁ ମିଳିଛି ।
ପ୍ରଶ୍ନ କଲେ ବିଧାୟକ
ହୋଶିଆରପୁରର ବିଧାୟକ ବ୍ରହ୍ମ ଶଙ୍କର ଜିମ୍ପା, ଗୁରମିତ ରାମ ରହୀମଙ୍କୁ ପାରୋଲ୍ ମିଳିବା ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, "ଏମିତି ଲାଗୁଛି ଯେ ଅନ୍ୟ ସହ ଥଟ୍ଟା କରାଯାଉଛି ଓ ଏଭଳି ଲୋକଙ୍କୁ ଆଦୌ ପାରୋଲ୍ ମିଳିବା କଥା ନୁହେଁ । ଏଭଳି ପାରୋଲ୍କୁ ସବୁଠି ବିରୋଧ କରାଯିବ ଉଚିତ୍ ।"
ଏଥିସହ ପଢ଼ନ୍ତୁ: ସ୍ୱଦେଶୀ ରାଇଫଲ୍ AK-203 'ଶେର୍'ର ସଫଳ ପରୀକ୍ଷଣ; କ'ଣ ରହିଛି ଏହାର ବୈଶିଷ୍ଟ୍ୟ
କେବେ କେବେ ପାରୋଲ୍ରେ ରାମ ରହୀମ ?
୨୦୨୦
ଅକ୍ଟୋବର ୨୦୨୦: ଗୋଟିଏ ଦିନ ପାଇଁ ପାରୋଲ୍
୨୦୨୧
ମେ ୨୦୨୧: ଗୋଟିଏ ଦିନ ପାଇଁ ପାରୋଲ୍
୨୦୨୨
ଫେବ୍ରୁଆରୀ ୨୦୨୨: ୨୧ ଦିନ ପାଇଁ ପାରୋଲ୍
ଜୁନ୍ ୨୦୨୨: ୩୦ ଦିନ ପାଇଁ ପାରୋଲ୍
ଅକ୍ଟୋବର ୨୦୨୨: ୪୦ ଦିନ ପାଇଁ ପାରୋଲ୍
୨୦୨୩
ଜାନୁଆରୀ ୨୦୨୩: ୪୦ ଦିନ ପାଇଁ ପାରୋଲ୍
ଜୁଲାଇ ୨୦୨୩: ୩୦ ଦିନ ପାଇଁ ପାରୋଲ୍
ନଭେମ୍ବର ୨୦୨୩: ୨୧ ଦିନ ପାଇଁ ପାରୋଲ୍
୨୦୨୪
ଜାନୁଆରୀ ୨୦୨୪: ୫୦ ଦିନ ପାଇଁ ପାରୋଲ୍
ଅଗଷ୍ଟ ୨୦୨୪: ୨୧ ଦିନ ପାଇଁ ପାରୋଲ୍
ଅକ୍ଟୋବର ୨୦୨୪: ୨୦ ଦିନ ପାଇଁ ପାରୋଲ୍
୨୦୨୫
ଜାନୁଆରୀ ୨୦୨୫: ୩୦ ଦିନ ପାଇଁ ପାରୋଲ୍
ଏପ୍ରିଲ୍ ୨୦୨୫: ୨୧ ଦିନ ପାଇଁ ପାରୋଲ୍
ଅଗଷ୍ଟ ୨୦୨୫: ୪୦ ଦିନ ପାଇଁ ପାରୋଲ୍
୨୦୨୬
ଜାନୁଆରୀ ୨୦୨୬: ୪୦ ଦିନ ପାଇଁ ପାରୋଲ୍
ମେ ୨୦୨୬: ୩୦ ଦିନ ପାଇଁ ପାରୋଲ୍
୨୦୨୬ ଜୁନ୍ ୨୬ରେ ରାମ ରହୀମ ପାରୋଲ୍ ଶେଷ ହେବା ପରେ ଜେଲ୍ ଯାଇଥିଲା । ଏବେ ପୁଣି ଅଗଷ୍ଟ ୨୫ ତାରିଖରେ ୨୧ ଦିନ ପାରୋଲ୍ରେ ବାହାରକୁ ଆସିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories