Videos
|
National

AK 203 Sher Rifle India / ସ୍ୱଦେଶୀ ରାଇଫଲ୍ AK-203 'ଶେର୍'ର ସଫଳ ପରୀକ୍ଷଣ; କ'ଣ ରହିଛି ଏହାର ବୈଶିଷ୍ଟ୍ୟ

Subhramjit Ray
Browse all articles by Subhramjit Ray
·51 mins ago·4 min read
ସ୍ୱଦେଶୀ ରାଇଫଲ୍ AK-203 'ଶେର୍'ର ସଫଳ ପରୀକ୍ଷଣ; କ'ଣ ରହିଛି ଏହାର ବୈଶିଷ୍ଟ୍ୟ
AK 203 Sher Rifle India

Key Points

'ଶେର୍' ନାମକ ଏହି ରାଇଫଲ୍‌ ଇଣ୍ଡୋ-ରୁଷିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (IRRPL) ଦ୍ୱାରା ନିର୍ମିତ। ଯାହା ଏକ ମିଳିତ ଉଦ୍ୟୋଗ। ଯିଏ ଗତ ୨୦୧୯ ରୁ ଭାରତରେ AK-203 ରାଇଫଲ୍ସ ନିର୍ମାଣ କରିଆସୁଛି।
IRRPL Rifle India AK 203 Sher: ସ୍ୱଦେଶୀ ଜ୍ଞାନକୌଶଳରେ ବିଶଶିତ ହୋଇଥିବା AK-203 ରାଇଫଲ୍ "ଶେର୍" ର ହୋଇଛି ସଫଳ ପରୀକ୍ଷଣ। ଏହି ରାଇଫଲ୍ ଇଣ୍ଡୋ-ଋଷିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ (IRRPL) ସହାୟତାରେ ନିର୍ମିତ ହୋଇଛି। ଏହା ଏକ ମିଳିତ ଯୌଥ ଉଦ୍ୟୋଗ କମ୍ପାନୀ। ଯାହା ଗତ ୨୦୧୯ ରୁ ଭାରତରେ AK-203 ରାଇଫଲ୍ ନିର୍ମାଣ କରିଆସୁଛି। ଏହି ରାଇଫଲ୍ ର ସଫଳ ଫାୟାରିଂ ପରୀକ୍ଷଣ ଉତ୍ତର ପ୍ରଦେଶ ଆମେଠି ଜିଲ୍ଲାର କୋରୱା ଠାରେ ହୋଇଥିଲା। ଯେଉଁଥିରେ ସ୍ୱୟଂଚାଳିତ ଏବଂ ବର୍ଷ୍ଟ ଫାୟାରିଂ ଅନ୍ତର୍ଭୂକ୍ତ ରହିଛି। ଉତ୍ତର ପ୍ରଦେଶର ଆମେଠି ସ୍ଥିତ କୋରୱା ଅର୍ଡନାନ୍ସ ଫ୍ୟାକ୍ଟ୍ରି, INSAS ରାଇଫଲ୍ ବଦଳାଇବା ପାଇଁ ସ୍ୱଦେଶୀ ଉପାୟରେ ଏହି ରାଇଫଲ୍ ନିର୍ମାଣ କରୁଛି।

କାହିଁକି ଭିନ୍ନ ଏହି AK-203 ରାଇଫଲ୍ "ଶେର"?
ଏହି ନୂତନ ରାଇଫଲ୍ ଭାରତରେ ପୂର୍ବରୁ ନିର୍ମିତ ହଜାର ହଜାର AK-203 ରାଇଫଲ୍ ଠାରୁ ଭିନ୍ନ। କାରଣ ଏଥିରେ ବ୍ୟବହୃତ ସମସ୍ତ ଅଂଶ ଏବଂ କଞ୍ଚାମାଲ ଘରୋଇ ଭାବରେ ନିର୍ମିତ ହୋଇଛି। ଏହି ସଫଳତା ପ୍ରତିରକ୍ଷା ଉତ୍ପାଦନରେ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ଥଣ୍ଡା ପାଗରେ ରାଇଫଲ୍ ଜାମ୍ ହୋଇଯିବା କିମ୍ବା ଏହାର ମ୍ୟାଗଜିନ୍ ଫାଟିବା ବିଷୟରେ ସୈନିକ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ସେନା ଦୀର୍ଘ ସମୟ ଧରି INSAS ରାଇଫଲ୍ ପାଇଁ ବଦଳଇବା ଅପେକ୍ଷାରେ ରହିଥିଲା। ଗତ ୨୦୨୪ ରୁ ସେନାକୁ ପ୍ରଦାନ କରାଯାଇଥିବା ପ୍ରଥମ ରାଇଫଲ୍ ଆମଦାନୀ ହୋଇଥିବା "ନକ୍-ଡାଉନ୍ କିଟ୍" (Knock-down Kit) ବ୍ୟବହାର କରି ନିର୍ମିତ ହୋଇଥିଲା। ଭାରତୀୟ ଉପାଦାନର ବ୍ୟବହାର ଧିରେ ଧିରେ ବୃଦ୍ଧି କରାଯାଇଥିଲା।

IRRPL ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ମେଜର ଜେନେରାଲ ଏସ.କେ ଶର୍ମା କହିଛନ୍ତି ଯେ ଏହି ସଫଳତା କେବଳ ଏଠାରେ ରାଇଫଲ୍ ନିର୍ମାଣ କରିବା ନୁହେଁ। ବରଂ ଭାରତରେ ରାଇଫଲ୍ ସହ ଜଡ଼ତ ପ୍ରତ୍ୟେକ ଉପାଦାନ ନିର୍ମାଣ କରିବା ସହିତ ଜଡିତ। AK-203 ରାଇଫଲ୍ ରେ ପ୍ରାୟ ୫୦ ମୁଖ୍ୟ ଉପାଦାନ, ପ୍ରାୟ ୧୦୦ ଅନ୍ୟ ଉପାଦାନ ଏବଂ ୧୨୦ ଉତ୍ପାଦନ ପ୍ରକ୍ରିୟା ଅନ୍ତର୍ଭୂକ୍ତ ରହିଛି।

ଏହା ସହ ପଡନ୍ତୁ: ଶତ୍ରୁ ପକ୍ଷର ବୁଡ଼ାଜାହାଜକୁ ମିଳିବ ନାହିଁ ନିସ୍ତାର; ନୌସେନାରେ ସାମିଲ ଅତ୍ୟାଧୁନିକ ଯୁଦ୍ଧଜାହାଜ 'ମଛିଲିପଟ୍ଟନମ୍'

ଉତ୍ତର ପ୍ରଦେଶର କୋରୱା ଅର୍ଡନାନ୍ସ ଫ୍ୟାକ୍ଟ୍ରି, INSAS ରାଇଫଲ୍କୁ ବଦଳାଇବା ପାଇଁ ଭାରତରେ ହେଉଥିବା ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଭାରତ ସମ୍ପୂର୍ଣ୍ଣ ସ୍ୱଦେଶୀ ଉପାଦାନରୁ ତିଆରି ଏକ AK-203 ରାଇଫଲ ବିକଶିତ କରିଛି। ଏଥିରେ ବିଦେଶରୁ ଆମଦାନୀ ହୋଇଥିବା କୌଣସି ଉପଦାନ ନାହିଁ। ଏହାକୁ 'ଶେର' ନାମ ଦିଆଯାଇଛି। ଏହି ରାଇଫଲ IRRPL (Indo-Russia Rifles Private Limited) ସହାୟତାରେ ନିର୍ମିତ। ଏହା ଏକ ମିଳିତ ଉଦ୍ୟୋଗ କମ୍ପାନୀ। ଯାହା ଗତ ୨୦୧୯ ଠାରୁ ଭାରତରେ AK-203 ରାଇଫଲ ନିର୍ମାଣ କରୁଛି। ଏହି ରାଇଫଲ୍ ର କୋରୱା ଠାରେ ସଫଳ ଫାୟାରିଂ ପରୀକ୍ଷଣ କରାଯାଇଛି। ଯେଉଁଥିରେ ସ୍ୱୟଂଚାଳିତ ଏବଂ ବର୍ଷ୍ଟ ଫାୟାରିଂ ଅନ୍ତର୍ଭୂକ୍ତ ରହିଛି।

