Videos
|
National

Untold Struggles / ପାୟଲଙ୍କ ଜୀବନରେ ଏମିତି କ’ଣ ଘଟିଥିଲା? ମଦ ନିଶାରେ ବୁଡ଼ିଥିଲେ ଅଭିନେତ୍ରୀ!

Bikash Mohanty
Browse all articles by Bikash Mohanty
·1 hour ago·2 min read
ପାୟଲଙ୍କ ଜୀବନରେ ଏମିତି କ’ଣ ଘଟିଥିଲା? ମଦ ନିଶାରେ ବୁଡ଼ିଥିଲେ ଅଭିନେତ୍ରୀ!
Payal

Key Points

ଗ୍ଲାମର ଦୁନିଆରୁ ଡିପ୍ରେସନ୍‌ ପର୍ଯ୍ୟନ୍ତ
ପାୟଲ ରୋହତଗୀଙ୍କ ଜୀବନର ଅକୁହା କାହାଣୀ
ବିଗ୍ ବସ୍‌ରୁ ମିଳିଥିଲା ନକାରାତ୍ମକ ପରିଚୟ
ଡିପ୍ରେସନ୍‌ରେ ବୁଡ଼ିଥିଲେ ପାୟଲ ରୋହତଗୀ

ମୁମ୍ବାଇ,୦୯/୧୧: ବଲିଉଡ୍ ଅଭିନେତ୍ରୀ ଏବଂ "ବିଗ୍ ବସ୍" ଫେମ୍ ପାୟଲ୍ ରୋହତଗୀ ବିଗ୍ ବସ୍ ରେ ଯୋଗ ଦେଇ ଖବରର ଶିରୋନାମା ତିଆରି କରିଥିଲେ। ଯଦିଓ ବିଗ୍ ବସ୍ ରେ ତାଙ୍କର ଯୋଗଦାନ ବହୁତ ଦିନ ନଥିଲା, କିନ୍ତୁ ସେ ଶୀଘ୍ର ବାହାର ହୋଇଯାଇଥିଲେ। ଏହା ପରେ, ଅଭିନେତ୍ରୀ ଡିପ୍ରେସନରେ ପଡ଼ିଗଲେ ଏବଂ ତାଙ୍କର ମଦ୍ୟପାନ ନିଶା ବଢିଗଲା। ସେ ଦିନରାତି ମଦ୍ୟପାନ କରୁଥିଲେ, ସବୁବେଳେ ନିଶାଗ୍ରସ୍ତ ରହୁଥିଲେ।

ବଲିଉଡ୍‌ର ଗ୍ଲାମରସ୍‌ ଦୁନିଆରେ ନିଜର ବୋଲ୍ଡ ଅନ୍ଦାଜ ଓ ଆକର୍ଷଣୀୟ ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପାୟଲ ରୋହତଗୀ ଆଜି ନିଜର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ମଡେଲିଂରୁ ଆରମ୍ଭ କରି ବଲିଉଡ୍‌ ଏବଂ ଟେଲିଭିଜନ ପର୍ଯ୍ୟନ୍ତ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ପାୟଲଙ୍କ ଜୀବନ ଯେତିକି ଗ୍ଲାମରସ୍‌, ସେତିକି ସଂଘର୍ଷପୂର୍ଣ୍ଣ ମଧ୍ୟ। ବିଶେଷକରି 'ବିଗ୍‌ ବସ୍‌'ରୁ ବାହାରିବା ପରେ ତାଙ୍କ ଜୀବନରେ ଆସିଥିବା ଝଡ଼ ତାଙ୍କୁ ମାନସିକ ଭାବେ ଭାଙ୍ଗି ଦେଇଥିଲା।

ପାୟଲ ସବୁବେଳେ ମଦ୍ୟପାନ କରୁଥିଲେ

ପାୟଲ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ ବିଗ୍ ବସ୍ ରୁ ବାହାରିବା ପରେ ସେ ଡିପ୍ରେସନରେ ପଡ଼ିଗଲେ ଏବଂ ଦିନରାତି ମଦ୍ୟପାନ କରିବାକୁ ଲାଗିଲେ। ସେ ସବୁବେଳେ ମଦ୍ୟପାନରେ ରହୁଥିଲେ। କେତେବେଳେ ତାଙ୍କୁ ଲାଗୁଥିଲା ଯେ ତାଙ୍କ ପାଖରେ ବଞ୍ଚିବାର କୌଣସି କାରଣ ନାହିଁ। 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୦୨ରେ ବଲିଉଡ୍‌ରେ ଏଣ୍ଟ୍ରି

