Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Erode Ammayi Mess Offer / ଏଲପିଜି ସଂକଟ ବେଳେ ରେସ୍ତୁରାଁ ଦେଲା ଜବରଦସ୍ତ ଅଫର; ଶୁଣିଲେ ହୋଇଯିବେ ଚକିତ

Subhramjit Ray
Browse all articles by Subhramjit Ray
·3 months ago·2 min read
ଏଲପିଜି ସଂକଟ ବେଳେ ରେସ୍ତୁରାଁ ଦେଲା ଜବରଦସ୍ତ ଅଫର; ଶୁଣିଲେ ହୋଇଯିବେ ଚକିତ
Erode Ammayi Mess Offer

Key Points

ଏଲପିଜି ସଂକଟ ବେଳେ ହୋସୁର ଅଞ୍ଚଳର ରେସ୍ତୁରାଁ "ଇରୋଡ୍ ଆମ୍ମୟୀ ମେସ୍" ଦ୍ୱାରା ଦିଆଯାଇଥିବା ଅଫର ଏବେ ଚର୍ଚ୍ଚାରେ ରହିଛି।
Free Biryani for LPG cylinder: ମଧ୍ୟ ପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଶକ୍ତି ସଂକଟର ପ୍ରଭାବ ଏବେ ଭାରତୀୟ ବଜାରରେ ଅନୁଭୂତ ହୋଇଛି। ଦେଶରେ ସୃଷ୍ଟି ହୋଇଥିବା କଥିତ ଏଲପିଜି ସିଲିଣ୍ଡର ଅଭାବ କାରଣରୁ ଏବେ ହାଣ୍ଡି ଶାଳ ଉପରେ ଚଡ଼କ ପଡ଼ିଛି। ହେଲେ ଏବେ ଏହି ସଂକଟ ମଧ୍ୟରେ ଗୋଟିଏ ରେସ୍ତୁରାଁ ପକ୍ଷରୁ ଦିଆଯାଇଥିବା ଅଫର ଏବେ ଚର୍ଚ୍ଚାର ବିଷୟ ପଲଟିଛି।

"ଏଲପିଜି ସିଲିଣ୍ଡର ଆଣନ୍ତୁ ଆଉ ଗୋଟିଏ ମାସ ପାଇଁ ସ୍ୱାଦିଷ୍ଟ ଚିକେନ-ମଟନ୍ ବିରିୟାନିର ମଜା ନିଅନ୍ତୁ।" ଏଲପିଜି ସିଲିଣ୍ଡର ଅଭାବ ମଧ୍ୟରେ ଲୋକଙ୍କୁ ଏପରି ଲୋଭନୀୟ ଅଫର ଦେଇଛି "ଇରୋଡ୍ ଆମ୍ମୟୀ ମେସ୍" (Erode Ammayi Mess)। ଏହି ରେସ୍ତୁରାଁ ପକ୍ଷରୁ ଦିଆଯାଇଥିବା ଅଫର ଏବେ ବନ୍ଧୁତା ଏବଂ ଭୋକର ଏକ ଅନନ୍ୟ ମିଶ୍ରଣ ସୃଷ୍ଟି କରିଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ କାରଣରୁ ଏଲପିଜି ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ପ୍ରମୁଖ ହୋଟେଲ୍ ବନ୍ଦ ହେବାକୁ ବସିଥିବା ବେଳେ ରାସ୍ତାକଡ଼ରେ ରହିଥିବା ଢାବାର ଚୁଲି ଲିଭିବାକୁ ଯାଉଛି। ଏହି ସମୟରେ ହୋସୁର ଅଞ୍ଚଳର ଏହି ପ୍ରସିଦ୍ଧ ମେସ୍ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ପୋଷ୍ଟ କରିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେମାନେ ଏହି ପୋଷ୍ଟ ମାଧ୍ୟମରେ କେବଳ ଏତିକି କହିଥିଲେ ଯେ, "ଆମକୁ ରାନ୍ଧିବାରେ ସାହାଯ୍ୟ କରନ୍ତୁ ଏବଂ ଆମେ ଆପଣଙ୍କୁ ଖାଇବାକୁ ଦେବୁ।"

