Videos
|
National

Flydubai Copilot / ବିମାନ ହାଇଜାକ୍ କରି ଧ୍ୱଂସ କରିବା ଯୋଜନା, ହମାମ ଅଲ୍-ହମ୍ମାମୀଙ୍କୁ ଫାଶୀ ଆଶଙ୍କା

Rashmita Mishra
Browse all articles by Rashmita Mishra
·44 mins ago·2 min read
ବିମାନ ହାଇଜାକ୍ କରି ଧ୍ୱଂସ କରିବା ଯୋଜନା, ହମାମ ଅଲ୍-ହମ୍ମାମୀଙ୍କୁ ଫାଶୀ ଆଶଙ୍କା
Flydubai Copilot

Key Points

ଫ୍ଲାଏଦୁବାଇ ହାଇଜାକ୍ ଷଡ଼ଯନ୍ତ୍ର: କୋ-ପାଇଲଟ୍‌କୁ ମିଳିପାରେ ମୃତ୍ୟୁଦଣ୍ଡ
9/11 ଭଳି ଆକ୍ରମଣ ଯୋଜନା! ଫ୍ଲାଏଦୁବାଇ କୋ-ପାଇଲଟ୍‌ଙ୍କୁ ନେଇ ବଡ଼ ଖୁଲାସା
ବିମାନ ହାଇଜାକ୍ କରି ଧ୍ୱଂସ କରିବା ଯୋଜନା, ହମାମ ଅଲ୍-ହମ୍ମାମୀଙ୍କୁ ଫାଶୀ ଆଶଙ୍କା
ଫ୍ଲାଏଦୁବାଇ FZ1073 ମାମଲା: ଚରମପନ୍ଥୀ ଲିଙ୍କ୍‌ରୁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବଢ଼ିଲା ସଙ୍କଟ



ଆକାଶରେ ଉଡ଼ୁଥିବା ବିମାନକୁ ହାଇଜାକ୍ କରି ଧ୍ୱଂସ କରିବାକୁ ହୋଇଥିଲା ଭୟଙ୍କର ଷଡ଼ଯନ୍ତ୍ର ! ଫ୍ଲାଏଦୁବାଇ ବିମାନରେ ହାଇଜାକ୍ ଉଦ୍ୟମ ମାମଲାରେ ଏବେ ଅଭିଯୁକ୍ତ କୋ-ପାଇଲଟ୍ ହମାମ ଅଲ୍-ହମ୍ମାମୀଙ୍କୁ ନେଇ ଆସିଛି ବଡ଼ ଅପଡେଟ୍ । ତଦନ୍ତକାରୀ ସଂସ୍ଥାର ଦାବି ଅନୁସାରେ, ଆତଙ୍କବାଦୀ ଆକ୍ରମଣର ଅଭିଯୋଗ ପ୍ରମାଣିତ ହେଲେ ହମ୍ମାମୀଙ୍କୁ ମିଳିପାରେ ମୃତ୍ୟୁଦଣ୍ଡ । ୟୁଏଇର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଏଭଳି ସୂଚନା ମିଳିଥିବା ଦାବି କରାଯାଉଛି ।

ଫ୍ଲାଏଦୁବାଇର FZ1073 ବିମାନରେ ହମ୍ମାମୀ କକପିଟ୍‌ରେ ଆକ୍ରମଣ କରି ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲେ । ତଦନ୍ତକାରୀଙ୍କ ଅନୁସାରେ, ତାଙ୍କ ଟାର୍ଗେଟ୍ ଥିଲା ଇସ୍ରାଏଲ୍ ଏବଂ ଯୋଜନାରେ ୯/୧୧ ଭଳି ଭୟଙ୍କର ଆକ୍ରମଣର ଛାୟା ଥିବା ଦାବି କରାଯାଇଛି । ଏବେ ଏହି ମାମଲାରେ ସାମ୍ନାକୁ ଆସୁଥିବା ଚରମପନ୍ଥୀ ଲିଙ୍କ୍ ତଦନ୍ତକୁ ଆହୁରି ଗମ୍ଭୀର କରିଛି । ତେବେ ହମ୍ମାମୀଙ୍କ ଉପରେ କଣ ରହିଛି ଅଭିଯୋଗ ? ତାଙ୍କଠାରୁ କେଉଁ ପ୍ରକାରର ଚରମପନ୍ଥୀ ସାମଗ୍ରୀ ମିଳିଛି? ଏବଂ କାହିଁକି ତାଙ୍କୁ ମୃତ୍ୟୁଦଣ୍ଡ ମିଳିବାର ଆଶଙ୍କା ପ୍ରକାଶ ପାଉଛି ? ଜାଣନ୍ତୁ...

ଫ୍ଲାଏ ଦୁବାଇ ବିମାନ ହାଇଜାକ୍ ଉଦ୍ୟମ କରିଥିବା କୋ-ପାଇଲଟକୁ ହମାମ ଅଲ୍-ହମ୍ମାମୀଙ୍କୁ ମିଳିପାରେ ମୃତ୍ୟୁଦଣ୍ଡ । ୟୁଏଇର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଛି ସୂଚନା । ତଦନ୍ତକାରୀ ଅଧିକାରୀଙ୍କ ଅନୁଯାୟୀ ଅଲ୍-ହମ୍ମାମୀ ଏକ ଆତଙ୍କବାଦୀ । 9/11 ଭଳି ଇସ୍ରାଏଲ ବିମାନ ବନ୍ଦରରେ ଆକ୍ରମଣ ପାଇଁ କରିଥିଲା ଯୋଜନା ।

ଫ୍ଲାଏ ଦୁବାଇ ବିମାନ ହାଇଜାକ୍ ଉଦ୍ୟମ କରିଥିବା କୋ-ପାଇଲଟ ହମାମ ଅଲ୍-ହମ୍ମାମୀଙ୍କୁ ମିଳିପାରେ ମୃତ୍ୟୁଦଣ୍ଡ । ୟୁଏଇର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଏ ଦୁବାଇ ବିମାନ FZ1073ରେ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ମାମଲାରେ ଓମାନର ସହ-ପାଇଲଟ୍ ତଥା କଟ୍ଟରପନ୍ଥୀ ୨୯ ବର୍ଷୀୟ ହମାମ ଅଲ୍-ହମ୍ମାମୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ସମ୍ଭାବନା ରହିଛି ।

ତଦନ୍ତକାରୀ ଅଧିକାରୀଙ୍କ ଅନୁଯାୟୀ, ଅଲ୍-ହମ୍ମାମୀ "ଇସଲାମୀୟ କଟରପନ୍ଥୀ ମତବାଦ" ଦ୍ୱାରା ପ୍ରଭାବିତ ହୋଇଥିଲେ । ତଦନ୍ତ ସମୟରେ ତାଙ୍କ ପାଖରୁ ଚରମପନ୍ଥୀ ସାମଗ୍ରୀ ଏବଂ ସୋସିଆଲ ମିଡ଼ିଆରେ ତାଙ୍କର କ୍ରମାଗତ କଟରପନ୍ଥୀ ଚିନ୍ତାଧାରା ପ୍ରକାଶ ପାଉଥିବା ବର୍ଷ ବର୍ଷର କାର୍ଯ୍ୟକଳାପ ଜବତ କରାଯାଇଛି ।

ସେ ବିଭିନ୍ନ କଟରପନ୍ଥୀ ୱେବସାଇଟ୍ ଭିଜିଟ୍ କରୁଥିଲା । ଚରମପନ୍ଥୀ ଚିନ୍ତାଧାରା ଯୋଗୁଁ ତାକୁ 'ଓମାନ ଏୟାର୍'ର ଫ୍ଲାଇଟ୍ ଟ୍ରେନିଂରୁ ବାହାର କରିଦିଆଯାଇଥିଲା । ଏହାପରେ ସେ ପୂର୍ବତନ ଅଲ୍-କାଏଦା ମୁଖ୍ୟ ଅୟମନ୍ ଅଲ୍-ଜୱାହିରୀଙ୍କ ସମ୍ବନ୍ଧୀୟ ସାମଗ୍ରୀ ପୋଷ୍ଟ କରିଥିଲା । ୟୁଏଇର ଆଟର୍ନି ଜେନେରାଲ୍ ଏହାକୁ ଏକ ଆତଙ୍କବାଦୀ କାର୍ଯ୍ୟ ଉଦ୍ୟମ ବୋଲି କହିଥିବାବେଳେ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ଜିହାଦୀ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବୋଲି ବର୍ଣ୍ଣନା କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: