Videos
|
National

Honeytrap Case / ହନିଟ୍ରାପରେ ଫସାଇ ୧୮ ଲକ୍ଷ ଟଙ୍କା ଠକେଇ, ପୋଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା

Bikash Mohanty
Browse all articles by Bikash Mohanty
·3 hours ago·2 min read
ହନିଟ୍ରାପରେ ଫସାଇ ୧୮ ଲକ୍ଷ ଟଙ୍କା ଠକେଇ, ପୋଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା
Hioney Trap

Key Points

ହନିଟ୍ରାପ କରି ଠକି ନେଲେ ୧୮ ଲକ୍ଷ ଟଙ୍କା
ପୋଲିସ ବାବୁ ଜଣକ ଠକିନେଲେ ଏହି ଟଙ୍କା।
ଘଟଣା ଘଟିଛି ମହରାଷ୍ଟ୍ରର ଥାନେ ଅଞ୍ଚଳରେ
ପୋଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା
ଥାଣେ,୦୫/୦୯: ହନିଟ୍ରାପ କରି ଠକି ନେଲେ ୧୮ ଲକ୍ଷ ଟଙ୍କା। ଅନ୍ୟ କେହି ନୁହେଁ ଖୋଦ୍ ପୋଲିସ ବାବୁ ଜଣକ ଠକିନେଲେ ଏହି ଟଙ୍କା। ଏହି ଘଟଣା ଘଟିଛି ମହରାଷ୍ଟ୍ରର ଥାନେରେ। ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ହନିଟ୍ରାପ୍‌ରେ ଫସାଇ ତାଙ୍କଠାରୁ ପ୍ରାୟ ୧୭.୬୫ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ସମେତ ମୋଟ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୋଲିସର ସୂଚନା ଅନୁସାରେ, ଥାନେର କଲ୍ୟାଣ ଅଞ୍ଚଳରେ ରହୁଥିବା ଜଣେ ଘରୋଇ କମ୍ପାନୀ କର୍ମଚାରୀଙ୍କ ସହ  ଜଣେ ୨୮ ବର୍ଷୀୟା ମହିଳାଙ୍କ ଯୋଗାଯୋଗ ହୋଇଥିଲା। ପରେ ଘଣ୍ଟାଘଣ୍ଟା ଧରି ଫୋନରେ କଥା ହେଉଥିଲେ।  ଦିନେ ଉଭୟଙ୍କର ଦେଖା ହୋଇଥିଲା। ଦୁଇ ଜଣ ଶାରୀରୀକ ସମ୍ପର୍କ ମଧ୍ୟ ରଖିଲେ। ହେଲେ ଏହାର ଭିଡିଓ ବନାଇ ଦେଇଥିଲେ ଯୁବତୀ ଜଣକ। ତାପରେ ସେହି  ମହିଳା ଏବଂ ତାଙ୍କ ସହଯୋଗୀମାନେ ଏହି ଭିଡିଓ କ୍ଲିପ୍‌କୁ ଅସ୍ତ୍ର କରି ଅଭିଯୋଗକାରୀଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଭିଡିଓକୁ ସାର୍ବଜନୀନ କରିଦେବା କିମ୍ବା ତାଙ୍କ ପରିଚିତମାନଙ୍କ ନିକଟକୁ ପଠାଇଦେବାର ଭୟ ଦେଖାଇ ତାଙ୍କଠାରୁ ଟଙ୍କା ଦାବି କରାଯାଇଥିବା ଅଭିଯୋଗ ହୋଇଛି। 

ଗତ ପ୍ରାୟ ତିନି ମାସ ଧରି ଅଭିଯୋଗକାରୀଙ୍କୁ ବିଭିନ୍ନ ଉପାୟରେ ଚାପରେ ରଖାଯାଇଥିଲା। ଭିଡିଓ ଓ ଅନ୍ୟାନ୍ୟ ତଥ୍ୟ ପ୍ରକାଶ କରିଦେବାର ଧମକ ଦେଇ ଅଭିଯୁକ୍ତମାନେ ପର୍ଯ୍ୟାୟକ୍ରମେ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଶେଷରେ ମୋଟ ଟଙ୍କାର ପରିମାଣ ୧୭.୬୫ ଲକ୍ଷରେ ପହଞ୍ଚିଥିବା ଜଣାପଡ଼ିଛି।

ପଢନ୍ତୁ ଏହି ଖବର: ଛାତ୍ରୀଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ କରି ନିଲମ୍ବିତ ହେଲେ ଦୁଇ ଶିକ୍ଷକ, ଗିରଫ ଦାବି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ସେପ୍ଟେମ୍ବର ୩ ତାରିଖ ଗୁରୁବାର ଦିନ ପୋଲିସ ଏଫଆଇଆର୍‌ ରୁଜୁ କରିଥିଲା। ମାମଲାରେ ଡୋମ୍ବିଭାଲି ନିବାସୀ ସୀମା ଜଗତାପଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ତାଙ୍କ ମାଆ ୫୫ ବର୍ଷୀୟା ଭାରତୀ ଶାମ ଠାକୁର, ସ୍ୱାମୀ ସୁମିତ ସିଂହ ଏବଂ ଅନ୍ୟ ତିନି ଜଣଙ୍କ ନାମ ମଧ୍ୟ ଏଫଆଇଆର୍‌ରେ ରହିଛି। ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ଅଜ୍ଞାତ ପୋଲିସ କନଷ୍ଟେବଳ ଥିବା ଅଭିଯୋଗ ହୋଇଛି।

ମାମଲାଟି ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୮(୨) ଅଧୀନରେ ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୋଗ ଆଧାରରେ ପୋଲିସ ଏବେ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରୁଛି। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଅଭିଯୁକ୍ତମାନଙ୍କ ଠିକଣା ଓ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଟିମ୍‌ ଗଠନ କରାଯାଇଥିବା ବେଳେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଭୂମିକା ମଧ୍ୟ ତଦନ୍ତ ପରିସରରେ ରହିଛି।

Related Topics

Explore more stories