Shami Hasin Jahan Dispute / ସୁପ୍ରିମକୋର୍ଟ ଗଲେ ଶାମିଙ୍କ ପତ୍ନୀ, ୪ ଲକ୍ଷ ନୁହେଁ...ଭରଣପୋଷଣ ପାଇଁ ଦାବି କଲେ ୧୦ ଲକ୍ଷ
·10 months ago·2 min read

Key Points
ମାସକୁ ୪ ଲକ୍ଷ କ’ଣ ଯଥେଷ୍ଠ ନୁହେଁ ? ଶାମୀଙ୍କ ପତ୍ନୀ ହସୀନ ଜାହାଁଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କ୍ରିକେଟରଙ୍କୁ କଲେ ନୋଟିସ୍ ।
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ମହମ୍ମଦ ଶାମି ଓ ତାଙ୍କ ପୂର୍ବତନ ପତ୍ନୀ ହାସିନ୍ ଜାହାନଙ୍କ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଶାମିଙ୍କ ପୂର୍ବତନ ପତ୍ନୀ ହାସିନ ଜାହାନ ତାଙ୍କ ଭରଣପୋଷଣ ବୃଦ୍ଧି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହି ଆବେଦନ ଉପରେ ବିଚାର କରି ଶୁକ୍ରବାର ସର୍ବୋଚ୍ଚ ଅଦାଲତ ପଶ୍ଚିମବଙ୍ଗ ସରକର ଓ ମହମ୍ମଦ ଶାମିଙ୍କୁ ନୋଟିସ୍ ଜାରି କରିଛନ୍ତି ।
କଲିକତା ହାଇକୋର୍ଟ ହାସିନ ଜାହାନ ଏବଂ ତାଙ୍କ ଝିଅ ପାଇଁ ମାସିକ ୪ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ଭରଣପୋଷଣରେ ସେ ସନ୍ତୁଷ୍ଟ ନୁହଁନ୍ତି । ସୁପ୍ରିମକୋର୍ଟରେ ଏକ ଆବେଦନରେ ହାସିନ ଜାହାନ କହିଛନ୍ତି ଯେ, ଶାମିଙ୍କ ଆୟ ଏବଂ ଜୀବନଶୈଳୀକୁ ଦୃଷ୍ଟିରେ ରଖି ଏହି ପରିମାଣ ପର୍ଯ୍ୟାପ୍ତ ନୁହେଁ । ତେଣୁ ସେ କୋର୍ଟକୁ ଭରଣପୋଷଣ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି । ତେବେ ଏହି ଆବେଦନରେ କୋର୍ଟ ଶାମିଙ୍କ ପତ୍ନୀ ଜାହାନଙ୍କୁ ପଚାରିଥିଲେ, ୪ ଲକ୍ଷ ଟଙ୍କା କ'ଣ ଯଥେଷ୍ଟ ନୁହେଁ ?
ସୂଚନା ଅନୁସାରେ, କଲିକତା ହାଇକୋର୍ଟ ଶାମିଙ୍କୁ ତାଙ୍କ ଝିଅଙ୍କ ପାଇଁ ୨.୫ ଲକ୍ଷ ଟଙ୍କା ଏବଂ ତାଙ୍କ ସ୍ତ୍ରୀଙ୍କୁ ୧.୫ ଲକ୍ଷ ଟଙ୍କା ଭରଣପୋଷଣ ଭାବରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ନେଇ ହାସିନ ଜାହାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪%ରୁ ଅଧିକ ମତଦାନ
ସୁପ୍ରିମକୋର୍ଟ ଦାୟର ଆବେଦନରେ ହାସିନ ଜାହାନ ଦାବି କରିଛନ୍ତି ଯେ ମହମ୍ମଦ ଶାମିଙ୍କୁ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଉ। ୭ ଲକ୍ଷ ଟଙ୍କା ଆବେଦନକାରୀଙ୍କ ସ୍ତ୍ରୀଙ୍କ ଖର୍ଚ୍ଚ ପାଇଁ ଏବଂ ୩ ଲକ୍ଷ ଟଙ୍କା ତାଙ୍କ ଝିଅର ଭରଣପୋଷଣ ପାଇଁ ଦିଆଯାଉ ।
କଲିକତା ହାଇକୋର୍ଟ ହାସିନ ଜାହାନ ଏବଂ ତାଙ୍କ ଝିଅ ପାଇଁ ମାସିକ ୪ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ଭରଣପୋଷଣରେ ସେ ସନ୍ତୁଷ୍ଟ ନୁହଁନ୍ତି । ସୁପ୍ରିମକୋର୍ଟରେ ଏକ ଆବେଦନରେ ହାସିନ ଜାହାନ କହିଛନ୍ତି ଯେ, ଶାମିଙ୍କ ଆୟ ଏବଂ ଜୀବନଶୈଳୀକୁ ଦୃଷ୍ଟିରେ ରଖି ଏହି ପରିମାଣ ପର୍ଯ୍ୟାପ୍ତ ନୁହେଁ । ତେଣୁ ସେ କୋର୍ଟକୁ ଭରଣପୋଷଣ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି । ତେବେ ଏହି ଆବେଦନରେ କୋର୍ଟ ଶାମିଙ୍କ ପତ୍ନୀ ଜାହାନଙ୍କୁ ପଚାରିଥିଲେ, ୪ ଲକ୍ଷ ଟଙ୍କା କ'ଣ ଯଥେଷ୍ଟ ନୁହେଁ ?
ସୂଚନା ଅନୁସାରେ, କଲିକତା ହାଇକୋର୍ଟ ଶାମିଙ୍କୁ ତାଙ୍କ ଝିଅଙ୍କ ପାଇଁ ୨.୫ ଲକ୍ଷ ଟଙ୍କା ଏବଂ ତାଙ୍କ ସ୍ତ୍ରୀଙ୍କୁ ୧.୫ ଲକ୍ଷ ଟଙ୍କା ଭରଣପୋଷଣ ଭାବରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାକୁ ନେଇ ହାସିନ ଜାହାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪%ରୁ ଅଧିକ ମତଦାନ
ସୁପ୍ରିମକୋର୍ଟ ଦାୟର ଆବେଦନରେ ହାସିନ ଜାହାନ ଦାବି କରିଛନ୍ତି ଯେ ମହମ୍ମଦ ଶାମିଙ୍କୁ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଉ। ୭ ଲକ୍ଷ ଟଙ୍କା ଆବେଦନକାରୀଙ୍କ ସ୍ତ୍ରୀଙ୍କ ଖର୍ଚ୍ଚ ପାଇଁ ଏବଂ ୩ ଲକ୍ଷ ଟଙ୍କା ତାଙ୍କ ଝିଅର ଭରଣପୋଷଣ ପାଇଁ ଦିଆଯାଉ ।📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହମ୍ମଦ ଶାମି ଏବଂ ହାସିନ ଜାହାନ ୨୦୧୪ ମସିହାରେ ବିବାହ କରିଥିଲେ, କିନ୍ତୁ ୨୦୧୮ ମସିହାରେ ଅଲଗା ହୋଇଯାଇଥିଲେ । ସେବେଠାରୁ ଉଭୟ ପରସ୍ପର ମଧ୍ୟରେ ବିବାଦ ଲାଗି ରହିଛି। ହାସିନ ଜାହାନ ଶାମିଙ୍କ ବିରୁଦ୍ଧରେ ଘରୋଇ ହିଂସା ଏବଂ ମ୍ୟାଚ୍ ଫିକ୍ସିଂ ସମେତ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗଗୁଡ଼ିକୁ ଆଧାର କରି ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି। କିନ୍ତୁ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ବିସିସିଆଇ ଶାମିଙ୍କୁ ମୁକ୍ତ କରିଛି ।
ହାସିନ ଜାହାନ ଶାମିଙ୍କ ସହିତ ହୋଇଥିବା କଥାବାର୍ତ୍ତାର ସ୍କ୍ରିନସଟ୍ ଏବଂ ଟେଲିଫୋନ୍ ରେକର୍ଡିଂ ସେୟାର କରି ଶାମିଙ୍କ ଉପରେ ପରକୀୟା ପ୍ରିତିା ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ ସେ ଶାମି ଏବଂ ତାଙ୍କ ପରିବାର ଉପରେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଶାମିଙ୍କର ବେଙ୍ଗାଲୁରୁ, ପୁଣେ, ଇନ୍ଦୋର ଏବଂ ନାଗପୁରରେ ବିଭିନ୍ନ ମହିଳାଙ୍କ ସହିତ ସମ୍ପର୍କ ଥିଲା ।
ସେପଟେ ହାସିନ ଜାହାନଙ୍କ ଏହି ଆବେଦନ ଉପରେ ବିଚାର କରି କୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ ଶାମିଙ୍କୁ ଏକ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣି ମଧ୍ୟ ଚାରି ସପ୍ତାହ ପରେ ହେବ ।

Related Topics
Explore more stories