New Labour Codes / ବେସିକ୍ ପେ' ଅଧିକ ଥିଲେ, କଟିବ ଅଧିକ PF ? କ'ଣ କହିଲା ଶ୍ରମ ମନ୍ତ୍ରଣାଳୟ ?
·3 months ago·3 min read

Key Points
ମୂଳ ଦରମା ଅଧିକ ଥିଲେ, ଅଧିକ ପିଏଫ୍ (PF) କଟିବ । ଫଳରେ ମାସିକ ଦରମା କମିଯିବ । ଘରୋଇ କର୍ମଚାରୀଙ୍କ ମଧ୍ୟରେ ନୂଆ ଶ୍ରମ ନୀତିକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ।
ନୂଆଦିଲ୍ଲୀ: ନଭେମ୍ବରରେ ଆସିଥିଲା ନୂଆ ଲେବର୍ କୋଡ୍କୁ ନେଇ ବିଜ୍ଞପ୍ତି । ଯାହା ପରେ ଅନେକ କର୍ମଚାରୀ ଆଶଙ୍କା କରିଥିଲେ ସେମାନଙ୍କ ହାତକୁ ଅର୍ଥାତ୍ ଖାତାକୁ ଆସୁଥିବା ମାସିକ ଦରମା କମିଯିବ । ମୂଳ ଦରମା (Basic Pay) ସହ ଅନ୍ୟସବୁକୁ ମିଶାଇ ଦରମା ହ୍ରାସର ଆଶଙ୍କା ଥିଲା । ଅନେକ ଆଶଙ୍କା କରିଥିଲେ- ମୂଳ ଦରମା ଅଧିକ ଥିଲେ, ଅଧିକ ପିଏଫ୍ (PF) କଟିବ । ଫଳରେ ମାସିକ ଦରମା କମିଯିବ ।
ଘରୋଇ କର୍ମଚାରୀଙ୍କ ମଧ୍ୟରେ ନୂଆ ଶ୍ରମ ନୀତିକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ । ସରକାରଙ୍କ ପକ୍ଷରୁ କୁହାଯାଇଛି, କର୍ମଚାରୀ ପାଉଥିବା ଦରମା ହ୍ରାସ ପାଇବ ନାହିଁ । ସୋସିଆଲ୍ ମିଡିଆ Xରେ ମନ୍ତ୍ରଣାଳୟ କହିଛି, ପିଏଫ୍ ଜମା ଜାରି ରହିବ । ପୂର୍ବ ନିୟମ ଅନୁସାରେ, ୧୫ ହଜାର ଟଙ୍କା ମୂଳ ଦରମାରେ କଟିବ ପିଏଫ୍ । ୧୫ ହଜାର ଉପରେ ମୂଳ ଦରମା ରହିଥିଲେ ଆପଣ ଇଚ୍ଛାଧୀନ ଭାବେ ଏଥିରେ ସାମିଲ୍ ହୋଇ ପାରିବେ ।
ଶ୍ରମ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ
ସ୍ପଷ୍ଟୀକରଣ ଜାରି କରି ଶ୍ରମ ମନ୍ତ୍ରଣାଳୟ କହିଛି, "ଯାହା ଆଶଙ୍କା କରାଯାଉଛି ସେ ସବୁ ଅମୂଳକ । ନୂଆ ଶ୍ରମ ସଂଜ୍ଞା ଅନୁସାରେ, ଯଦି ମୂଳ ଦରମା ବୃଦ୍ଧି ପାଏ ତାହେଲେ ପିଏଫ୍ ଜମା ପୂର୍ବ ଭଳି ୧୫ ହଜାର ଅନୁସାରେ ହେବ । ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ଚାହିଁଲେ ପିଏଫ୍ରେ ଅଧିକ ଅର୍ଥ ଜମା କରିପାରିବେ । ପୂର୍ବଭଳି ସମସ୍ତ କର୍ମଚାରୀ ସେମାନଙ୍କୁ ହାତକୁ ଯେତିକି ଦରମା ପାଉଥିଲେ ତାହା ମିଳିବ ।"
ମାସିକ ୬୦ ହଜାର ପାଉଥିଲେ
କର୍ମଚାରୀଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ଵ ଦୂର ପାଇଁ ଶ୍ରମ ମନ୍ତ୍ରଣାଳୟ ଉଦାହରଣ ଦେଇ ବୁଝାଇଛି । ଜଣେ ୬୦ ହଜାର ଟଙ୍କା ମାସିକ ପାଉଥିଲେ ବେସିକ୍ ପେ ଏବଂ ଡିଏ ମିଶାଇ ହେଉଛି ୨୦ ହଜାର ଟଙ୍କା । ୪୦ ହଜାର ଟଙ୍କା ଅନ୍ୟାନ୍ୟ ଭତ୍ତା ବାବଦକୁ । ଏ କ୍ଷେତ୍ରରେ ମୂଳ ଦରମା ୧୫ ହଜାର ଟଙ୍କା ହିସାବରେ ପିଏଫ୍ ଜମା ହେବ, ସମ୍ପୂର୍ଣ୍ଣ ମୂଳ ଦରମା ଉପରେ ନୁହେଁ ।
ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର
ତେଣୁ ପୂର୍ବ ଭଳି କର୍ମଚାରୀ ପିଏଫ୍କୁ ୧୮୦୦ ଟଙ୍କା ଦେବେ । ସେହିଭଳି ନିଯୁକ୍ତିଦାତା ମଧ୍ୟ ୧୮୦୦ ଟଙ୍କାର ଅଂଶ ଧନ ଦେବେ । ପୂର୍ବ ଭଳି ନୂଆ ଶ୍ରମ ନୀତି ଲାଗୁ ପରେ କର୍ମଚାରୀ ୫୬ ହଜାର ୪୦୦ ଟଙ୍କା ଦରମା ପାଇବେ ।
କେତେବେଳେ କମିବ ଦରମା ?
ନୂଆ ଶ୍ରମ ନୀତି ଅନୁସାରେ, ମୋଟ ଦରମାରୁ ଭତ୍ତା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଯଦି ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ମିଳିତ ଭାବେ ସମ୍ମତି ଦେଲେ ୧୫ ହଜାରରୁ ଅଧିକ ମୂଳ ଦରମା ଉପରେ ଅଧିକ ପିଏଫ୍ କଟିବ । ଏହାଦ୍ଵାରା ଅବସର ସମୟରେ ଆପଣଙ୍କ ପିଏଫ୍ ଆକାଉଣ୍ଟରେ ଅଧିକ ଜମା ରହିଥିବା ।
ନୂଆ ନିୟମର ଉଦ୍ଦେଶ୍ୟ
ନୂଆ ଶ୍ରମ ନୀତିର ଉଦ୍ଦେଶ୍ୟ- କର୍ମଚାରୀଙ୍କ ଦରମା ହ୍ରାସ କରିବା ନୁହେଁ ବରଂ ସମସ୍ତ କ୍ଷେତ୍ରରେ ଦରମା ସଂରଞ୍ଚନାରେ ସମାନତା ସହ ସ୍ଵଚ୍ଛତା ଓ ସ୍ପଷ୍ଟତା ଆଣିବା ।
Fixed Term Employees will receive all benefits equal to permanent staff, including EPF, ESI, minimum wages and flexible hours.
— Ministry of Labour & Employment, GoI (@LabourMinistry) December 12, 2025
They also become eligible for gratuity after one year, reducing contractualisation and improving employability through formal experience.#ShramevJayate pic.twitter.com/yySWoCuQSz
ଘରୋଇ କର୍ମଚାରୀଙ୍କ ମଧ୍ୟରେ ନୂଆ ଶ୍ରମ ନୀତିକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ । ସରକାରଙ୍କ ପକ୍ଷରୁ କୁହାଯାଇଛି, କର୍ମଚାରୀ ପାଉଥିବା ଦରମା ହ୍ରାସ ପାଇବ ନାହିଁ । ସୋସିଆଲ୍ ମିଡିଆ Xରେ ମନ୍ତ୍ରଣାଳୟ କହିଛି, ପିଏଫ୍ ଜମା ଜାରି ରହିବ । ପୂର୍ବ ନିୟମ ଅନୁସାରେ, ୧୫ ହଜାର ଟଙ୍କା ମୂଳ ଦରମାରେ କଟିବ ପିଏଫ୍ । ୧୫ ହଜାର ଉପରେ ମୂଳ ଦରମା ରହିଥିଲେ ଆପଣ ଇଚ୍ଛାଧୀନ ଭାବେ ଏଥିରେ ସାମିଲ୍ ହୋଇ ପାରିବେ ।
