Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଦଳିଲା ହରିୟାଣା ଓ ଜମ୍ମୁକାଶ୍ମୀରର ବିଧାନସଭା ନିର୍ବାଚନ ତାରିଖ

National

ବଦଳିଲା ହରିୟାଣା ଓ ଜମ୍ମୁକାଶ୍ମୀରର ବିଧାନସଭା ନିର୍ବାଚନ ତାରିଖ

Swayangprajna Mishra
Browse all articles by Swayangprajna Mishra
·1 year ago
ବଦଳିଲା ହରିୟାଣା ଓ  ଜମ୍ମୁକାଶ୍ମୀରର ବିଧାନସଭା ନିର୍ବାଚନ ତାରିଖ

ଅର୍ଗସ ବ୍ୟୁରୋ : ବଦଳିଲା ହରିୟାଣା ବିଧାନସଭା ନିର୍ବାଚନ ତାରିଖ । ଏବେ ଅକ୍ଟୋବର ୧ ବଦଳରେ ହରିୟାଣାରେ ଅକ୍ଟୋବର ୫ରେ ହେବ ଭୋଟିଂ। ହରିୟାଣା ଓ ଜମ୍ମୁକାଶ୍ମୀରରେ ହେବାକୁ ଥିବା ଗଣତିର ତାରିଖ ମଧ୍ୟ ବଦଳାଯାଇଛି। ହରିୟାଣାରେ ଆଗକୁ ରହିଥିବା ବଡ଼ ପର୍ବକୁ ନଜରରେ ରଖି ନିର୍ବାଚନ ତାରିଖ ବଦଳାଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ।  ହରିୟାଣାରେ ପ୍ରତିବର୍ଷ ଅସୋଜ ଅମାବାସ୍ୟାରେ ବିଷ୍ଣୋଇ ସମାଜର ପୂଜ୍ୟ,  ଗୁରୁ ଜମ୍ବେଶ୍ବରଙ୍କ ଲାଗି ସ୍ବତନ୍ତ୍ର ପର୍ବର ଆୟୋଜନ ହୋଇଥାଏ।

ଅଧିକ ପଢନ୍ତୁ ଭାରତ ଖବର

ଚଳିତ ଥର ଏହି ପର୍ବର ଦିନ ଗୁଡିକରେ ଅନେକ ଜାତୀୟ ଅବକାଶ ରହୁଥିବାରୁ ଏହି ସମୟରେ ଭୋଟିଂ କଲେ ମତଦାନ ପ୍ରଭାବିତ ହେବାର ଆଶଙ୍କା କରି ନିର୍ବାଚନ ଆୟୋଗଙ୍କ ପାଖରେ  ତାରିଖ ପରିବର୍ତ୍ତନ ନେଇ ନିବେଦନ କରିଥିଲେ ବିଜେପି ଓ ଆଇଏନଏଲଡି। ତେବେ ନିର୍ବାଚନର ତାରିଖ ବଦଳିବା ନେଇ ବିରୋଧ କରିଛି କଂଗ୍ରେସ ଓ ଆପ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Haryana and Jammu and Kashmir assembly election date changed | Argus News