ସିଲିଣ୍ଡର ବଦଳରେ ମିଳିବ ମାସିକିଆ ସ୍ୱାଦିଷ୍ଟ ବିରିୟାନୀ ଅଫର୍
ଏହି ରେସ୍ତୁରାଁ ଅଫର୍ ସରଳ ଏବଂ ଆକର୍ଷଣୀୟ। ଯଦି ଜଣେ ଗ୍ରାହକ ତାଙ୍କ ଘରୁ ଏକ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ଆଣି ଦିଅନ୍ତି, ତାହେଲେ ତାଙ୍କୁ ସମ୍ପୂର୍ଣ୍ଣ ଏକ ମାସ ପାଇଁ ମାଗଣା ମଟନ୍ କିମ୍ବା ଚିକେନ୍ ବିରିୟାନି ଖୁଆଇବ "ଇରୋଡ୍ ଆମ୍ମୟୀ ମେସ୍।" ଏପରିକି ଗ୍ୟାସ୍ ସରିଯିବା ପରେ ଏହି ରେସ୍ତୁରାଁ ମଧ୍ୟ ସେହି କମ୍ପାନୀର ଖାଲି ସିଲିଣ୍ଡର ଗ୍ରାହକଙ୍କୁ ଫେରସ୍ତ କରିବ। ଏନେଇ ରେସ୍ତୁରାଁ ମ୍ୟାନେଜର କହିଛନ୍ତି ଯେ ଯେତେବେଳେ ଗ୍ୟାସ୍ ଅଭାବ କାରଣରୁ ଦୋକାନ ବନ୍ଦ ହେବାକୁ ଯାଉଥିଲା, ସେତେବେଳେ ତାଙ୍କର ପୁରୁଣା ଗ୍ରାହକ ତାଙ୍କୁ ଏହି ଅଫର ସମ୍ପର୍କରେ ବୁଝାଇଥିଲେ।

ବିରିୟାନି ଠାରୁ ବଳିଗଲା ଲୋକଙ୍କ ମନୋଭାବ
ଆଶ୍ଚର୍ଯ୍ୟର କଥା ଯେ ବିଗତ ୧୫ ଦିନରେ, ଛଅ ଜଣ ଲୋକ ସେମାନଙ୍କର ସିଲିଣ୍ଡର ଆଣିଥିଲେ। ହେଲେ ସେମାନେ ମାସ ଯାକ ମିଳୁଥିବା ମାଗଣା ବିରିୟାନି ଅଫର ନେବାକୁ ମନା କରିଥିଲେ। କେତେକ ଗୋଟିଏ ଦିନ ଖାଇଥିଲେ, କେତେକ ଦୁଇ ଦିନ ଖାଇଥିଲେ ଏବଂ ଏହା ପରେ ସମସ୍ତେ ସ୍ୱେଚ୍ଛାକୃତ ଭାବରେ ସେହି ଅଫରର୍ ଲାଭ ଉଠାଇବାରୁ ଦୂରେଇ ଯାଇଥିଲେ। ଯାହା ଦର୍ଶାଉଛି ଯେ ଲୋକେ କେବଳ ବିରିୟାନି ପାଇଁ ନୁହେଁ ବରଂ ଏପରି ଏକ କଷ୍ଟକର ସମୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସିଥିଲେ। ଏହି ରେସ୍ତୁରାଁର "ସୀରଗା ସାମ୍ବା ବିରିୟାନି' ପୂର୍ବରୁ ପ୍ରସିଦ୍ଧ ହୋଇଥିବା ବେଳେ ହେଲେ ଏବେ ସେମାନଙ୍କର ମାନବିକତାର କାହାଣୀ ମଧ୍ୟ ପ୍ରସିଦ୍ଧ ହେବାରେ ଲାଗିଛି।

ଏହି ଅନନ୍ୟ ପଦକ୍ଷେପ କାହିଁକି ସ୍ୱତନ୍ତ୍ର?
ଏହି ଖବର ଆମକୁ ଶିକ୍ଷା ଦିଏ ଯେ ଯେତେବେଳେ ବିଶ୍ୱ ସଙ୍କଟର ସାମ୍ନା କରେ, ସେତେବେଳେ କେବଳ ସରକାର କିମ୍ବା ବଡ଼ ବଡ଼ କମ୍ପାନୀ ନୁହେଁ ବରଂ ସାଧାରଣ ଲୋକ ପରସ୍ପରକୁ ସାହାଯ୍ୟ ସହଯୋଗ କରିଥାନ୍ତି। ହୋସୁର ଅଞ୍ଚଳର ଏହି ଛୋଟ ରେସ୍ତୁରାଁ ପ୍ରମାଣିତ କରିଛି ଯଦି ଉଦ୍ଦେଶ୍ୟ ସ୍ପଷ୍ଟ ରହିଥାଏ, ତାହେଲେ କୌଣସି ଚୁଲି ଲିଭିବ ନାହିଁ । ଏହା କେବଳ ଏକ ବ୍ୟବସାୟିକ ଚୁକ୍ତି ନୁହେଁ ବରଂ ବିଶ୍ୱାସ ଏବଂ ପ୍ରେମର ଏପରି ଏକ ଉଦାହରଣ ଯାହା ଆମକୁ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରିବାକୁ ଶିଖାଇଥାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hosur Erode Ammayi Mess Stuns with Offer Amid LPG Crisis | Argus News