Romantic Diwali / ଦୀପାବଳିରେ ହାର୍ଦ୍ଦିକ-ମାହିକାଙ୍କ ରୋମାଣ୍ଟିକ୍ ଅନ୍ଦାଜ, ଗ୍ଲାମରସ୍ ଲୁକ୍ରେ ମାହିକା ଚୋରାଇଲେ ଲାଇମଲାଇଟ୍!
·1 hour ago·2 min read

Key Points
ଚଳିତ ବର୍ଷର ଦୀପାବଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଥିଲା ଖାସ୍
ପ୍ରେମିକା ମାହିକା ଓ ପୁଅ ଅଗସ୍ତ୍ୟଙ୍କ ସହ ଧୁମଧାମରେ ପାଳନ କରିଛନ୍ତି ହାର୍ଦ୍ଦିକ
ଦୀପାବଳିରେ ହାର୍ଦ୍ଦିକ-ମାହିକାଙ୍କ ରୋମାଣ୍ଟିକ୍ ଅନ୍ଦାଜ
ଗ୍ଲାମରସ୍ ଲୁକ୍ରେ ମାହିକା ଚୋରାଇଲେ ଲାଇମଲାଇଟ୍

ମୁମ୍ବାଇ,୦୯/୧୧: ଚଳିତ ବର୍ଷର ଦୀପାବଳି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଥିଲା ଖାସ୍। ଆଲୋକର ପର୍ବକୁ ନିଜ ପ୍ରେମିକା ମାହିକା ଶର୍ମା ଓ ପୁଅ ଅଗସ୍ତ୍ୟଙ୍କ ସହ ଧୁମଧାମରେ ପାଳନ କରିଛନ୍ତି ହାର୍ଦ୍ଦିକ। ପାରମ୍ପରିକ ପୂଜାପାଠ ସହ ପରିବାର ସହ ବିତାଇଥିବା ଏହି ଖାସ୍ ମୁହୂର୍ତ୍ତର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ତେବେ ଏହି ସେଲିବ୍ରେସନର ସବୁଠୁ ଆକର୍ଷଣୀୟ ଦିଗ ଥିଲା ହାର୍ଦ୍ଦିକ ଓ ମାହିକାଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି।
ହାର୍ଦ୍ଦିକ-ମାହିକାଙ୍କ ସହ ନଜର ଆସିଲେ ପିଭି ସିନ୍ଧୁ
ଦୀପାବଳି ଅବସରରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ମଧ୍ୟ ହାର୍ଦ୍ଦିକ ଓ ମାହିକାଙ୍କୁ ଭେଟିଥିଲେ। ସେ ନିଜ ଇନଷ୍ଟାଗ୍ରାମରେ ଏହି ସେଲିବ୍ରେସନର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଫଟୋରେ ତିନିଜଣଙ୍କ ହସ ହସ ଚେହେରା ଓ ଖୁସିର ମୁହୂର୍ତ୍ତ ଦେଖିବାକୁ ମିଳିଛି। ଏହି ଅବସରରେ ପିଭି ସିନ୍ଧୁ ଏକ ସୁନ୍ଦର ଶାଢ଼ି ପିନ୍ଧିଥିବା ବେଳେ ତାଙ୍କ ସରଳ ଓ ଆକର୍ଷଣୀୟ ଲୁକ୍ ସମସ୍ତଙ୍କ ନଜର ଟାଣିଥିଲା। ଅନ୍ୟପଟେ ମାହିକା ଶର୍ମାଙ୍କ ଲାଲ୍ ରଙ୍ଗର ଟ୍ରାଡିସନାଲ୍ ସୁଟ୍ ଲୁକ୍ ଥିଲା ଖୁବ୍ ଗ୍ଲାମରସ୍। କାନରେ ଝୁମକା ଓ ମଥାରେ ମାଙ୍ଗଟିକା ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଥିଲା। ତାଙ୍କ ଲୁକ୍ ଦେଖି ଫ୍ୟାନ୍ସ ମଧ୍ୟ ଫିଦା।
ପଢନ୍ତୁ ଏହି ଖବର: ପାୟଲଙ୍କ ଜୀବନରେ ଏମିତି କ’ଣ ଘଟିଥିଲା? ମଦ ନିଶାରେ ବୁଡ଼ିଥିଲେ ଅଭିନେତ୍ରୀ!

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାହିକାଙ୍କ କପାଳରେ ତିଳକ ଲଗାଇଲେ ହାର୍ଦ୍ଦିକ
ହାର୍ଦ୍ଦିକ ମଧ୍ୟ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୀପାବଳି ସେଲିବ୍ରେସନର ଅନେକ ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ମାହିକାଙ୍କ କପାଳରେ ତିଳକ ଲଗାଉଥିବା ନଜର ଆସିଛନ୍ତି। ଅନ୍ୟ ଏକ ଫଟୋରେ ଉଭୟ ଏକାଠି ପୋଜ୍ ଦେଇଛନ୍ତି। ଏହି ଫଟୋଗୁଡ଼ିକରେ ଦୁହିଁଙ୍କ ମଧ୍ୟରେ ଥିବା ସୁନ୍ଦର ବନ୍ଧନ ଓ କେମେଷ୍ଟ୍ରି ସ୍ପଷ୍ଟ ହୋଇଛି। ଏପଟେ ହାର୍ଦ୍ଦିକଙ୍କ କୁର୍ତ୍ତା-ପାଇଜାମା ଲୁକ୍ ମଧ୍ୟ ଥିଲା ଖୁବ୍ ଆକର୍ଷଣୀୟ। ପୁଅ ଅଗସ୍ତ୍ୟଙ୍କ ସହ ଏହି ପାରିବାରିକ ମୁହୂର୍ତ୍ତକୁ ମଧ୍ୟ ସେ ଖୁବ୍ ଉପଭୋଗ କରିଥିଲେ।
ପିଭି ସିନ୍ଧୁ ଫଟୋ ସହ କ୍ୟାପସନରେ ହାର୍ଦ୍ଦିକ, ମାହିକା ଓ ଛୋଟ ଅଗସ୍ତ୍ୟଙ୍କ ସହ ଦୀପାବଳି ପାଳନ କରିଥିବା ନେଇ ଲେଖିଛନ୍ତି। ଏବେ ଏହି ଷ୍ଟାରଙ୍କ ଦୀପାବଳି ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରୁଛି।

Related Topics
Explore more stories