Himalayan Iceberg Meltdown / ଗାଏବ ହେଉଛି ବରଫ; କୋଟି କୋଟି ଲୋକଙ୍କ ପାଇଁ ମାଡ଼ି ଆସୁଛି ବିପଦ
·1 month ago·3 min read

Key Points
ଦ୍ରୁଚ ଗତିରେ ତରଳିବାରେ ଲାଗିଛି ହିନ୍ଦୁକୁଶ-ହିମାଳୟ ପର୍ବତମାଳାରେ ରହିଥିବା ହିମମଣ୍ଡଳ। ଯାହା ଦ୍ୱାରା ଭବିଷ୍ୟତରେ ପ୍ରାୟ ୨୦୦ କୋଟି ଲୋକ ପ୍ରଭାବିତ ହୋଇପାରନ୍ତି।
Himalayan Iceberg Meltdown Report: ହିମାଳୟ ପର୍ବତମାଳର ହିମଖଣ୍ଡରୁ ଦ୍ରୁତ ଗତିରେ ଗାଏବ ହେବାରେ ଲାଗିଛି ବରଫ। ହିମାଳୟ ପର୍ବତରୁ ବରଫ ଗାଏବ ହେଉଥିବାରୁ ପ୍ରାୟ ୨୦୦ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ। ଇଣ୍ଟରନ୍ୟାସନାଲ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭଲପମେଣ୍ଟ (ଆଇସିଆଇଏମଓଡ଼ି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଏହି ସୂଚନ ଦେଇଛି। ଯେଉଁଥିରେ ଦାବି କରାଯାଇଛି ଯେ ବିଗତ କିଛି ବର୍ଷ ହେବ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏନେଇ କୁହାଯାଇଛି ୧୯୯୦ ମସିହାରୁ ୨୦୨୦ ମଧ୍ୟରେ ହିମାଳୟ ଏହାର ହିମଖଣ୍ଡ କ୍ଷେତ୍ରର ପ୍ରାୟ ୧୨ ପ୍ରତିଶତ ହରାଇ ସାରିଛି। ଏହା ମଧ୍ୟ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ବିଶ୍ୱର ଏହି ବିଶାଳକାୟ ପର୍ବତଶୃଙ୍ଖ ଏହାର ୯ ପ୍ରତିଶତ ବରଫ ଭଣ୍ଡାର ହରାଇଛି। ମାର୍ଚ୍ଚ ୨୧ ତାରିଖ ପାଳିତ ହେଉଥିବା ବିଶ୍ୱ ହିମବାହ ଦିବସ (World Glacier Day) ଅବସରରେ ଆଇସିଆଇଏମଓଡ଼ି (ICIMOD) ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୂତନ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ହିନ୍ଦୁକୁଶ-ହିମାଳୟ ପର୍ବତମାଳାରେ ବିସ୍ତାରିତ ହିମବାହ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ୨୦୦୦ ମସିହାରୁ ବରଫ ତରଳିବାର ମାତ୍ରା ଦ୍ୱିଗୁଣିତ ହୋଇଯାଇଛି।
୧୯୭୫ ମସିହାରୁ ବରଫ ଘନତା ୨୭ ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି
"Changing Dynamics of Glaciers in the Hindu Kush Himalaya Region from 1990 to 2020 & और HKH Glacier Outlook 2026: Insights from 50 Years of Himalayan Glacier Monitoring" ଶୀର୍ଷକରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶିତ ହୋଇଛି। ଯେଉଁଥିରେ ହିମାଳୟ ହିମଖଣ୍ଡରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ ପ୍ରମାଣ ଉପସ୍ଥାପନ କରାଯାଇଛି। ରିପୋର୍ଟ ଅନୁଯାୟୀ, ୧୯୭୫ ମସିହାରୁ ବରଫ ଘନତା ମୋଟ ୨୭ ମିଟର ହ୍ରାସ ପାଇଛି। ଯାହା ଏସିଆର ଜଳଭଣ୍ଡାର ଭାବରେ ଜଣାଶୁଣା ହିନ୍ଦୁକୁଶ-ହିମାଳୟ ପର୍ବତମାଳାରୁ ନିର୍ଗତ ଜଳ ଉପରେ ନିର୍ଭର କରୁଥିବା ପ୍ରାୟ ୨୦୦ କୋଟି ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି।
ହିନ୍ଦୁକୁଶ-ହିମାଳୟ ପର୍ବତର ୫୫,୭୮୨ ବର୍ଗ କିଲୋମିଟର ଅଞ୍ଚଳ ବରଫ ଆଚ୍ଛାଦିତ
ରିପୋର୍ଟ ଅନୁଯାୟୀ ହିନ୍ଦୁକୁଶ ହିମାଳୟ ହେଉଛି ଉତ୍ତର ଏବଂ ଦକ୍ଷିଣ ମେରୁ ବାହାରେ ବରଫର ସବୁଠାରୁ ବଡ଼ ଜଳଭଣ୍ଡାର। ଯାହା ପ୍ରାୟ ୫୫,୭୮୨ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ। ଏଠାରେ ପ୍ରାୟ ୬୩,୭୦୦ ରୁ ଅଧିକ ହିମଖଣ୍ଡ ମହଜୁଦ ରହିଛି। ଏହି ହିମଖଣ୍ଡ ଅତି କମରେ ଦଶଟି ପ୍ରମୁଖ ଏସୀୟ ନଦୀ ସ୍ରୋତର ଉତ୍ସ। ଯାହା କୋଟି କୋଟି ଲୋକଙ୍କ ପାଇଁ ଖାଦ୍ୟ, ଜଳ, ଶକ୍ତି ଏବଂ ଜୀବିକା ସୁରକ୍ଷାର ଆଧାର।
ଏହା ଏପରି ଏକ ସଙ୍କଟ ଯାହା ପ୍ରତି ଗ୍ରୀଷ୍ମ-ବର୍ଷା ଋତୁରେ ଆଣିବ ନୂତନ ବିପର୍ଯ୍ୟୟ: ICIMOD ନିର୍ଦ୍ଦେଶକ
ଆଇସିଆଇଏମଓଡ଼ି (ICIMOD) ମହାନିର୍ଦ୍ଦେଶକ ପେମା ଗ୍ୟାମତ୍ଶୋ କହିଛନ୍ତି, "ଏହା କୌଣସି ଦୂରଦୂରାନ୍ତର ସମସ୍ୟା ନୁହେଁ। ବରଂ ଏହା ବାସ୍ତବ ସମୟରେ ଆସୁଥିବା ଏପରି ଏକ ସଙ୍କଟ ଯେଉଁଥି ପାଇଁ ପ୍ରତି ବର୍ଷ ଗ୍ରୀଷ୍ମ-ବର୍ଷା ଋତୁରେ ନୂତନ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ଚଳିତ ଶତାବ୍ଦୀରେ ବରଫ କ୍ଷୟର ହାର ଦ୍ୱିଗୁଣିତ ହେବା ଆମ ସମସ୍ତଙ୍କ ପାଇଁ ଏକ ଚେତାବନୀ ସଦୃଶ୍ୟ। ହିନ୍ଦୁ କୁଶ ହିମାଳୟ ଏକ ନିର୍ଣ୍ଣାୟକ ଅବସ୍ଥାରେ ଆସି ପହଞ୍ଚିଛି। ଆମେ ଜଳ ଅନିଶ୍ଚିତତାରୁ ବିଧ୍ୱଂସକାରୀ ବନ୍ୟା ପର୍ଯ୍ୟନ୍ତ ଦ୍ରୁତ ଗତିରେ ବଢ଼ୁଥିବା ପ୍ରଭାବ ଦେଖୁଛୁ।
୧୯୯୦-୨୦୨୦ ମଧ୍ୟରେ ବରଫ ସଂରକ୍ଷଣ ୯% ହ୍ରାସ ପାଇଛି
