Videos
|
National

No PUC No Fuel Rule / PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ୍‌ ! ଅକ୍ଟୋବର ୧ରୁ ଲାଗୁ ହେବ ନୂଆ ନିୟମ

Santosh Kumar Sahoo
Browse all articles by Santosh Kumar Sahoo
·43 mins ago·2 min read
PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ୍‌ ! ଅକ୍ଟୋବର ୧ରୁ ଲାଗୁ ହେବ ନୂଆ ନିୟମ
No PUC-No Fuel

Key Points

ସରକାରଙ୍କ କଡ଼ା ନିୟମ
PUC ନଥିଲେ ମିଳିବନି ପେଟ୍ରୋଲ
କେବେଠାରୁ ଲାଗୁ ହେବ ଜାଣନ୍ତୁ...
ଦିନକୁ ଦିନ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏବେ ନେଇଛନ୍ତି ଏକ କଡ଼ା ପଦକ୍ଷେପ । ଯଦି ଆପଣଙ୍କ ଗାଡ଼ିର PUC (Pollution Under Control) ସର୍ଟିଫିକେଟ୍ ଏକ୍ସପାୟର ହୋଇଯାଇଛି କିମ୍ବା ରିନ୍ୟୁ କରାଯାଇନାହିଁ । ତେବେ ଖୁବ ଶୀଘ୍ର ଆପଣଙ୍କ ଗାଡ଼ିକୁ ମିଳିବ ନାହିଁ ପେଟ୍ରୋଲ କିମ୍ବା ଡିଜେଲ । ହରିୟାଣା ସରକାର "ନୋ PUC, ନୋ ଫ୍ୟୁଏଲ" ନୀତି ଲାଗୁ କରିବାକୁ ଯାଉଛନ୍ତି, ଯାହା ଗାଡ଼ି ମାଲିକଙ୍କ ପାଇଁ ବଡ଼ ପରିବର୍ତ୍ତନ ଆଣିବ । ତେବେ କେବେଠାରୁ ଲାଗୁ ହେବ ଏହି ନିୟମ, କେମିତି କାମ କରିବ ଏହି ବ୍ୟବସ୍ଥା ଏବଂ କାହା ଉପରେ ପଡ଼ିବ ଏହାର ପ୍ରଭାବ ? ଜାଣନ୍ତୁ...

ଭାରତରେ ଦିନକୁ ଦିନ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ସରକାର ଏବେ ଆକ୍ସନ୍ ମୋଡ୍‌ରେ । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ସିଧାସଳଖ ଲକ୍ଷାଧିକ ଗାଡ଼ି ଚାଳକଙ୍କୁ ପ୍ରଭାବିତ କରିପାରେ । ଯଦି ଆପଣଙ୍କ ଗାଡ଼ିର PUC (ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍) ସାର୍ଟିଫିକେଟ୍ ଏକ୍ସପାୟର ହୋଇଯାଇଛି କିମ୍ବା ଆପଣ ଏହାକୁ ସମୟରେ ରିନ୍ୟୁ କରିନାହାନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ମିଳିବାରେ ସମସ୍ୟା ହୋଇପାରେ ।
ହରିୟାଣା ସରକାର ରାଜ୍ୟର ଏନ୍‌ସିଆର୍ ଜିଲ୍ଲାଗୁଡ଼ିକରେ "ନୋ PUC, ନୋ ଫ୍ୟୁଏଲ" ନୀତି ଲାଗୁ କରିବାକୁ ଯାଉଛନ୍ତି। ଏହି ନିୟମ ଅନୁସାରେ, ୧ ଅକ୍ଟୋବରରୁ ବୈଧ PUC ସର୍ଟିଫିକେଟ୍ ନଥିବା କୌଣସି ଗାଡ଼ିକୁ ପେଟ୍ରୋଲ, ଡିଜେଲ କିମ୍ବା ସିଏନ୍‌ଜି ମିଳିବ ନାହିଁ ।

ସରକାରଙ୍କ କହିବା ଅନୁସାରେ, ଏହି ପଦକ୍ଷେପର ଉଦ୍ଦେଶ୍ୟ ଲୋକଙ୍କୁ ଦଣ୍ଡ ଦେବା ନୁହେଁ, ବରଂ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ସମୟରେ PUC ସାର୍ଟିଫିକେଟ୍ ନବୀକରଣ କରିବାକୁ ପ୍ରୋତ୍ସାହିତ କରିବା । ବାୟୁ ଗୁଣବତ୍ତା ପରିଚାଳନା ଆୟୋଗଙ୍କ ନିର୍ଦ୍ଦେଶ ପରେ ଶୀତ ଋତୁରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଏହି ନୂଆ ବ୍ୟବସ୍ଥାକୁ ସଫଳ କରିବା ପାଇଁ ସରକାର ଅତ୍ୟାଧୁନିକ ANPR (Automatic Number Plate Recognition) କ୍ୟାମେରା ବ୍ୟବହାର କରିବେ। ସେପ୍ଟେମ୍ବର ୩୦ ସୁଦ୍ଧା ହରିୟାଣାର ଏନ୍‌ସିଆର୍ ଅଞ୍ଚଳର ସମସ୍ତ ପେଟ୍ରୋଲ୍‌ ପମ୍ପରେ ଏହି କ୍ୟାମେରା ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ବ୍ୟବସ୍ଥାରେ ଗାଡ଼ି ପେଟ୍ରୋଲ ପମ୍ପକୁ ପ୍ରବେଶ କରିବା ମାତ୍ରେ କ୍ୟାମେରା ନମ୍ବର ପ୍ଲେଟ୍ ସ୍କାନ୍ କରିବ । ଏହା ସିଧାସଳଖ ଜାତୀୟ ଯାନ ଡାଟାବେସ୍ ସହ ସଂଯୁକ୍ତ ରହିବ। ଯଦି ଆପଣଙ୍କ PUC ସର୍ଟିଫିକେଟ୍ ବୈଧ ଥିବ, ତେବେ ପେଟ୍ରୋଲ-ଡିଜେଲ୍‌ ମିଳିବ । କିନ୍ତୁ PUC ଏକ୍ସପାୟର ଥିଲେ ସିଷ୍ଟମ୍ ସ୍ୱୟଂଚାଳିତ ଭାବେ ଇନ୍ଧନ ଯୋଗାଣ ବନ୍ଦ କରିଦେବ ।

ଏହା ସହିତ, ମୋଟର ଭେହିକଲ୍ ଆଇନ ଅନୁସାରେ ବୈଧ PUC ବିନା ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଜରିମାନା ସହିତ ଇନ୍ଧନ ନ ମିଳିବାର ସମସ୍ୟା ମଧ୍ୟ ଦେଖାଦେଇପାରେ ।

ତେଣୁ ଯଦି ଆପଣ ହରିୟାଣା କିମ୍ବା ଏନ୍‌ସିଆର୍ ଅଞ୍ଚଳରେ ଗାଡ଼ି ଚଳାଉଛନ୍ତି, ତେବେ ସମୟ ନଷ୍ଟ ନକରି ନିକଟସ୍ଥ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରକୁ ଯାଇ ନିଜ ଗାଡ଼ିର PUC ସାର୍ଟିଫିକେଟ୍ ଯାଞ୍ଚ କରନ୍ତୁ ଏବଂ ଆବଶ୍ୟକ ହେଲେ ତୁରନ୍ତ ନବୀକରଣ କରନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: