Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାଇ ଭୋଲଟେଜ୍ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ହେଭିୱେଟ୍ ନେତା

National

ହାଇ ଭୋଲଟେଜ୍ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ହେଭିୱେଟ୍ ନେତା

Manini Pattanayak
Browse all articles by Manini Pattanayak
·2 years ago·2 min read
ହାଇ ଭୋଲଟେଜ୍ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ହେଭିୱେଟ୍ ନେତା

ଭୁବନେଶ୍ୱର:  ବିଜେପି ଫୋକସରେ ଓଡ଼ିଶା। ମଇଦାନ ମୁହାଁ କେନ୍ଦ୍ରୀୟ ନେତା। ମାରାଥନ ପ୍ରଚାର ଲାଗି ରାଜ୍ୟ ବିଜେପିର ବ୍ଲୁ-ପ୍ରିଣ୍ଟ।ହାଇ ଭୋଲଟେଜ୍ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ହେଭିୱେଟ୍...ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରଚାରର ପାଗ ଭିଡ଼ିବେ ଅମିତ ଶାହ, ରାଜନାଥ ସିଂ, ନୀତୀନ ଗଡ଼କରୀ।  ବିଜେଡିର ବୁଦ୍ଧି ହଜାଇଦେଲାଣି ବିଜେପି ନେତାଙ୍କ ପ୍ରଚାର। ବିଜେପିର ବଡ଼ ନେତାଙ୍କ ମାରାଥାନ ପ୍ରଚାର ଦେଖି ବିଜେଡି ଛାତିରେ ଛନକା । ଚର୍ଚ୍ଚା ହେଉଛି ପ୍ରଧାନମନ୍ତ୍ରୀ ବିଜେପି ସରକାରର ଶପଥ ଗ୍ରହଣ ଲାଗି ଲୋକଙ୍କୁ ନିମନ୍ତ୍ରଣ ଦେଇ ଯିବା ପରେ ବିଗିଡ଼ିଲାଣି ବିଜେଡି ଗଣିତ । ରାଜନୈତିକ ସମୀକ୍ଷକଙ୍କ ଆକଳନ, ଧୂଳିସାତ ହୋଇପାରେ ବିଜେଡିର ଷଷ୍ଠ ଥର ସରକାର ଗଢ଼ିବା ସ୍ୱପ୍ନ । ଏଣୁ କାଉଣ୍ଟର ଲାଗି ପ୍ରତିଦିନ ନୂଆ ନୂଆ କୌଶଳ ଖୋଜୁଛି ଶାସକ ଦଳ । ତେବେ ପ୍ରଚାର ମଇଦାନରେ ଅଧିକ ଜୋସ୍ ଭରିବାକୁ ଓଡ଼ିଶା ଆସୁଛନ୍ତି ଅନେକ କେନ୍ଦ୍ରୀୟ ନେତା। 

୮ ତାରିଖ - 
() ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡ଼ା ଓ ଭବାନୀପାଟଣାରେ କରିବେ ପ୍ରଚାର
() ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ କୋରାପୁଟର ତିନିଟି ସ୍ଥାନରେ କରିବେ ଜନସଭା

୯ ତାରିଖ - 
() କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପୁରୀ କୃଷ୍ଣ ପ୍ରସାଦରେ ବିରାଟ ସମାବେଶ
() ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନବରଙ୍ଗପୁରର ତିନିଟି ସ୍ଥାନରେ ସଭା
() ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୁଣ୍ଡା ଓ ଖଲ୍ଲିକୋଟରେ କରିବେ ପ୍ରଚାର

୧୦ ତାରିଖ
() ପୁଣି ଥରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ। ସନ୍ଧ୍ୟା ୬ ଟାରେ ଭୁବନେଶ୍ଵରରେ ବିଶାଳ ରୋଡ ସୋ କରିବେ ମୋଦି। ମାଷ୍ଟର କ୍ୟାଣ୍ଟନରୁ ବାଣୀବିହାର ପର୍ଯ୍ୟନ୍ତ ରହିଛି ପିଏମଙ୍କ ରୋଡ଼ ସୋ ପ୍ରୋଗ୍ରାମ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୧ ତାରିଖ
  ୧୧ ତାରିଖରେ ରହିଛି ପ୍ରଧାନମନ୍ତ୍ରୀଙ୍କ ତିନିଟି ବିଶାଳ ଜନସଭା। କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ଜନତାଙ୍କୁ ସମ୍ବୋଧନ କରିପାରନ୍ତି ମୋଦି। 

୧୨ ତାରିଖ
 ପୁଣି ଥରେ ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସ୍ଥାନରେ ରହିଛି ଗୃହ ମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ

ସେହିପରି ଆଗକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କଠୁ ନେଇ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀଙ୍କ ଭଳି ଆଗ ଧାଡ଼ିର ନେତା ଓଡିଶା ଆସି ପ୍ରଚାର କରିବାର ରହିଛି କାର୍ଯ୍ୟକ୍ରମ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Raja Festival
Sponsored
Heavyweight leaders are coming to Odisha to promote high voltage | Argus News