Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Himachal Iron Bridge Collapse / ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଭୁଶୁଡ଼ିଲା ଲୁହା ପୋଲ; ଅଳ୍ପକେ ବର୍ତ୍ତିଲେ ଟିପର ଚାଳକ
Himachal Truck Accident

Key Points

ଲୁହା ପୋଲ ଭୁଶୁଡ଼ି ପଡ଼ିବା ଫଳରେ ଗୁରୁତ୍ୱପୂର୍ଣ୍ଣ ୫ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଲମ୍ବା ଟ୍ରାଫିକ ଜାମ୍ ସୃଷ୍ଟି ହୋଇଛି।
Iron bridge on Sutlej river collapse in Himachal: ସଦ୍ୟ ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ସ୍ଥାନୀୟ ଟାପରୀ-ଚୋଲିଙ୍ଗ ମଧ୍ୟରେ ଉରନୀ ଢାଙ୍କ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥରେ ସତଲେଜ୍ ନଦୀ ଉପରେ ଥିବା ଏକ ମଜବୁତ ଲୁହା ପୋଲ ଅଚାନକ ଭୁଶୁଡ଼ି ଯାଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏହି ଲୁହା ପୋଲକୁ ଅତିକ୍ରମ କରୁଥିବା ଏକ ଟିପର୍ ଟ୍ରକ୍ ସତଲେଜ୍ ନଦୀରେ ଖସି ପଡ଼ିଥିଲା। ଏହି ଘଟଣାର ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭୟଙ୍କର ଦୁର୍ଘଟଣାରେ ସବୁଠାରୁ ବଡ଼ ଆଶ୍ୱସ୍ତି ହେଉଛି ଯେ ଟିପର୍ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ।

ସତର୍କତା ସ୍ୱରୂପ ଟିପର ଚାଳକଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଏ ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ପରେ ପୋଲିସ ପକ୍ଷରୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। କ'ଣ ପାଇଁ ଏହି ମଜବୁତ ଲୁହା ପୋଲ ଅଚାନକ ଭୁଶୁଡ଼ିଗଲା ତାହାର କାରଣ ଜାଣିବା ତଦନ୍ତ ଆରମ୍ଭ ହୋଇଯାଇଛି।


ଏହା ସହ ପଢନ୍ତୁ: ବାଣ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ; ଜଣେ ମୃତ ଏବଂ ଅନ୍ୟ ଜଣେ ଆହତ

ଏକ ଟିପର୍ ଗାଡ଼ି ପୋଲ ଅତିକ୍ରମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବାର କୁହାଯାଉଛି। ଯାହା ଫଳସ୍ୱରୂପ ଏହି ଟିପର ମଧ୍ୟ ପୋଲ ତଳେ ଫସି ଯାଇଥିଲା। ହେଲେ ତଥାପି ଏତେ ମଜବୁତ ଲୁହା କିପରି ଏକ ଟିପର ପାଇଁ ଭାଙ୍ଗିଗଲା ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ଏପରିକି ଏହି ପୋଲକୁ କାହିଁକି ଯାଞ୍ଚ କରାଯାଇ ନଥିଲା ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ପୋଲ ଭାଙ୍ଗିବା ପରେ ଜାତୀୟ ରାଜପଥରେ ବନ୍ଦ ହୋଇଗଲା ଗାଡ଼ି ଚଳାଚଳ
ଏହି ମଜବୁତ ଲୁହା ପୋଲ ଭୁଶୁଡ଼ି ଯିବା ଫଳରେ ଗୁରୁତ୍ୱପୂର୍ଣ୍ଣ ୫ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଲମ୍ବା ଟ୍ରାଫିକ ଜାମକୁ ଏଡାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଟ୍ରାଫିକ ରୁଟ୍ ପରିବର୍ତ୍ତନ କରିଛି। ବର୍ତ୍ତମାନ ସମସ୍ତ ପ୍ରକାରର ଯାନବାହାନକୁ ଉରନୀ-ଚୋଲିଙ୍ଗ ରାସ୍ତା ଦେଇ ସ୍ଥାନାନ୍ତର କରାଯାଉଛି। ପୋଲ ଭୁଶୁଡ଼ି ପଡ଼ିବା ଫଳରେ ଅଞ୍ଚଳରେ ଯୋଗାଯୋଗ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନକୁ ଯଥେଷ୍ଟ ପ୍ରୟାସ କରିବାକୁ ପଡ଼ିପାରେ। ଏହି ସମୟରେ ପ୍ରଶାସନ ଗାଡ଼ି ଚାଳକଙ୍କୁ ଧୈର୍ଯ୍ୟ ଧରିବାକୁ, କୌଣସି ଅଚାନକ କାର୍ଯ୍ୟ ଏଡାଇବାକୁ ଏବଂ ନିର୍ଦ୍ଦିଷ୍ଟ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅନୁରୋଧ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Himachal Bridge Collapse: Iron Bridge Over Satluj River Breaks on NH-5 | Argus News