Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Census Team Attacked / ଜନଗଣନା କର୍ମଚାରୀଙ୍କୁ ବାପା ସହ ୨ ପୁଅଙ୍କ ଆକ୍ରମଣ, ଭାଙ୍ଗିଦେଲେ ଗାଡ଼ି

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଜନଗଣନା କର୍ମଚାରୀଙ୍କୁ ବାପା ସହ ୨ ପୁଅଙ୍କ ଆକ୍ରମଣ, ଭାଙ୍ଗିଦେଲେ ଗାଡ଼ି
Odisha Census Team Assaulted

Key Points

  • କାମାକ୍ଷାନଗରରେ ୪ ଜଣ ଜନଗଣନା କର୍ମଚାରୀଙ୍କୁ ନିସ୍ତୁକ ମାଡ଼
  • ଅନନ୍ତପୁର ସାହିରେ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା
  • ୨ ପୁଅ ସହ ବାପା ମିଶି ଆକ୍ରମଣ କରିଥିବା ଅଭିଯୋଗ
  • ଘଟଣା ସ୍ଥଳରେ ଉପଜିଲ୍ଲାପାଳଙ୍କ ସହ ପୋଲିସର ଛାନ୍‌ଭିନ
କାମାକ୍ଷାନଗର (ଢେଙ୍କାନାଳ): ଜନଗଣନା କର୍ମଚାରୀଙ୍କୁ ନିସ୍ତୁକ ମାଡ଼ । ମାଡ଼ ମାରିବା ସହ ଭାଙ୍ଗିଦେଲେ ଜନଗଣନା କର୍ମଚାରୀଙ୍କ ଗାଡ଼ି । ବାପା ଓ ୨ ପୁଅ ମିଶି ୪ ଜଣ ଜନଗଣନା କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଅନନ୍ତପୁର ସାହିରେ ଜନଗଣନା କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ପରିବାର ସଦସ୍ୟଙ୍କ ନାଁ ତାଲିକା ସହ ମେଳ ଖାଇ ନଥିଲା । ଏନେଇ ଜନଗଣନା କର୍ମଚାରୀଙ୍କୁ ପ୍ରଶ୍ନ କରିବା ସହ ନିକୁଞ୍ଜ ଶତପଥୀ ଓ ତାଙ୍କ ୨ ପୁଅ ମାଡ଼ ମାରିଛନ୍ତି ।

ଏଥିସହ ପଢ଼ନ୍ତୁ: ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା, ଘର, ଗାଡି, ଜମିବାଡ଼ି ଓ LPG ତଥ୍ୟ ସରକାର ଙ୍କୁ ଦିଆଯିବ

ଜନଗଣନା ଅଧିକାରୀଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମାରିବା ସହ ବାଇକ୍ ଓ ସ୍କୁଟି ଭଙ୍ଗାରୁଜା କରିଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ଉପଜିଲ୍ଲାପାଳଙ୍କ ସହ ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

ସୂଚନା ଅନୁସାରେ, ୪ ଜନଗଣନା ଟିମ୍‌ରେ ଦୁଇ ଜଣ ମହିଳା ଅଧିକାରୀ ଥିଲେ । ଆହତ ଅଧିକାରୀମାନେ ହେଲେ ରଘୁନାଥ ଦୀକ୍ଷିତ, ମଧୁସ୍ମିତା ବେହେରା, ସ୍ଵର୍ଣ୍ଣଲତା ସାହୁ ଓ ସତୀନ ବିରେନ ବେହେରା । ଏନେଇ କାମାକ୍ଷାନଗର ଥାନାରେ ହୋଇଛି ।

ଏବେ ଜନଗଣନା କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ପୂର୍ବରୁ ଖଣି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଯାହାକୁ ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଆମ ଅଧିକାରୀ ଙ୍କୁ ଆକ୍ରମଣ କଲେ, ପାତଳରେ ଥିଲେ ବି ଖୋଜି ଗିରଫ କରାଯିବ । ଖୁବଶୀଘ୍ର ଏନେଇ ଗୃହ ବିଭାଗ ସହ ଆଲୋଚନା କରାଯିବ ।"

ସେପଟେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନସସ୍) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇଛନ୍ତି ।

ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଗଣନାକାରୀଙ୍କ ସମ୍ପର୍କରେ ଆସିଥିବା ଦୁଃଖଦ ଖବର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: କେଉଁଠି ହୃଦ୍‌ଘାତ, କେଉଁଠି ନିଖୋଜ; ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି ।

ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହ ବା ତାତିଜନିତ ସମସ୍ୟାକୁ ମୁକାବିଲା କରିବା, କାର୍ଯ୍ୟ ସମୟରେ ରହିଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ଗଣନାକାରୀମାନଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡ଼ା, କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଯାହାଫଳରେ ନିର୍ଘଣ୍ଟ ସମୟ ମଧ୍ୟରେ ସୁରୁଖୁରୁରେ ଓ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇପାରିବ । ସରକାରଙ୍କ ଏହି ପଦକ୍ଷେପ କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Census Staff Attacked in Odisha, Vehicles Damaged in Dhenkanal | Argus News | Argus News