ଶ୍ରମ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ
ସ୍ପଷ୍ଟୀକରଣ ଜାରି କରି ଶ୍ରମ ମନ୍ତ୍ରଣାଳୟ କହିଛି, "ଯାହା ଆଶଙ୍କା କରାଯାଉଛି ସେ ସବୁ ଅମୂଳକ । ନୂଆ ଶ୍ରମ ସଂଜ୍ଞା ଅନୁସାରେ, ଯଦି ମୂଳ ଦରମା ବୃଦ୍ଧି ପାଏ ତାହେଲେ ପିଏଫ୍ ଜମା ପୂର୍ବ ଭଳି ୧୫ ହଜାର ଅନୁସାରେ ହେବ । ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ଚାହିଁଲେ ପିଏଫ୍ରେ ଅଧିକ ଅର୍ଥ ଜମା କରିପାରିବେ । ପୂର୍ବଭଳି ସମସ୍ତ କର୍ମଚାରୀ ସେମାନଙ୍କୁ ହାତକୁ ଯେତିକି ଦରମା ପାଉଥିଲେ ତାହା ମିଳିବ ।"
ମାସିକ ୬୦ ହଜାର ପାଉଥିଲେ
କର୍ମଚାରୀଙ୍କ ମଧ୍ୟରେ ଥିବା ଦ୍ଵନ୍ଦ୍ଵ ଦୂର ପାଇଁ ଶ୍ରମ ମନ୍ତ୍ରଣାଳୟ ଉଦାହରଣ ଦେଇ ବୁଝାଇଛି । ଜଣେ ୬୦ ହଜାର ଟଙ୍କା ମାସିକ ପାଉଥିଲେ ବେସିକ୍ ପେ ଏବଂ ଡିଏ ମିଶାଇ ହେଉଛି ୨୦ ହଜାର ଟଙ୍କା । ୪୦ ହଜାର ଟଙ୍କା ଅନ୍ୟାନ୍ୟ ଭତ୍ତା ବାବଦକୁ । ଏ କ୍ଷେତ୍ରରେ ମୂଳ ଦରମା ୧୫ ହଜାର ଟଙ୍କା ହିସାବରେ ପିଏଫ୍ ଜମା ହେବ, ସମ୍ପୂର୍ଣ୍ଣ ମୂଳ ଦରମା ଉପରେ ନୁହେଁ ।
ଏଥିସହ ପଢ଼ନ୍ତୁ: ଶ୍ରେଣୀଗୃହକୁ ବନ୍ଧୁକ ନେଇ ଆସିଲେ; ପୁଣି ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ରଖି ଧମକାଇଲେ ନବମ ଛାତ୍ର
ତେଣୁ ପୂର୍ବ ଭଳି କର୍ମଚାରୀ ପିଏଫ୍କୁ ୧୮୦୦ ଟଙ୍କା ଦେବେ । ସେହିଭଳି ନିଯୁକ୍ତିଦାତା ମଧ୍ୟ ୧୮୦୦ ଟଙ୍କାର ଅଂଶ ଧନ ଦେବେ । ପୂର୍ବ ଭଳି ନୂଆ ଶ୍ରମ ନୀତି ଲାଗୁ ପରେ କର୍ମଚାରୀ ୫୬ ହଜାର ୪୦୦ ଟଙ୍କା ଦରମା ପାଇବେ ।
କେତେବେଳେ କମିବ ଦରମା ?
ନୂଆ ଶ୍ରମ ନୀତି ଅନୁସାରେ, ମୋଟ ଦରମାରୁ ଭତ୍ତା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଯଦି ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ମିଳିତ ଭାବେ ସମ୍ମତି ଦେଲେ ୧୫ ହଜାରରୁ ଅଧିକ ମୂଳ ଦରମା ଉପରେ ଅଧିକ ପିଏଫ୍ କଟିବ । ଏହାଦ୍ଵାରା ଅବସର ସମୟରେ ଆପଣଙ୍କ ପିଏଫ୍ ଆକାଉଣ୍ଟରେ ଅଧିକ ଜମା ରହିଥିବା ।
ନୂଆ ନିୟମର ଉଦ୍ଦେଶ୍ୟ
ନୂଆ ଶ୍ରମ ନୀତିର ଉଦ୍ଦେଶ୍ୟ- କର୍ମଚାରୀଙ୍କ ଦରମା ହ୍ରାସ କରିବା ନୁହେଁ ବରଂ ସମସ୍ତ କ୍ଷେତ୍ରରେ ଦରମା ସଂରଞ୍ଚନାରେ ସମାନତା ସହ ସ୍ଵଚ୍ଛତା ଓ ସ୍ପଷ୍ଟତା ଆଣିବା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories