ସ୍କୁଲରେ ଫେସିଆଲ ହେଉଥିଲେ ପ୍ରଧାନ ଶିକ୍ଷୟତ୍ରୀ, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ସ୍କୁଲକୁ ବିୟୁଟି ପାର୍ଲର ବନେଇ ଦେଲେ ପ୍ରଧାନ ଶିକ୍ଷୟତ୍ରୀ । ପାଠ ପଢାଇବା ବଦଳରେ ଚାଲିଛି ଫେସିଆଲ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଫେସିଆଲ କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ସିଂ ସ୍କୁଲର ରୋଷେଇ ଘରେ ଫେସିଆଲ ହେଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ସହକାରୀ ଶିକ୍ଷୟତ୍ରୀ ତାଙ୍କର ଭିଡିଓ ବନାଇଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷୟତ୍ରୀ ଜଣକ ରାଗିଯାଇ ତାଙ୍କ ସହ ମାରପିଟ କରିଥିଲେ । ଏବଂ ତାଙ୍କ ହାତକୁ ମଧ୍ୟ କାମୁଡି ଦେଇଥିଲେ । ତାଙ୍କ ପାଟି ଶୁଣିବା ପରେ ଅନ୍ୟ ସହକାରୀ ଶିକ୍ଷକମାନେ ଆସି ତାଙ୍କୁ ଅଟକାଇ ଥିଲେ । ତେବେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।
#Shocking news Unnao |#यूपी के #उन्नाव में हेड शिक्षिका ने प्राथमिक विद्यालय को बनाया ब्यूटी पार्लर !!
विद्यालय में बच्चो को पढ़ाने के बजाए चल रहा है ब्यूटी पार्लर, हेड शिक्षिका संगीता सिंह का किचन में फेशियल कराते वीडियो !!
शिक्षण के बजाए रसोई घर मे 'फेशियल' करा रही थी हेड… pic.twitter.com/1ujtKvYiNM
📱 Get Argus News App
✨ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ନେଇ କମେଣ୍ଟ ଦେଇଛନ୍ତି । ଦଣେ ଲେଖିଛନ୍ତି, ସରକାରୀ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ପାଠ ପଢାଉନାହାନ୍ତି । ଅନ୍ୟଜଣେ ଲେଖିଛନ୍ତି, ସେହି ଶିକ୍ଷୟତ୍ରୀଙ୍କୁ ଭୟଙ୍କର ଦଣ୍ଡ ମିଳିବା ଦରକାର ।