Pan Masala Packaging / ବନ୍ଦ ହେବ ପ୍ଲାଷ୍ଟିକ୍ ପାଉଚ୍ ଗୁଟଖା, ଏଥର ଆସିବ ପେପରବୋର୍ଡ ପ୍ୟାକ୍ ହୋଇ
·4 months ago·2 min read

Key Points
ଆଉ ପ୍ଲାଷ୍ଟିକ୍ ପାଉଚ୍ ଗୁଟଖା ମିଳିବନି
ଏବେ କାଗଜ କିମ୍ବା ପେପରବୋର୍ଡ ପ୍ୟାକ୍ ହୋଇ ଆସିବ ଗୁଟଖା

ଆଉ ମିଳିବନି ପ୍ଲାଷ୍ଟିକ ପାଉଚ୍ ଗୁଟଖା। ଏଥର ଆସିବ କାଗଜ ପେପରବୋର୍ଡ ପ୍ୟାକ୍ ଗୁଟଖା। ଗୁଟକା କିମ୍ବା ପାନ ମସଲା ଭଳି ତମାଖୁ ପ୍ରଡକ୍ଟ ଏବେ ଆଉ ପ୍ଲାଷ୍ଟିକ୍ ପାଉଚରେ ଦେଖିବାକୁ ମିଳିବ ନାହିଁ। ଏଗୁଡ଼ିକଏବେ କାଗଜ, ପେପରବୋର୍ଡ, ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍ରେ ପ୍ୟାକ୍ କରାଯିବ। ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ନିୟମରେ ସଂଶୋଧନ କରିବାକୁ ଯାଉଛି। ମଙ୍ଗଳବାର ଏଫ୍ଏସଏସଆଇ 'ଖାଦ୍ୟ ସୁରକ୍ଷା ଏବଂ ମାନକ (ପ୍ୟାକେଜିଂ) ନିୟମାବଳୀ ୨୦୧୮ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଯେଉଁ ନିର୍ମାତାମାନେ ପାଉଚ୍ ବଦଳରେ ଟିନ୍ କିମ୍ବା କାଚ ପାତ୍ର ବ୍ୟବହାର କରୁଛନ୍ତି ସେମାନେ ଏହା ଜାରି ରଖିପାରିବେ। ଏଥିରେ ନିର୍ମାତାମାନଙ୍କୁ ସେମାନଙ୍କର ବାଣିଜ୍ୟିକ ଆବଶ୍ୟକତା ପୂରଣ କରିବା ପାଇଁ କୋହଳ ପ୍ରଦାନ କରାଯିବ, ଯଦି ସେମାନେ ନିୟାମକ ଢାଞ୍ଚା ମଧ୍ୟରେ ରହିବେ ତେବେ ଏହି କୋହଳ ମିଳିପାରିବ। FSSAI ସୁପାରିଶ କରିଛି ଯେ ପାନ ମସାଲ ଓ ଗୁଟଖା ପ୍ୟାକେଜିଂରେ ପ୍ଲାଷ୍ଟିକ୍ ପାଉଚ୍ ବଦଳରେ କାଗଜ, କାର୍ଡବୋର୍ଡ ଏବଂ ସେଲୁଲୋଜ୍ ଭଳି ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯିବା ଉଚିତ। ନିୟାମକ କହିଛନ୍ତି ଯେ ଏହି ସାମଗ୍ରୀଗୁଡ଼ିକ ଖାଦ୍ୟ ଏବଂ ପାନୀୟ ପ୍ୟାକେଜିଂ ପାଇଁ ସମ୍ପୂର୍ଣ୍ଣ ନିରାପଦ। ଏହା ବ୍ୟତୀତ, କମ୍ପାନୀଗୁଡ଼ିକ ପାଇଁ ଏହି ନୂଆ ସାମଗ୍ରୀ ଗ୍ରହଣ କରିବା ଏବଂ ବ୍ୟବହାର କରିବା ସହଜ ହେବ।
ଏଥିସହ ପଢ଼ନ୍ତୁ: ଭାଙ୍ଗିଗଲା ୧୦ ବର୍ଷର ସମ୍ପର୍କ: ସ୍ୱାମୀ ଥାଉ ଥାଉ ବେକରୁ ମଙ୍ଗଳସୂତ୍ର ଖୋଲିଦେଲା ସ୍ତ୍ରୀ
"ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୨୬" ଡ୍ରାଫ୍ଟ ଉପରେ ଆଗାମୀ ୩୦ ଦିନ ପାଇଁ ଷ୍ଟେକହୋଲ୍ଡର ମାନଙ୍କ ଖୋଲାଖୋଲି ମତାମତ ଏବଂ ଆପତ୍ତି ରଖିବାକୁ ଆହ୍ୱାନ କରାଯାଇଛି। ଆପତ୍ତି ଓ ପରାମର୍ଶ ଆସିବା ପରେ ଏହାପରେ ବିଚାର କରି ନିୟମଗୁଡ଼ିକୁ ଚୂଡ଼ାନ୍ତ କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ବନ୍ଦ ହେବ ପ୍ଲାଷ୍ଟିକ ଓ ବିନାଇଲ ବ୍ୟବହାର:
ନୂତନ ପ୍ରସ୍ତାବ ଅନୁଯାୟୀ, ଗୁଟଖା, ପାନ ମସଲା ଏବଂ ତମାଖୁର କୌଣସି ପ୍ୟାକେଜିଂରେ କୌଣସି ପ୍ରକାରର ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର କରାଯିବ ନାହିଁ। ବିନାଇଲ୍ ଆସେଟେଟ୍-ମେଲିକ ଏସିଡ୍-ଭିନାଇଲ୍ କ୍ଲୋରାଇଡ୍ କୋପଲିମର ଭଳି ରାସାୟନିକ ପଦାର୍ଥ ଥିବା ସାମଗ୍ରୀ ମଧ୍ୟ ନିଷିଦ୍ଧ କରାଯିବ।
ଅନ୍ୟପଟେ ଗୁଟଖା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଭାରତରେ ପୁରୁଷଙ୍କ ଭିତରେ ତମାଖୁ ବ୍ୟବହାର ବୃଦ୍ଧି ପାଉଥିବାରୁ ମୁଖ କର୍କଟ ରୋଗ ବୃଦ୍ଧି ପାଉଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଅଧ୍ୟୟନରୁ ଜଣାପଡ଼ିଛି। ଅନେକ ଜି୨୦ ଦେଶମାନଙ୍କ ମଧ୍ୟରେ ଏହି ଧାରା ଦେଖିବାକୁ ମିଳିଛି। ଆଇସିଏମଆର୍ -ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଣ-ସଂକ୍ରମିତ ରୋଗ ଏପିଡେମିଓଲୋଜି (ଆଇସିଏମଆର୍ -ଏନଆଇଏନଇ) ଦ୍ୱାରା କରାଯାଇଥିବା ଅଧ୍ୟୟନ ୧୧ଟି ଦେଶର ଗ୍ଲୋବାଲ୍ କ୍ୟାନସର ଅବଜରଭେଟୋରୀ ତଥ୍ୟ ଉପରେ ଆଧାରିତ। ଏହି ତଥ୍ୟ ଅନୁଯାୟୀ ଭାରତରେ ସର୍ଭାଇକାଲ୍ କ୍ୟାନସର (ଗର୍ଭାଶୟ କର୍କଟ) ମାମଲା ହ୍ରାସ ପାଉଥିଲେ ଅନ୍ୟ ରୋଗ ବଢ଼ି ଚାଲିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories