Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇଏଏସ ପାଇବା ପରେ ବାପାଙ୍କୁ ଏମିତି କହିଲେ....ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଇଏଏସ ପାଇବା ପରେ ବାପାଙ୍କୁ ଏମିତି କହିଲେ....ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଆଇଏଏସ ପାଇବା ପରେ ବାପାଙ୍କ ଅଫିସରେ ବାପାଙ୍କୁ ଦେଲେ ସରପ୍ରାଇଜ । ଭାବବିହ୍ବଳ ହୋଇ ଚେୟାରରୁ ଉଠିପଡିଲେ ବାପା । ତାଙ୍କ ସହ ଅନ୍ୟ ସହକର୍ମୀ ମାନେ  । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । 

ଆଇଆଇଟି ରୁର୍କେର ସ୍ନାତକ କ୍ଷିତିଜ ଗୁରଭେଲେ ୟୁପିଏସସି(UPSC) ସିଭିଲ ସର୍ଭିସ ପରୀକ୍ଷା ୪୪୧ ତମ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ବାପାଙ୍କୁ ଖୁସି ଖବର ଦେବାପାଇଁ ବାପାଙ୍କ ଅଫିସରେ ପହଞ୍ଚିଛନ୍ତି । ଅପରାହ୍ନ ସମୟରେ ତାଙ୍କ ବାପା ସହକର୍ମୀଙ୍କ ସହ ଲଞ୍ଚ କରୁଥିବା ବେଳେ ସେ ତାଙ୍କୁ ଯାଇଁ କହିଛନ୍ତି, " ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଆସିଲେ , ଛିଡା ହବାକଥା କି ନୁହେଁ " ଏହାପରେ ନିଜ ସିଟରୁ ଭାବବିହ୍ବଳ ହୋଇ ଉଠି ପଡିଛନ୍ତି ବାପା । ପୁଅକୁ ଗେହ୍ଲାରେ କୁଣ୍ଡାଇ ପକାଇଥିଲେ ବାପା । ତା ସହ ଅନ୍ୟ ସହକର୍ମୀମାନେ ମଧ୍ୟ ଭାବବିହ୍ବଳ ହୋଇ ପଡିଥିଲେ । 

 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

View this post on Instagram

A post shared by Kshitij Gurbhele (@kshitijgurbhele_)

ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, ଏପରି ନିଜ ବାପାଙ୍କୁ ସେ ନିଜ ରେଜଲ୍ଟ ବିଷୟରେ କହିଥିଲେ । ଦୀର୍ଘ ୨ ବର୍ଷର କଠିନ ପରିଶ୍ରମ ପରେ ସେ ଏହି ସଫଳତା ପାଇଛନ୍ତି । ଏହି ସଫଳତା ପାଇଁ ସେ ନିଜ ବାପା ,ମାଆ, ଦିଦିଙ୍କୁ ଶ୍ରେୟ ଦେଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ୧୮ ମିଲିୟନ ଲୋକ ଦେଖିସାରିଛନ୍ତି । 

Sponsored
He said this to his father after getting IAS. the video went viral | Argus News