AK-203 ରାଇଫଲ କାହିଁକି ଭିନ୍ନ?
ଏହି ନୂତନ ରାଇଫଲ୍ ଭାରତରେ ପୂର୍ବରୁ ନିର୍ମିତ ହଜାର ହଜାର AK-203 ରାଇଫଲ୍ ଠାରୁ ଭିନ୍ନ। କାରଣ ଏଥିରେ ବ୍ୟବହୃତ ସମସ୍ତ ଉପାଦନ ଏବଂ କଞ୍ଚାମାଲ ସ୍ୱଦେଶୀ ଭାବରେ ଉତ୍ପାଦିତ ହେଉଛି। ଏହି ସଫଳତା ପ୍ରତିରକ୍ଷା ଉତ୍ପାଦନରେ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ସେନା ଦୀର୍ଘ ଦିନ ଧରି INSAS ରାଇଫଲ୍ ପାଇଁ ଏକ ବିକଳ୍ପ ଖୋଜୁଥିଲା। କାରଣ ସୈନିକ ଥଣ୍ଡା ପାଗରେ ରାଇଫଲ୍ ଜାମ୍ ହେବା ଏବଂ ଏହାର ଗୁଳି ବିଫଳତା ବିଷୟରେ ଅଭିଯୋଗ କରିଥିଲେ।

ଗତ ୨୦୧୯ ରେ ଭାରତ, ଋଷିଆ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ଏହି ଚୁକ୍ତି ଅନୁସାରେ AK-203 ରାଇଫଲ୍ ଆମଦାନୀ କରିବା ପରିବର୍ତ୍ତେ ଘରୋଇ ଭାବରେ ଉତ୍ପାଦନ କରାଯିବ। ଏହା ପରେ ଏହି ରାଇଫଲ୍ ନିର୍ମାଣ ପାଇଁ କୋରୱା ଠାରେ IRRPL ପ୍ରତିଷ୍ଠିତ ହୋଇଥିଲା। ଗତ ୨୦୨୪ ରେ ସେନାକୁ ପ୍ରଦାନ କରାଯାଇଥିବା ପ୍ରଥମ ରାଇଫଲ୍ ଆମଦାନୀ "ନକ୍-ଡାଉନ୍ କିଟ୍" ବ୍ୟବହାର କରି ନିର୍ମିତ ହୋଇଥିଲା ଏବଂ ଭାରତୀୟ ଉପାଦାନର ବ୍ୟବହାର ଧିରେ ଧିରେ ବୃଦ୍ଧି ପାଇଥିଲା।

IRRPL CEO ଏବଂ ପରିଚାଳନା ନିର୍ଦ୍ଦେଶକ ମେଜର ଜେନେରାଲ SK ଶର୍ମା କହିଛନ୍ତି ଯେ ଏହି ସଫଳତା କେବଳ ଏହାକୁ ନିର୍ମାଣ କରିବା ନୁହେଁ। ବରଂ ଭାରତରେ ରାଇଫଲ୍ ର ପ୍ରତ୍ୟେକ ଅଂଶ ନିର୍ମାଣ କରିବା ସହିତ ଜଡିତ। AK-203 ରେ ପ୍ରାୟ ୫୦ ମୁଖ୍ୟ ଅଂଶ, ୧୮୦ ଉପ-ଉପାଦାନ ଏବଂ ୧୨୦ ଉତ୍ପାଦନ ପ୍ରକ୍ରିୟା ଅନ୍ତର୍ଭୂକ୍ତ। ଏସକେ ଶର୍ମା ବ୍ୟାଖ୍ୟା କରିଥିଲେ ଯେ ପ୍ରତ୍ୟେକ ଉପାଦାନ ଏବଂ ପ୍ରକ୍ରିୟାକୁ ଧିରେ ଧିରେ ସ୍ଥାନୀୟକରଣ କରିବା ଆବଶ୍ୟକ।

ଏହା ସହ ପଡନ୍ତୁ: ଶତ୍ରୁ ପକ୍ଷର ଡ୍ରୋନ୍ ପାଇଁ କାଳ ସାଜିବ 'ଭାର୍ଗବାସ୍ତ୍ର'; ମଝି ଆକାଶରେ ଆଖି ପିଛୁଳାକେ କରିଦେବ ଧ୍ୱଂସ

IRRPL, ଗତ ୨୦୨୩-୨୪ ବର୍ଷରେ ଏହାର ରୁଷୀୟ ଅଂଶୀଦାରଙ୍ କଠାରୁ ପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପାଇଥିଲା। ତଥାପି, ସାମରିକ ମାନଦଣ୍ଡ ଅନୁଯାୟୀ ଅଂଶ ତିଆରି କରିବାକୁ ସକ୍ଷମ ଏକ ଭାରତୀୟ ବିକ୍ରେତା ଆଧାର ନିର୍ମାଣ କରିବାରେ ଅଧିକ ସମୟ ଲାଗିଥିଲା। ସ୍ଥାନୀୟକରଣ କାର୍ଯ୍ୟକ୍ରମ ଅନେକ ପର୍ଯ୍ୟାୟରେ ସମାପ୍ତ ହୋଇଥିଲା। ଯେଉଁଥିରେ ବିକ୍ରେତା ବିକାଶ, ଆମଦାନୀ ହୋଇଥିବା ଅଂଶକୁ ଭାରତୀୟ-ନିର୍ମାଣ ବିକଳ୍ପ ସହିତ ବଦଳାଇବା ଏବଂ ଘରୋଇ ପରୀକ୍ଷଣ ଏବଂ ଗୁଣବତ୍ତା-ନିୟନ୍ତ୍ରଣ ପ୍ରକ୍ରିୟା ସ୍ଥାପନ କରିବା ଅନ୍ତର୍ଭୂକ୍ତ।

କେଉଁ ସିଷ୍ଟମ AK-203 ରାଇଫଲ୍କୁ ପ୍ରଦାନ କରିଥାଏ ଶକ୍ତି?
AK-203 ହେଉଛି ଏକ ଗ୍ୟାସ-ପରିଚାଳିତ, ମ୍ୟାଗାଜିନ୍-ଫେଡ୍ ଆସଲ୍ଟ ରାଇଫଲ୍ ଯାହା 7.62x39mm କାର୍ଟ୍ରିଜ୍ ପାଇଁ ନିର୍ମିତ ହୋଇଛି। ଏହା କଳାଶ୍ନିକୋଭ୍ AK-100 ସିରିଜ୍ ର ଏକ ଅଂଶ। ଏଥିରେ ଏକ ଫୋଲ୍ଡିଂ ଏବଂ ଆଡଜଷ୍ଟେବଲ୍ ଷ୍ଟକ୍, ଏକ ଆରାମଦାୟକ ଗ୍ରୀପ୍ ଏବଂ ଆଧୁନିକ ଅପ୍ଟିକାଲ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀକୁ ସମାହିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ରେଳ ସିଷ୍ଟମ୍ ରହିଛି।

ଏହି କାର୍ଯ୍ୟକ୍ରମ ସହିତ ଜଡିତ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ। IRRPL ପ୍ରାୟ ୫୨୦୦ କୋଟି ମୂଲ୍ୟର ଏକ ଚୁକ୍ତି ଅଧିନରେ ୬,୦୧,୪୨୭ ରାଇଫଲ୍ ନିର୍ମାଣ ପାଇଁ ଏକ ଚୁକ୍ତି ହାସଲ କରିଛି। ଉତ୍ପାଦନ ସମୟସୀମାକୁ ମଧ୍ୟ ୨୦୩୨ ଅକ୍ଟୋବରରୁ ୨୦୩୦ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ନୂତନ ସମୟସୀମା ପୂରଣ କରିବା ପାଇଁ, କୋରୱା ପ୍ଲାଣ୍ଟକୁ ପ୍ରତିଦିନ ପ୍ରାୟ ୬୦୦ ରାଇଫଲ୍ କିମ୍ବା ପ୍ରତି ୧୦୦ ସେକେଣ୍ଡ ବ୍ୟବଧାନରେ ପ୍ରାୟ ଗୋଟିଏ ରାଇଫଲ୍ ଉତ୍ପାଦନ କରିବାକୁ ପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: