Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହେମନ୍ତ ସୋରେନ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହେମନ୍ତ ସୋରେନ୍

ଅର୍ଗସ ବ୍ୟୁରୋ:  ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହେମନ୍ତ ସୋରେନ୍ । ରାଞ୍ଚିରେ ଶପଥ ଗ୍ରହଣ ସମାରୋହ ହେବ । ଝାଡଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାାଇବେ । ଆଜି କେବଳ ହେମନ୍ତ ସୋରେନ୍ ଶପଥ ନେବେ । ଆସନ୍ତା ସପ୍ତାହରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ନେବେ । ଜେଏମଏମର ୬ଜଣ, କଂଗ୍ରେସର ୪ଜଣ ଓ ରାଷ୍ଟ୍ରୀୟ ଜନତା ଦଳର ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ସୂଚନା ମିଳିଛି । ସିପିଆଇ ଏମଏଲର ଦୁଇ ଜଣ ବିଧାୟକ ବାହାରୁ ସରକାରଙ୍କୁ ସମର୍ଥନ କରିବେ ।

ଶପଥ ଗ୍ରହଣ ଉତ୍ସବରେ ଇଣ୍ଡି ମେଣ୍ଟର ଅନେକ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପାଓ୍ବାର, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣଡ୍ ସାଙ୍ଗମା, ପଂଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଶପଥ ଗ୍ରହଣ  ସମାରୋହରେ ସାମିଲ ହୋଇପାରନ୍ତି । ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ଜେଏମଏମ୍ ୩୪, କଂଗ୍ରେସ ୧୬ ଓ ଆରଜେଡି ୪ଟି ଆସନ ପାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hemant Soren to take oath as Jharkhand CM today | Argus News