୧୯୭୮ ନଭେମ୍ବର ୯ରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଜନ୍ମଗ୍ରହଣ କରିଥିଲେ ପାୟଲ। ମଡେଲିଂ ଦୁନିଆରୁ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ୨୦୦୨ରେ 'ୟେ କ୍ୟା ହୋ ରାହା ହୈ?' ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ। ଏହାପରେ 'ପ୍ଲାନ୍‌', '୩୬ ଚାଇନା ଟାଉନ୍‌', 'ଢୋଲ୍‌', 'ହେ ବେବି', 'କର୍ପୋରେଟ୍‌' ଭଳି ଫିଲ୍ମରେ ନଜର ଆସିଥିଲେ। ନିଜର ବୋଲ୍ଡ ଲୁକ୍‌ ଏବଂ ଗ୍ଲାମରସ୍‌ ଅନ୍ଦାଜ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲା।

ପଢନ୍ତୁ ଏହି ଖବର: ବୋଲ୍ଡନେସ୍‌ରେ ମତୁଆଲା କରନ୍ତି ପୁନମ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ପଛରେ ଲୁଚିଛି ଏହି କାହାଣୀ!

'ବିଗ୍‌ ବସ୍‌' ବଦଳାଇ ଦେଇଥିଲା ଜୀବନର ଗତି

୨୦୦୮ରେ ପ୍ରସାରିତ 'ବିଗ୍‌ ବସ୍‌'ର ଦ୍ୱିତୀୟ ସିଜିନ୍‌ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ପାୟଲ। ଶୋ'ରେ ୫୩ ଦିନ ରହିବା ପରେ ସେ ବାହାର ହୋଇଥିଲେ। ତେବେ ଶୋ'ରୁ ବାହାରିବା ପରେ ତାଙ୍କର ଅନୁଭୂତି ଆଦୌ ଭଲ ନଥିଲା। ପାୟଲଙ୍କ କହିବା ଅନୁସାରେ, ବିଗ୍‌ ବସ୍‌ ତାଙ୍କୁ ଏକ ନକାରାତ୍ମକ ପରିଚୟ ଦେଇଥିଲା। ଏପରିକି ଶୋ'ରେ ତାଙ୍କ ପ୍ରେମ କାହାଣୀକୁ ଯେଉଁଭଳି ଭାବେ ଦେଖାଯାଇଥିଲା, ତାହା ତାଙ୍କ ବ୍ୟକ୍ତିଗତ ଜୀବନକୁ ମଧ୍ୟ ପ୍ରଭାବିତ କରିଥିଲା।

ଡିପ୍ରେସନ୍‌ରେ ବିତିଥିଲା କଷ୍ଟକର ସମୟ

ବିଗ୍‌ ବସ୍‌ରୁ ବାହାରିବା ପରେ ପାୟଲ ଗଭୀର ମାନସିକ ଅବସାଦର ଶିକାର ହୋଇଥିବା କଥା ଏକ ସାକ୍ଷାତକାରରେ କହିଥିଲେ। ସେହି ସମୟରେ ତାଙ୍କର ମଦ୍ୟପାନ ଅଭ୍ୟାସ ବଢ଼ିଯାଇଥିଲା। ଦିନରାତି ମଦ୍ୟପାନ କରିବା ସହ ଅନେକ ସମୟରେ ଜୀବନ ପ୍ରତି ଆଶା ମଧ୍ୟ ହରାଇ ବସିଥିଲେ। ଏହି କଷ୍ଟକର ସମୟ ତାଙ୍କ ଜୀବନର ଏକ ଅନ୍ଧକାରମୟ ଅଧ୍ୟାୟ ଥିଲା।

ଟିଭି ଶୋ'ରେ ମଧ୍ୟ ଦେଖାଇଛନ୍ତି ଜଲୱା

କେବଳ ବଲିଉଡ୍‌ ନୁହେଁ, ଟେଲିଭିଜନ ଦୁନିଆରେ ମଧ୍ୟ ପାୟଲ ନିଜର ଛାପ ଛାଡ଼ିଛନ୍ତି। 'ସର୍ଭାଇଭର ଇଣ୍ଡିଆ', 'ନଚ୍‌ ବଲିୟେ ୭' ଏବଂ 'ଲକ୍‌ ଅପ୍‌' ଭଳି ରିଆଲିଟି ଶୋ'ରେ ସେ ନଜର ଆସିଛନ୍ତି। ଗ୍ଲାମର, ବୋଲ୍ଡନେସ୍‌ ଏବଂ ଜୀବନର ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିବା ପାୟଲ ରୋହତଗୀଙ୍କ ଯାତ୍ରା ଆଜି ମଧ୍ୟ ଚର୍ଚ୍ଚାର ବିଷୟ।