Videos
|
National

Home Ministry New Rules for IPS Officer / ଆଇପିଏସ୍ ଅଧିକାରୀଙ୍କ ତାଲିମରେ ବଡ଼ ପରିବର୍ତ୍ତନ, ପ୍ରୋବେସନ୍ ପୂର୍ବରୁ ଗୃହ ମନ୍ତ୍ରଣାଳୟ ସହିତ କାମ କରିବା ବାଧ୍ୟତାମୂଳକ

Subhramjit Ray
Browse all articles by Subhramjit Ray
·33 mins ago·2 min read
ଆଇପିଏସ୍ ଅଧିକାରୀଙ୍କ ତାଲିମରେ ବଡ଼ ପରିବର୍ତ୍ତନ, ପ୍ରୋବେସନ୍ ପୂର୍ବରୁ ଗୃହ ମନ୍ତ୍ରଣାଳୟ ସହିତ କାମ କରିବା ବାଧ୍ୟତାମୂଳକ
Home Ministry New Rules for IPS Officer

Key Points

ପୂର୍ବରୁ ଆଇପିଏସ ଅଧିକାରୀ  ଟ୍ରେନିଂ ଏକାଡେମୀ ଛାଡିବା ପରେ ତାଲିମ ପାଇଁ ନିଜ କ୍ୟାଡର୍ ଯାଉଥିଲେ। ଏବେ ସେମାନେ କ୍ୟାଡର୍ ରେ ଯୋଗଦେବା ପୂର୍ବରୁ ଗୃହ ମନ୍ତ୍ରଣାଳୟରେ ଯୋଗଦେବେ।
ପ୍ରଥମ ଥର ପାଇଁ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କ ତାଲିମରେ ହୋଇଛି ଏକ ବଡ଼ ପରିବର୍ତ୍ତନ। ସଦ୍ୟ ପାସ୍ ଆଉଟ୍ ହୋଇଥିବା ଏକ ଆଇପିଏସ୍ (IPS) ବ୍ୟାଚ୍ କୁ ପ୍ରୋବେସନ୍ ରେ ଯିବା ଏବଂ ସେମାନଙ୍କ କ୍ୟାଡର୍ ରେ ପୋଷ୍ଟିଂ ପାଇବା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ସହିତ କାମ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଆଇପିଏସ ଅଧିକାରୀଙ୍କ ପାଇଁ ପ୍ରୋବେସନ୍ (IPS Officer Probation Period) ହେଉଛି ଏକ ତାଲିମ ଏବଂ ପରୀକ୍ଷା (Training and Testing) ଅବଧି।

ଏକ ରିପୋର୍ଟ ଅନୁଯାୟୀ, ଅଧିକାରୀ କହିଛନ୍ତି ଯେ ଆଇପିଏସ ଅଧିକାରୀଙ୍କ ଏହି ବ୍ୟାଚ୍ କୁ ପ୍ରଥମେ ଗୃହ ମନ୍ତ୍ରଣାଳୟ ପାଇଁ କାମ କରିବା ବାଧ୍ୟତାମୂଳକ ହେବ। ପୂର୍ବରୁ IPS ଅଧିକାରୀ ପ୍ରଥମେ ଏକାଡେମୀ ଛାଡିବ଼ା ପରେ ସେମାନଙ୍କ କ୍ୟାଡର୍ ରେ ତାଲିମ ପାଇଁ ଯାଉଥିଲେ। ହେଲେ ବର୍ତ୍ତମାନ ସେମାନଙ୍କୁ କ୍ୟାଡର୍ ରେ ଯୋଗଦେବା ପୂର୍ବରୁ ସେମାନେ ପ୍ରଥମେ ଗୃହ ମନ୍ତ୍ରଣାଳୟ ସହିତ ଯୋଡ଼ି ହେବେ।

ଅଧିକାରୀଙ୍କ କହିବା ଅନୁଯାୟୀ 78RR ବ୍ୟାଚ୍ ରେ ୧୫୧ ଜଣ ପ୍ରଶିକ୍ଷାର୍ଥୀ ଅଧିକାରୀ ଅଛନ୍ତି। ଯେଉଁଥିରେ ପଡ଼ୋଶୀ ଦେଶର ୧୬ ଜଣ ବିଦେଶୀ ପୋଲିସ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ସେମାନେ ସମସ୍ତେ ହାଇଦ୍ରବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ (SVPNPA) ରେ ସେମାନଙ୍କର ପ୍ରଥମ ପର୍ଯ୍ୟାୟ ତାଲିମ ସମାପ୍ତ କରିଛନ୍ତି। ଏନେଇ ଆହୁରି କୁହାଯାଇଛି ଯେ, ସୂତ୍ର ଅନୁଯାୟୀ, ଗୁରୁବାର (ଅକ୍ଟୋବର) ବିଜ୍ଞାନ ଭବନ ଠାରେ ୨୦୨୫ ବ୍ୟାଚ୍ (78RR) କୁ ଗୃହ ମନ୍ତ୍ରଣାଳୟ (Ministry of Home Affairs) ସହିତ ଯୋଡ଼ିବା (78RR IPS Batch attached to MHA) ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଗତ ଅକ୍ଟୋବର ୧୭ ତାରିଖରେ ଆଇପିଏସ ଅଧିକାରୀଙ୍କ ନିୟମିତ ନିଯୁକ୍ତି ବ୍ୟାଚ୍ (IPS Officers Regular Recruitment) ପାସିଂ ଆଉଟ୍ ପ୍ୟାରେଡ୍କୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ ବିଭାଗୀୟ ମନ୍ତ୍ରୀ ଅମିତ ଶାହଙ୍କ ବାର୍ତ୍ତା ପ୍ରଦାନ କରିଥିଲେ। ଯେଉଁଥିରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା, ସମୟୋଚିତ କାର୍ଯ୍ୟାନୁଷ୍ଠାନ ଏବଂ ଉନ୍ନତ ଗୁଇନ୍ଦା ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୨୦୨୩ ରେ IPS ତାଲିମ ସମ୍ପର୍କରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ (Sardar Vallabhbhai Patel National Police Academy) ଠାରେ ତାଲିମ ସମାପ୍ତ କରିବା ପରେ, ଜଣେ ଆଇପିଏସ ଅଧିକାରୀଙ୍କୁ ଯେଉଁ ରାଜ୍ୟରେ ନିଯୁକ୍ତି ଦିଆଯାଇଛି, ତାଙ୍କୁ ସେଠାରେ ଅଧିକ ତାଲିମ ନେବାକୁ ପଡିବ। ଏହି ତାଲିମ ଅବଧିକୁ କେନ୍ଦ୍ର ସରକାର, ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି ନିଷ୍ପତ୍ତି ନେବେ।