|
logo
Live

Argus News - ବ୍ରାଜିଲରେ ବର୍ଷା ବିତ୍ପାତ :  ୩୭ଜଣଙ୍କର ମୃତ୍ୟୁ ହେବା ସହ ୭୦ଜଣ ନିଖୋଜ 

National

ବ୍ରାଜିଲରେ ବର୍ଷା ବିତ୍ପାତ :  ୩୭ଜଣଙ୍କର ମୃତ୍ୟୁ ହେବା ସହ ୭୦ଜଣ ନିଖୋଜ 

Manini Pattanayak
Browse all articles by Manini Pattanayak
·1 year ago
ବ୍ରାଜିଲରେ ବର୍ଷା ବିତ୍ପାତ :  ୩୭ଜଣଙ୍କର ମୃତ୍ୟୁ ହେବା ସହ ୭୦ଜଣ ନିଖୋଜ 

 ନୂଆଦିଲ୍ଲୀ : ବ୍ରାଜିଲରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ପରେ ସେଠାରେ ପ୍ରବଳ ବନ୍ୟା ହୋଇଛି । ଦକ୍ଷିଣ ବ୍ରାଜିଲରେ ୩୭ଜଣଙ୍କର ମୃତ୍ୟୁ ହେବା ସହ ୭୦ଜଣ ନିଖୋଜ ହୋଇଯାଇଛନ୍ତି । ୨୩ ହଜାରରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି । ଏବେ ବି ଅନେକ ଲୋକ ପାଣିଘେରରେ ଫସି ରହିଛନ୍ତି ।

ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଅପରେସନ ଚାଲିଛି । ପ୍ରବଳ ବର୍ଷା ପରେ ଅନେକ ସହର ଜଳାର୍ଣ୍ଣବ ହୋଇଯାଇଛି । ରାସ୍ତା ଉପରେ ଚାଲୁଛି ପାଣି । ଅନେକ ସ୍ଥାନରେ ବ୍ରିଜ ଭାଙ୍ଗିଯାଇଛି । ଏଥିସହ କାଦୁଅ ଧସି ଗୋଟିଏ ଡ୍ୟାମ୍ କ୍ଷତିଗ୍ରସ୍ତ ହେବା ସହ ଏହା ଭୁଶୁଡି ପଡିବାର ଆଶଙ୍କା ରହିଛି । ଏଥିଯୋଗୁ ଡ୍ୟାମ ନିକଟରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବ୍ରାଜିଲରେ ବର୍ଷା ବିତ୍ପାତ :  ୩୭ଜଣଙ୍କର ମୃତ୍ୟୁ ହେବା ସହ ୭୦ଜଣ ନିଖୋଜ  | Argus News