ଆଇସିଆଇଏମଓଡ଼ି ରିପୋର୍ଟ ଅନୁସାରେ ହିନ୍ଦୁକୁଶ-ହିମାଳୟ କ୍ଷେତ୍ରରେ ୧୯୯୦ ମସିହାରୁ ୨୦୨୦ ମଧ୍ୟରେ ହିମମଣ୍ଡଳ ଏହାର ମୋଟ କ୍ଷେତ୍ରଫଳର ପ୍ରାୟ ୧୨% ଏବଂ ସେମାନଙ୍କର ଆନୁମାନିକ ବରଫ ସଂରକ୍ଷଣର ୯% ହରାଇଛି। ଆଇସିଆଇଏମଓଡ଼ି ରିମୋଟ୍ ସେନ୍ସିଂ ବିଶ୍ଳେଷକ ଏବଂ ଗ୍ଲେସିଅର ଡାଇନାମିକ୍ସ ରିପୋର୍ଟର ମୁଖ୍ୟ ଲେଖକ ସୁଦାନ ବିକାଶ ମହାରାଜନଙ୍କ କହିବା ଅନୁସାରେ, ସବୁଠାରୁ ତୁରନ୍ତ ବିପଦ ଏହି ଅଞ୍ଚଳର କ୍ଷୁଦ୍ରତମ ହିମମଣ୍ଡଳ ସହିତ ଜଡିତ।
ମହାରଜନ କହିଛନ୍ତି ୧୯୯୦ ମସିହାରୁ ୨୦୨୦ ମଧ୍ୟରେ ହିନ୍ଦୁକୁଶ-ହିମାଳୟ ହିମମଣ୍ଡଳର ମୋଟ କ୍ଷେତ୍ରଫଳ ପ୍ରାୟ ୧୨% ହ୍ରାସ ପାଇଛି। ହେଲେ ସବୁଠାରୁ ଅଧିକ କ୍ଷତି ଛୋଟ ହିମମଣ୍ଡଳରେ ପରିଲକ୍ଷିତ ହୋଇଛି। ଯେଉଁଗୁଡ଼ିକର କ୍ଷେତ୍ରଫଳ ୦.୫ ବର୍ଗ କିଲୋମିଟର ଠାରୁ କମ୍। ଏହା ଅନ୍ୟ ହିମମଣ୍ଡଳ ତୁଳନାରେ ବହୁତ ଦ୍ରୁତ ଗତିରେ ସଙ୍କୁଚିତ ହେଉଛି। ଏହା ଉଚ୍ଚ-ଉଚ୍ଚ ପର୍ବତ ଅଞ୍ଚଳରେ ବାସ କରୁଥିବା ସମ୍ପ୍ରଦାୟ ପାଇଁ ସ୍ଥାନୀୟ ଜଳ ଅଭାବର ବିପଦକୁ ବୃଦ୍ଧି କରୁଛି। ହିମମଣ୍ଡଳ ହ୍ରଦ ବିସ୍ଫୋରଣ ବନ୍ୟା (GLOFs) ଭଳି ବିପର୍ଯ୍ୟୟର ବିପଦ ମଧ୍ୟ ବୃଦ୍ଧି ପାଉଛି। ବିପଦ ଆହୁରି ବଢ଼ିଛି କାରଣ ଏହି ଅଞ୍ଚଳର ତିନି-ଚତୁର୍ଥାଂଶ ହିମମଣ୍ଡଳ ଏହି ଦୁର୍ବଳ ବର୍ଗରେ ପଡ଼ିଥାଏ। ଆମେ କେବଳ ବରଫ ହରାଉନାହୁଁ ବରଂ ବିପଦରେ ଦ୍ରୁତ ବୃଦ୍ଧିର ସାମ୍ନା କରୁଛୁ।
ହିନ୍ଦୁକୁଶ-ହିମାଳୟ ହିମମଣ୍ଡଳ ଆଉଟଲୁକ୍ ୨୦୨୬ ଅନୁସାରେ ୩୮ ହିମମଣ୍ଡଳରୁ ତଥ୍ୟ ବିଶ୍ଳେଷଣ କରି ପ୍ରକାଶ କରିଛି ଯେ ୨୦୦୦ ପରଠାରୁ ବ୍ୟାପକ ହିମମଣ୍ଡଳ ଅବକ୍ଷୟର ହାର ଦ୍ୱିଗୁଣିତ ହୋଇଛି। ଏହି ୩୮ ହିମମଣ୍ଡଳ ମଧ୍ୟରୁ କେବଳ ୭ ବିଶ୍ୱ ହିମମଣ୍ଡଳ ମନିଟରିଂ ସେବା (WGMS) ବିଶ୍ୱ ମାନଦଣ୍ଡ ପୂରଣ କରୁଛି। କାରାକୋରମ୍, ସିକିମ୍, ଭୁଟାନ ଭଳି ପ୍ରମୁଖ ହିମଶାଳୀ ଅଞ୍ଚଳ ପ୍ରାୟତଃ ଅଣନିରୀକ୍ଷଣ ରହିଛି। ରିପୋର୍ଟ ଅନୁଯାୟୀ ଯଦି ଯଥାଶୀଘ୍ର ହିମବାହ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆ ନ ଯାଏ, ତାହେଲେ ଭବିଷ୍ୟତ ପିଢ଼ି ଏହା ଦ୍ୱାରା ବହୁତ କ୍ଷତି ସହିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories