Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦେଶକୁ ମିଳିଲା ଦୁଇ ନୂଆ ନିର୍ବାଚନ କମିସନର

National

ଦେଶକୁ ମିଳିଲା ଦୁଇ ନୂଆ ନିର୍ବାଚନ କମିସନର

Jitendra Dash
Browse all articles by Jitendra Dash
·2 years ago·1 min read
ଦେଶକୁ ମିଳିଲା ଦୁଇ ନୂଆ ନିର୍ବାଚନ କମିସନର

ଅର୍ଗସ ବ୍ୟୁରୋ : ଦେଶକୁ ମିଳିଲା ଦୁଇ ନୂଆ ନିର୍ବାଚନ କମିସନର । ଜ୍ଞାନେଶ କୁମାରଙ୍କ ସହିତ ସୁଖବୀର ସିଂହ ସାନ୍ଧୁ ହେଲେ ଦେଶର ଦୁଇ ନୂଆ ନିର୍ବାଚନ କମିସନର । ଚୟନ ସମିତି ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇ ଦେଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିସନରଙ୍କ ଚୟନ ପାଇଁ ଗଠିତ ସମିତିର ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ଜ୍ଞାନେଶ କୁମାର ହେଲେ କେରଳ କ୍ୟାଡରର ବରିଷ୍ଠ ଅଧିକାରୀ । ସେହିପରି ସୁଖବିନ୍ଦର ହେଉଛନ୍ତି ପଞ୍ଜାବ କ୍ୟାଡରର ଅଧିକାରୀ । ଅରୁଣ ଗୋୟଲ ନିର୍ବାଚନ କମିସନର ପଦରୁ ଇସ୍ତଫା ଦେବା ପରେ ୨ଟି ନିର୍ବାଚନ କମିସନର ପଦ ଖାଲି ପଡିଥିଲା । ଏହି ଦୁଇଟି ପଦ ପାଇଁ ଏବେ ଦୁଇଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Gyanesh Kumar, SS Sandhu named as new Election Commissioners, says Adhir Chowdhury | Argus News