Videos
|
National

Hamid Ansari Controversial Statement / ପୁଣି ବିଷ ଓଗାଳିଲେ ହମିଦ୍ ଅଂସାରୀ, 'ଭାରତ ପାଇଁ ପ୍ରକୃତ ବିପଦ ହେଉଛି ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା'

Subhramjit Ray
Browse all articles by Subhramjit Ray
·1 hour ago·2 min read
ପୁଣି ବିଷ ଓଗାଳିଲେ ହମିଦ୍ ଅଂସାରୀ, 'ଭାରତ ପାଇଁ ପ୍ରକୃତ ବିପଦ ହେଉଛି ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା'
Hamid Ansari Controversial Statement

Key Points

ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅଂସାରୀ ଜବାହରଲାଲ ନେହେରୁଙ୍କ ଅଭିଯୋଗିତ ବକ୍ତବ୍ୟକୁ ଉଦ୍ଧୃତ କରିଥିଲେ। ଯେଉଁଥିରେ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତାକୁ ଭାରତ ପାଇଁ ଏକ ବଡ଼ ବିପଦ ବୋଲି ବର୍ଣ୍ଣନା କରାଯାଇଥିଲା।
ପୁନର୍ବାର ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ହମିଦ୍ ଅଂସାରୀ। ସମ୍ବିଧାନ ବିଶେଷଜ୍ଞ, ବରିଷ୍ଠ ଆଇନଜୀବୀ ଏବଂ ଲେଖକ ଏ.ଜି ନୁରାନୀଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଦେଇଥିବା ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ନୁରାନୀଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକକୁ ଉଲ୍ଲେଖ କରି ଅଂସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସେହି କଥିତ ବୟାନର ଉଦାହରଣ ଦେଇଥିଲେ। ଯେଉଁଥରେ କୁହାଯାଇଥିଲା ଯେ, "ଭାରତ ପାଇଁ ପ୍ରକୃତ ବିପଦ ସାମ୍ୟବାଦ ନୁହେଁ, ବରଂ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା।"

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ
ନୂଆଦିଲ୍ଲୀ ଇଣ୍ଡୋ ଇସଲାମିକ୍ ସାଂସ୍କୃତିକ କେନ୍ଦ୍ର (Indo-Islamic Cultural Centre) ଠାରେ ଆୟୋଜିତ ହୋଇଥିବା, "Remembering a Polymath: The Life and Times of Abdul Ghafoor Noorani" କାର୍ଯ୍ୟକ୍ରମରେ ଭାଷଣ ଦେବା ଅସବରରେ ହମିଦ ଅଂସାରୀ, ଏ.ଜି. ନୁରାନି (AG Noorani) ଙ୍କ ଚିନ୍ତାଧାରା ଏବଂ ଲେଖାକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ ନୁରାନୀଙ୍କ ଦ୍ୱାରା ୨୦୧୯ ରେ ରଚିତ ପୁସ୍ତକ, "The RSS: A Menace to India" ପ୍ରସ୍ତାବନାରେ ଏପରି ମତ ରହିଛି। ଯାହା ତାଙ୍କ ମତରେ ଆଜି ଭାରତ ବର୍ଷରେ ଅନେକ ମୁସଲମାନଙ୍କ ଭାବନାକୁ ପ୍ରତିଫଳିତ କରେ।

ହମିଦ୍ ଅଂସାରୀ କହିଛନ୍ତି ଯେ ସମାନ ପ୍ରସ୍ତାବନାରେ ଏ.ଜି ନୁରାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଏକ ବୈଠକ ପରିପ୍ରେକ୍ଷୀରେ ରେକର୍ଡ଼ କରାଯାଇଥିବା ମନ୍ତବ୍ୟକୁ ଉଦ୍ଧୃତ କରିଛନ୍ତି। ତାଙ୍କ କହିବା ଅନୁସାରେ, ନେହେରୁ ସେହି ବୈଠକରେ କହିଥିଲେ ଯେ, "ଭାରତ ପାଇଁ ପ୍ରକୃତ ବିପଦ ସାମ୍ୟବାଦ ନୁହେଁ, ବରଂ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା।"

ହମିଦ ଅଂସାରୀ ଆଉ କ’ଣ କହିଥିଲେ?
ହମିଦ ଅଂସାରୀ ରାଷ୍ଟ୍ରବାଦ, ପରିଚୟ ଏବଂ ଭାରତର ରାଜନୈତିକ ଦିଗ ସହିତ ଜଡି଼ତ ପ୍ରସଙ୍ଗକୁ ମଧ୍ୟ ସମ୍ବୋଧିତ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ସାମ୍ପ୍ରତିକ ବର୍ଷରେ, ଧାରା ଏବଂ ପରମ୍ପରା ଦେଖାଦେଇଛି ଯାହା ନାଗରିକ ଜାତୀୟତାବାଦର (Civic Nationalism) ପ୍ରତିଷ୍ଠିତ ନୀତିକୁ ଚ୍ୟାଲେଞ୍ଜ କରିଥାଏ। ଏହା ସ୍ଥାନରେ ସାଂସ୍କୃତିକ ଜାତୀୟତାବାଦର (Cultural Nationalism) ଧାରଣାକୁ ପ୍ରୋତ୍ସାହିତ କରେ। ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି ଯେ ଏହି ଧାରାର କିଛି ସାମ୍ପ୍ରତିକ ଉଦାହରଣ ଚିନ୍ତାଜନକ ଏବଂ ଆଇନର ଶାସନର ଦାବିକୁ ଦୁର୍ବଳ (Rule of Law) କରିଥାଏ। ସେ କହିଛନ୍ତି ଯେ ଏପରି ପ୍ରଶ୍ନର ଉତ୍ତର ଦିଆଯିବା ଆବଶ୍ୟକ ଏବଂ ଏହି ଧାରାର ଆଇନଗତ ଏବଂ ରାଜନୈତିକ ସ୍ତରରେ ମୁକାବିଲା କରାଯିବା ଆବଶ୍ୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଜି ନୁରାନୀଙ୍କୁ ଦେଶର ଜଣେ ପ୍ରସିଦ୍ଧ ଆଇନ ବିଶେଷଜ୍ଞ, ଲେଖକ ଏବଂ ସାମ୍ବିଧାନିକ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ। ତାଙ୍କ ଜୀବନ, ​​ଚିନ୍ତାଧାରା ଏବଂ ବୌଦ୍ଧିକ ଅବଦାନକୁ ସ୍ମରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯଦିଓ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ନୁରାନିଙ୍କ ବ୍ୟକ୍ତିତ୍ୱ ଏବଂ ଲେଖା ଉପରେ ଥିଲା। ହେଲେ ହମିଦ ଅଂସାରୀଙ୍କ ମନ୍ତବ୍ୟ ରାଜନୈତିକ ବିତର୍କର ବିଷୟ ପାଲଟିଛି।

ପାଲଟା ଦେଲା ବିଜେପି
ହମିଦ ଅଂସାରୀଙ୍କ ବିବୃତ୍ତି ଆସିବା ପରେ ବିଜେପି ଏହାର ପାଲଟା ଜବାବ ଦେଇଛି। ଦଳର ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରତିକ୍ରିୟା ଦେଇ କହିଛି ଯେ ଏହି ବିବୃତ୍ତି କଂଗ୍ରେସ ଦଳର କଥିତ "ହିନ୍ଦୁ ବିରୋଧୀ ରାଜନୀତି" ପରିପ୍ରକାଶ କରିଥାଏ। ବିଜେପି ରାହୁଲ ଗାନ୍ଧୀଙ୍କ ଅତୀତର ବକ୍ତବ୍ୟକୁ ମଧ୍ୟ ଉଦ୍ଧୃତ କରିଛି ଏବଂ ଅଭିଯୋଗ କରିଛି ଯେ ଏପରି ମନ୍ତବ୍ୟ କଂଗ୍ରେସର ରାଜନୈତିକ ଚିନ୍ତାଧାରା ଏବଂ କଥାବାର୍ତ୍ତାର ଅଂଶ ହୋଇସାରିଛି।