Landslide / ଭୂସ୍ଖଳନରେ ପୋତି ହୋଇଗଲା ବସ୍; ଆଖି ବୁଜିଲେ ୧୫ ଯାତ୍ରୀ, ଅନେକ ଫସିଥିବା ଆଶଙ୍କା

Key Points
ମାଟି ଅତଡ଼ା ଭିତରେ ଚାପି ହୋଇଗଲା ବସ୍ । ଦେଖୁ ଦେଖୁ ଚାଲିଗଲା ୧୫ ଯାତ୍ରୀଙ୍କ ଜୀବନ । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମଙ୍ଗଳବାର ରାତିରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି ।
ଶିମଲା (ହିମାଚଳ ପ୍ରଦେଶ): ବସ୍ ଉପରେ ଖସି ପଡ଼ିଲା ବଡ଼ ପଥର । ମାଟି ଅତଡ଼ା ଭିତରେ ଚାପି ହୋଇଗଲା ବସ୍ । ଦେଖୁ ଦେଖୁ ଚାଲିଗଲା ୧୫ ଯାତ୍ରୀଙ୍କ ଜୀବନ । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମଙ୍ଗଳବାର ରାତିରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି ।
ବାଲୁଘାଟ ଅଞ୍ଚଳର ଝାନ୍ଦୁଟାରେ ଭୂସ୍ଖଳନ ଯୋଗୁଁ ଏକ ଘରୋଇ ବସ୍ ଉପରକୁ ପଥର ଖଣ୍ଡ ଖସି ପଡ଼ିଥିଲା । ମାଟି ଅତଡ଼ାରେ ବସ୍ଟି ପୋତି ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ୧୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି । ବସ୍ରେ ପ୍ରାୟ ୨୮ରୁ ୩୦ ଜଣ ଯାତ୍ରୀ ଥିଲେ ।
ଏଥିସହ ପଢ଼ନ୍ତୁ: ଲକ୍ଷ୍ମୀ ବସ୍ରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ, ୫ ଗୁରୁତର
ମଙ୍ଗଳବାର ଅକ୍ଟୋବର ୭ ତାରିଖରେ ବିଳାସପୁରରେ ୧୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୂସ୍ଖଳନ ପରେ ପୋତି ହୋଇ ଯାଇଥିବା ବସ୍ରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ବର୍ଥିନ୍ ସ୍ଥିତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଭୂସ୍ଖଳନ ହୋଇଥିଲା ।
ଆଉ ସେହି ସମୟରେ ଘରୋଇ ବସ୍ଟି ଭୂସ୍ଖଳନ ହୋଇଥିବା ରାସ୍ତାରେ ମାରୋତ୍ତନରୁ ଘୁମାରିୱିନ୍ ଯାଉଥିଲା । ଭୂସ୍ଖଳନ ଯୋଗୁଁ ପାହାଡ଼ରୁ ପଥର ଖସୁଥିବା ବେଳେ ଏକ ବଡ଼ ପଥର ଖଣ୍ଡ ଖସି ବସ୍ ଉପରେ ପଡ଼ିଥିଲା । ତା ସହ ଧସିଥିଲା ମାଟି ଅତଡ଼ା । ଦୁର୍ଘଟଣା ପରେ ଜେସିବି ସାହାଯ୍ୟରେ ପ୍ରଶାସନ ପଥର ସହ ଅତଡ଼ା ଆଡ଼େଇ ବସ୍ରୁ ଯାତ୍ରୀଙ୍କୁ ଉଦ୍ଧାର କରିଛି ।
📱 Get Argus News App
✨
ବସ୍ର ଛାତ ଭୂସ୍ଖଳନ ପରେ ମାଟି ଅତଡ଼ା ଓ ପଥର ଖଣ୍ଡରେ ସମ୍ପୂର୍ଣ୍ଣ ଭାବେ ପୋତି ହୋଇ ଯାଇଥିଲା । ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ବିଳମ୍ବିତ ରାତି ଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
ଏଥିସହ ପଢ଼ନ୍ତୁ: ଘାସୀରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ହିମାଚଳରେ ଭୂସ୍ଖଳନ ଓ ବସ୍ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Saddened by the loss of lives due to a mishap in Bilaspur, Himachal Pradesh. My thoughts are with the affected people and their families during this difficult time. Praying for the speedy recovery of the injured.
— PMO India (@PMOIndia) October 7, 2025
An ex-gratia of Rs. 2 lakh from PMNRF would be given to the next…
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖିନ୍ଦର ସିଂହ ସୁଖୁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । କହିଛନ୍ତି, ଏ ଦୁଃଖଦ ସମୟରେ ସରକାର, ପ୍ରଶାସନ ଲୋକଙ୍କ ସହ ଅଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ଵିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସୁଖୁ ।
Related Topics
Explore more stories