Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାହୁଲଙ୍କ 'ଗଣଚନ୍ତ୍ର' ବୟାନ୍ ବାଜିକୁ କଲେ କଟାକ୍ଷ

Jitendra Dash
Browse all articles by Jitendra Dash
·2 years ago·1 min read
ରାହୁଲଙ୍କ 'ଗଣଚନ୍ତ୍ର' ବୟାନ୍ ବାଜିକୁ କଲେ କଟାକ୍ଷ

ଅର୍ଗସ ବ୍ୟୁରୋ : ଆଜି ରାଜସ୍ଥାନରେ ଜୋଧପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ ବର୍ଷିଛନ୍ତି । ଆଇଟି ଟିକସ ଫାଙ୍କିବା ମାମଲାରେ କଂଗ୍ରେସ ନେତା ରାହୁଲଙ୍କ ଗଣଚନ୍ତ୍ରକୁ ନେଇ ବୟାନ୍ ବାଜିକୁ ନେଇ କଟାକ୍ଷ କରିଛନ୍ତି ଶାହ । ଶାହ କହିଛନ୍ତି, ଗଣତନ୍ତ୍ରକୁ କଂଗ୍ରେସ ଓ ରାହୁଲଙ୍କ ପରିବାର ହତ୍ୟା କରିଛନ୍ତି । ରାହୁଲଙ୍କୁ ଏପରି ବୟାନବାଜି କରିବାର କୌଣସି ଅଧିକାର ନାହିଁ । 

କେବଳ ସେତିକି ନୁହେଁ ଶାହ, ଇଣ୍ଡି ମେଣ୍ଟ ଉପରେ ବି ପ୍ରହାର କରିଛନ୍ତି । କହିଛନ୍ତି, ଯେତ ଦୁର୍ନିତୀଖୋର ଦଳ ଏକାଠି ହେଲେ ମଧ୍ୟ ଏଥର ବି ଭାରତରେ ମୋଦି ହିଁ ବିଜୟୀ ହେବେ । ଅବ କି ବାର୍ ୪୦୦ ପାର୍ ଲକ୍ଷ ଏନଡିଏ ହାସଲ କରିବ ଏବଂ ବିଜେପି ୩୭୦ ପାର୍ କରିବ ବୋଲି ଶାହ ଦୃଢ଼କ୍ତିର ସହ କହିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଶାହ କହିଛନ୍ତି ମୋଦ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଲେ, ଭାରତ ବିଶ୍ବର ତୃତୀୟ ବଡ଼ ଅର୍ଥନୀତି ହେବ । ଏଥିପାଇଁ କର୍ମୀ ମାନଙ୍କୁ ଆହ୍ବାନ ଦେଇଛନ୍ତି ଅମିତ ଶାହ । ମୋଦିଙ୍କ ଲକ୍ଷ୍ୟ ଓ ବିକଶିତ ଭାରତର ଏଜାଣ୍ଡା ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ । ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରଚାର ଅଭିଯାନ ଜୋରଦାର ହେଉଛି । ମୋଦି ଉତ୍ତରପ୍ରଦେଶକୁ ପ୍ରଚାର ଆରମ୍ଭ କରିଥିବା ବେଳେ ଶାହ ଦୁଇ ଦିନ ହେବ ରାଜସ୍ଥାନ ଗସ୍ତରେ ରହି ବିଭିନ୍ନ କାର୍ଯ୍ୟକ୍ରମ ଓ କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି ।  
 

Sponsored
Home Minister Amit Shah said, "Former PM Jawahar Lal Nehru committed a mistake by having Article 370 in Kashmir. | Argus News