Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Shocking Incident / ଭିଡିଓ କଲ୍‌ରୁ ସନ୍ଦେହ… ଗୁରୁଗ୍ରାମରେ ଦମ୍ପତିଙ୍କ ମୃତ୍ୟ….କୁନି ପୁଅ କହିଲା ଲୋମଟାଙ୍କୁରା ଘଟଣା

Ritu Das
Browse all articles by Ritu Das
·2 months ago·2 min read
ଭିଡିଓ କଲ୍‌ରୁ ସନ୍ଦେହ… ଗୁରୁଗ୍ରାମରେ ଦମ୍ପତିଙ୍କ ମୃତ୍ୟ….କୁନି ପୁଅ କହିଲା ଲୋମଟାଙ୍କୁରା ଘଟଣା
India

Key Points

ଭିଡିଓକଲରେ ବେଶ ଖୁସିରେ କଥା ହେଉଥିଲେ ସ୍ତ୍ରୀ
ହଠାତ ପଶି ଆସିଲେ ସ୍ବାମୀ
ଆଉ ତା'ପରେ ଯାହା ଘଟିଲା ତାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ
ଭିଡିଓକଲରେ ବେଶ ଖୁସିରେ କଥା ହେଉଥିଲେ ସ୍ତ୍ରୀ। ହଠାତ ପଶି ଆସିଲେ ସ୍ବାମୀ। ଦେଖିବା ପରେ ଫୋନକୁ କାଟିଦେଲେ। ଏହି ଘଟଣାରୁ ଆରମ୍ଭ ହେଲା ଝଗଡ଼ା। ଆଉ ଅକାଳରେ ଚାଲିଗଲା ୨ ଜୀବନ। ଗୁରୁଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଖବର। ମୃତକ ହେଲେ ଦୀପକ ଏବଂ ତାଙ୍କ ପତ୍ନୀ ସୋନମ। ପୋଲିସ ସେମାନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଜୋରଦାର କରିଛି।

ମିଳିଥିବା ଖବର ଅନୁସାରେ ଦୀପକ ନିଜ କାମରେ ବାହାରକୁ ଯାଇଥିଲେ। ଘରକୁ ଫେରିବା ବେଳେ ସୋନମ ରୋଷେଇ ଘରେ ଭିଡିଓ କଲରେ କଥା ହେଉଥିଲେ। ସେ ବେଶ ଖୁସିର ସହ କଥା ହେଉଥିଲେ। ମାତ୍ର ଦୀପକଙ୍କୁ ଦେଖିବା ପରେ ହଠାତ ଫୋନକୁ କାଟି ଦେଇଥିଲେ । ଯାହାକୁ ନେଇ ଦୀପକ ସନ୍ଦେହ କରିଥିଲେ। ଆଉ ମୋବାଇଲ ମାଗିଥିଲେ। ମାତ୍ର ସେ ଦେଇନଥିଲେ । ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା। ପୂର୍ବରୁ ମଧ୍ୟ ସ୍ତ୍ରୀଙ୍କୁ ସନ୍ଦେହ କରୁଥିବା ଦୀପକ ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି। ସୋନମ ପକାଇଥିବା ଓଢ଼ଣୀରେ ଗଳାକୁ ଚାପି ହତ୍ୟା କରିଥିଲେ ଦୀପକ। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲେ ।

ଏହାସହ ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ବାପା ସହ ୨ ପୁଅଙ୍କ ଆକ୍ରମଣ, ଭାଙ୍ଗିଦେଲେ ଗାଡ଼ି

ସବୁଠାରୁ ବଡ଼ କଥା ହେଉଛି କି, ଘରେ ତାଙ୍କର ଛୋଟ ପୁଅ ରହିଥିଲା। ଏସମ୍ପର୍କରେ ପୁଅକୁ ପଚରାଯାଇଥିବାବେଳେ ସେ କହିଥିଲେ କି, ବାପା ମାମାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବାପା ମୋତେ ଟିଭ ଦେଖିବା ପାଇଁ ପଠାଇ ଦେଇଥିଲେ। ସେପଟେ ସୋନମଙ୍କ ସାନ ଉଭଣୀ ଫୋନ କରିଥିଲେ। ଫୋନ ନ ଉଠାଇବା ପରେ ସେ ଘରକୁ ଆସି ପ୍ରଥମେ ସେମାନଙ୍କ ମୃତଦେହକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସୂତ୍ରରୁ ଖବର ମିଳିଛି କି, ଏକ ଅଜଣା ନମ୍ବରରେ ସୋମନ ବାରମ୍ବାର କଥା ହେଉଥିବାବେଳେ ଭିଡିଓ କଲରେ ମଧ୍ୟ କଥା ହେଉଥିଲେ । ଯେଉଁ କାରଣରୁ ଏଭଳି ପାରିବାରିକ କଳହ ଘଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Video Call Suspicion Leads To Couple Death | Argus News