|
logo
Live
Argus News App
GET APP

Argus News - ISIକୁ ଭାରତର ଗୁପ୍ତ ତଥ୍ୟ ଦେଉଥିଲେ ଓକିଲ; ୱାଘା ବର୍ଡରରୁ ଆଣୁଥିଲେ ବ୍ୟାଗ ଭର୍ତ୍ତି ଟଙ୍କା

National

ISI Espionage / ISIକୁ ଭାରତର ଗୁପ୍ତ ତଥ୍ୟ ଦେଉଥିଲେ ଓକିଲ; ୱାଘା ବର୍ଡରରୁ ଆଣୁଥିଲେ ବ୍ୟାଗ ଭର୍ତ୍ତି ଟଙ୍କା

Sushanta Sahoo
Browse all articles by Sushanta Sahoo
·4 months ago·3 min read
ISIକୁ ଭାରତର ଗୁପ୍ତ ତଥ୍ୟ ଦେଉଥିଲେ ଓକିଲ; ୱାଘା ବର୍ଡରରୁ ଆଣୁଥିଲେ ବ୍ୟାଗ ଭର୍ତ୍ତି ଟଙ୍କା
Lawyer Held for Passing Sensitive Info to ISI

Key Points

ପାକିସ୍ତାନ ପାଇଁ ଗୁପ୍ତଚର ମାମଲାରେ ଗିରଫ ରିଜୱାନଙ୍କ ଅନ୍ୟତମ ଓକିଲ ସାଥୀ ମୁସାରଫ ଓରଫ୍ ପରଭେଜ୍ ଖୋଲିଛି ରିଜୱାନଙ୍କ ପାକିସ୍ତାନ ପ୍ରେମର ପେଡ଼ି । ୭ ଥର ଅମ୍ରିତସର ଗସ୍ତ କରିଥିଲେ ରିଜୱାନ । ସେଠାରୁ ବ୍ୟାଗ୍ ଭର୍ତ୍ତି ଟଙ୍କା ନେଇ ଫେରୁଥିଲେ ଗୁରୁଗ୍ରାମ ।
ନୂଆଦିଲ୍ଲୀ: ଭାରତରେ କରୁଥିଲେ ଓକିଲାତି । ଆଉ ପାକିସ୍ତାନକୁ ଯୋଗାଉ ଦେଉଥିଲେ ଗୁପ୍ତ ତଥ୍ୟ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଉଥିଲେ ଖବର । ଗୁରୁଗ୍ରାମର ଓକିଲ ରିଜୱାନଙ୍କୁ ଗିରଫ କରିଛି ସୁରକ୍ଷା ଏଜେନ୍ସି । ଅଭିଯୋଗ ଅନୁସାରେ, ରିଜୱାନ କୁଆଡ଼େ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିଲେ ।

ଏଥିପାଇଁ ପ୍ରାୟ ୭ ଥର ଅମ୍ରିତସର ଗସ୍ତ କରିଥିଲେ ରିଜୱାନ । ସେଠାରୁ ବ୍ୟାଗ୍ ଭର୍ତ୍ତି ଟଙ୍କା ନେଇ ଗୁରୁଗ୍ରାମ ଫେରୁଥିଲେ । ପାକିସ୍ତାନ ପାଇଁ ଗୁପ୍ତଚର ମାମଲାରେ ଗିରଫ ରିଜୱାନଙ୍କ ଅନ୍ୟତମ ଓକିଲ ସାଥୀ ମୁସାରଫ ଓରଫ୍ ପରଭେଜ୍ ଖୋଲିଛି ରିଜୱାନଙ୍କ ପାକିସ୍ତାନ ପ୍ରେମର ପେଡ଼ି ।

ଗିରଫ ମୁସାରଫଙ୍କ ଅନୁସାରେ, ୨୦୨୨ରେ ସୋହନା କୋର୍ଟରେ ଓକିଲାତି ଅଭ୍ୟାସ ବେଳେ ରିଜୱାନଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ଏହାପରେ ମୁସାରଫ ନୁହ କୋର୍ଟରେ ଓ ରିଜୱାନ ଗୁରୁଗ୍ରାମରେ ଓକିଲାତି ଅଭ୍ୟାସ କରିଥିଲେ । କୋର୍ଟ ବଦଳିବା ପରେ ଦୁହେଁ ସମ୍ପର୍କରେ ଥିଲେ ଏବଂ ଅନେକ ସମୟରେ ଡିଲ୍ ପାଇଁ ଏକାଠି ହେଉଥିଲେ ।

ଏଥିସହ ପଢ଼ନ୍ତୁ: ମହଙ୍ଗା ପଡ଼ିଲା 'ଗୁଳି କରିଦେବି' ମନ୍ତବ୍ୟ; ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା

ମୁସାରଫ ପୋଲିସକୁ ଦେଇଥିବା ସୂଚନା ଅନୁସାରେ, ଉଭୟ ଗତ ଜୁଲାଇରେ କାର୍ ଯୋଗେ ୱାଘା ବର୍ଡରକୁ ଯାଇଥିଲେ । ସ୍ଵର୍ଣ୍ଣ ମନ୍ଦିର ଦର୍ଶନ ପରେ ବାଇକ୍‌ରେ ଆସିଥିବା ୨ ଜଣଙ୍କ ଠାରୁ ରିଜୱାନ ଆଣିଥିଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ତେବେ ଟଙ୍କା ନେଇ ଆସିଥିବା ଦୁଇଜଣ କିଏ ତାହା ମୁସାରଫ କହିପାରିନି ।

ଅମ୍ରିତସରରୁ ଘରକୁ ଫେରିବା ବାଟରେ କାର୍ ଦୁର୍ଘଟଣାଗ୍ରସ୍ ହୁଏ । ଫଳରେ ଦୁହେଁ ସେଇଠି କାର୍ ଛାଡ଼ିଦେଇ ଟ୍ରେନ୍ ଯୋଗେ ଫେରି ଆସନ୍ତି । ପୁଣି ଅଗଷ୍ଟ ୧ରେ ଦୁର୍ଘଟଣାଗ୍ରସ୍ତ କାର୍ ଆଣିବାକୁ ଯାଆନ୍ତି ଦୁଇ ଓକିଲ ବନ୍ଧୁ । ଅମ୍ରିତସରରେ ସନ୍ଧ୍ୟାରେ ହୋଟେଲ୍ ନେବା ପରେ ରାତିରେ ରିଜୱାନ ପଳାଏ । କହିକି ଯାଏ ସେ ଆହୁରି ଟଙ୍କା ନେଇ ଆସିବ ।

ଜେରା ବେଳେ ମୁସାରଫ କହିଛି, "ରିଜୱାନ ପ୍ରାୟ ୭ ଥର ଅମ୍ରିତସର ଯାଇଛି ଟଙ୍କା ସଂଗ୍ରହ ପାଇଁ । କେତେବେଳେ ସ୍କର୍ପିଓ ତ କେବେ ସ୍କୋଡା କାର୍‌ରେ ଟଙ୍କା ନେଇ ଆସୁଥିଲା ।" ସେପଟେ ୪୧ ଲକ୍ଷ ନଗଦ ଆଣିଥିବା ରିଜୱାନ ମଧ୍ୟ ମାନିଛି । ଆଉ ସେହି ଟଙ୍କାକୁ ରିଜୱାନ ଅଜୟ ଅରୋରାଙ୍କୁ ଦେଇଥିଲା ।

ତଦନ୍ତ ବେଳେ ଜଣାପଡ଼ିଛି ରିଜୱାନ ନାଁରେ ୨ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ତଉରୁରେ ରହିଛି । ଅନ୍ୟଟି ରହିଛି ସୋହନାର ଇଣ୍ଡସଇଣ୍ଡ ବ୍ୟାଙ୍କରେ ।

ଏଥିସହ ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଜାଲ୍‌ ରାସନ କାର୍ଡ ହିତାଧିକାରୀ: ଯୋଗାଣମନ୍ତ୍ରୀ

ତେବେ ଦେଣନେଣ ସୀମା ବାହାରେ କାରବାର ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଥିବା ଆକାଉଣ୍ଟଟି ବନ୍ଦ ହୋଇ ଯାଇଛି । ଯାହାକି ଦର୍ଶାଉଛି ହାୱଲା ମାଧ୍ୟମରେ କୋଟି କୋଟି ଟଙ୍କା ପାକିସ୍ତାନରୁ ଆସିଛି ରିଜୱାନ ଆକାଉଣ୍ଟକୁ । ଆଉ ସେହି ଟଙ୍କାର ସିଂହଭାଗ ପଞ୍ଜାବରେ ଆତଙ୍କବାଦୀ ନେଟୱର୍କ ସୁଦୃଢ଼ କରିବାକୁ ଉପଯୋଗ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ରିଜୱାନ ଆକାଉଣ୍ଟରେ ମୋଟ କେତେ ଟଙ୍କା ଜମା ହୋଇଛି ସେନେଇ ସଠିକ୍ ତଥ୍ୟ ଜାଣିନଥିବା କହିଛି ମୁସାରଫ । ତେବେ ରିଜୱାନର ଲାପଟପ୍ ଏବଂ ଫୋନ୍‌ରୁ ତଦନ୍ତକାରୀ ସଂସ୍ଥା ସନ୍ଦିଗ୍ଧ ଦେଣନେଣ ପାଇଛି । ପ୍ରଥମ ନୁହ ପୋଲିସ ମୁସାରଫକୁ ଧରିଥିଲା । ତାର ୪ ଦିନ ପରେ ଧରାପଡ଼ିଛି ରିଜୱାନ ।

ଏହି ମାମଲାରେ ନୁହ ପୋଲିସର ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଅମ୍ରିତସରରୁ ଆଉ ୩ ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ ସନ୍ଦୀପ ସିଂହ ଓରଫ ଗଗନ, ଅମନଦୀପ ସିଂହ ଓ ଜାସ୍କରନ ସିଂହ । ଏମାନଙ୍କ ସହାୟତାରେ ପାକିସ୍ତାନରୁ ଆସୁଥିବା କୋଟି କୋଟି ଟଙ୍କା ରିଜୱାନ ଆକାଉଣ୍ଟରେ ଜମା କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ISI Espionage: ISIକୁ ଭାରତର ଗୁପ୍ତ ତଥ୍ୟ ଦେଉଥିଲେ ଓକିଲ; ୱାଘା ବର୍ଡରରୁ ଆଣୁଥିଲେ ବ୍ୟାଗ ଭର୍ତ୍ତି ଟଙ୍କା | Argus News