Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Ritu Das
Browse all articles by Ritu Das
·1 year ago·1 min read
ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଅର୍ଗସ ବ୍ୟୁରୋ: ସମଗ୍ର ଦେଶର ମୌସୁମୀ ବିଦାୟ ନେଉଥିବା ବେଳେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୧୦ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହି ସମୟରେ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ଦୁଇ ଦିନ ମଧ୍ୟରେ ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ ଝାଡ଼ଖଣ୍ଡର କିଛି ଅଂଶରୁ ଫେରିଯିବାର ସମ୍ଭାବନା ରହିଛି। ତେବେ ଅନେକ ରାଜ୍ୟରେ ବିଶେଷ କରି ଦକ୍ଷିଣ ଉପଦ୍ୱୀପ ଭାରତରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି।

ଏହି ସମୟ ମଧ୍ୟରେ ପୁଣି ଥରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ଏହି ନିମ୍ନ ଚାପ ଏକ ଘୂର୍ଣ୍ଣିବଳୟରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ଘୂର୍ଣ୍ଣିବଳୟ ପାଖେଇ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ ଗୃହମନ୍ତ୍ରୀ ଗୃହ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବାପାଟଲା, ପ୍ରକାଶମ, ନେଲୋର, କୁର୍ନୁଲ ଏବଂ ନନ୍ଦିଆଲା ଭଳି ଅନେକ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବ ପଶ୍ଚିମବଙ୍ଗରୁ ବିହାର ପର୍ଯ୍ୟନ୍ତ ଦେଖାଯିବ ବୋଲି କହିଛି ପାଣିପାଗ ବିଭାଗ।

ଦକ୍ଷିଣ ରାଜ୍ୟଗୁଡିକ ପାଇଁ ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୧୫ପର୍ଯ୍ୟନ୍ତ ତାମିଲନାଡୁ ଏବଂ ପୁଡୁଚେରୀରେ, ଆସନ୍ତା ୬ ଦିନରେ କେରଳରେ ଏବଂ ଅକ୍ଟୋବର ୧୪ରୁ ୧୬ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ଅକ୍ଟୋବର ୧୪ ପର୍ଯ୍ୟନ୍ତ କର୍ନାଟକରେ ମଧ୍ୟ ବର୍ଷା ହେବ। ତାମିଲନାଡୁ ଏବଂ କେରଳରେ ୧୪ ଏବଂ ୧୫ ଅକ୍ଟୋବରରେ ପ୍ରବଳ ବର୍ଷା ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
Heavy rain | Argus News