Videos
|
National

Sexual Harassment Allegation / ହୋଟେଲ ମାଲିକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅର୍ଥ ଲାଳସା ଦେଖାଇ ନିର୍ଯାତନା ଦେଉଥିବା ଅଭିଯୋଗ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ହୋଟେଲ ମାଲିକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅର୍ଥ ଲାଳସା ଦେଖାଇ ନିର୍ଯାତନା ଦେଉଥିବା ଅଭିଯୋଗ
Sexual Harassment Allegation

Key Points

ହୋଟେଲ ମାଲିକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ଅର୍ଥ ଲାଳସା ଦେଖାଇ ନିର୍ଯାତନା ଦେଉଥିବା ଅଭିଯୋଗ
ହାଇଦ୍ରାବାଦର ଏକ ପଞ୍ଚତାରକା ହୋଟେଲର ଘଟଣା
ହାଇଦ୍ରାବାଦ୍‍,୨୩/୦୮:  ହାଇଦ୍ରାବାଦର ଏକ ପଞ୍ଚତାରକା ହୋଟେଲ କାର୍ଯ୍ୟାଳୟରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ। ଅଭିଯୋଗକୁ ନେଇ ହାଇଦ୍ରାବାଦର ବେଗମପେଟ୍ ପୋଲିସ ହୋଟେଲର ଚେୟାରମ୍ୟୋେନ୍ ଭେଙ୍କଟ ମନୋହରଙ୍କ ବିରୋଧରେ ମାମଲା ରୁଜୁ କରିଛି। ମହିଳା କର୍ମଚାରୀ ଅଗଷ୍ଟ ୨୦ ତାରିଖରେ ମନୋହରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ପୋଲିସ ସୂଚନା ଅନୁଯାୟୀ, ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୯ ତାରିଖରେ ହୋଟେଲର HR ଇନଚାର୍ଜ ରାମା ମୂର୍ତ୍ତି ଭି ମଧ୍ୟ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ସେଥିରେ ମହିଳା ଜଣକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ୧ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ରହିଥିଲା।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଡିସେମ୍ବର ୨୦୨୩ରେ ହୋଟେଲ ସଂସ୍ଥାରେ ଚାକିରିରେ ଯୋଗ ଦେଇଥିଲେ। ତାଙ୍କ ଅଭିଯୋଗ ହେଉଛି, ଚାକିରିରେ ଯୋଗଦେବାର କିଛି ସମୟ ପରେ ମନୋହର ତାଙ୍କ ଶରୀରକୁ ନେଇ ଅନୁପଯୁକ୍ତ ଓ ଯୌନ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ।

ଦରମା ବୃଦ୍ଧି ପାଇଁ  ଅନୁରୋଧ କରିଥିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହିଳା କର୍ମଚାରୀ ଦରମା ବୃଦ୍ଧି ପାଇଁ ସେ ଅନୁରୋଧ କରିବା ସମୟରେ ମନୋହର ତାଙ୍କୁ ଯୌନ ଅନୁଗ୍ରହ ମାଗିଥିବା ମହିଳା ଅଭିଯୋଗ କରିଛନ୍ତି। ଏହି ପରିସ୍ଥିତିରେ ସେ ଚାକିରି ଛାଡ଼ିବାକୁ ଚାହୁଁଥିବା କଥା କହିଥିଲେ। କିନ୍ତୁ ଅଭିଯୋଗ ଅନୁଯାୟୀ, ଆନୁଷ୍ଠାନିକ ଭାବେ ଇସ୍ତଫା ନଦେଇ ଚାକିରି ଛାଡ଼ିଲେ ତାଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ତାଙ୍କୁ କୁହାଯାଇଥିଲା।
ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ଆର୍ଥିକ ପରିସ୍ଥିତି ଏବଂ EMI ଭଳି ଦାୟିତ୍ୱ ବିଷୟରେ ଜାଣି ମନୋହର ତାହାର ଫାଇଦା ନେବାକୁ ଚେଷ୍ଟା କରିଥିଲେ। ଏଥିସହ ସେ କାର୍ଯ୍ୟାଳୟରେ କାମ କରୁଥିବା ସମୟରେ ଅଶ୍ଳୀଳ ଭିଡିଓ ଚଳାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ପଢନ୍ତୁ ଏହି ଖବର: ଜାଲ ବିଛାଇ ଠାବ ହେଲା ସେକ୍ସ ରାକେଟ, ମିଛ ଗ୍ରାହକ ହୋଇ ଯାଇଥିଲା ପୋଲିସ, ରାଣୀ ମହୁମାଛି ମହିଳା ଗିରଫ୍

ଟଙ୍କା ଚୋରି ଅଭିଯୋଗ

୧ ଲକ୍ଷ ଟଙ୍କା ଚୋରି ଅଭିଯୋଗକୁ ନେଇ ମହିଳା ଜଣକ ଭିନ୍ନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଅଧ୍ୟକ୍ଷ ଡିଭି ମନୋହର, HR କର୍ମଚାରୀ ରାମା ମୂର୍ତ୍ତି ଏବଂ IT କର୍ମଚାରୀ ପ୍ରକାଶ ତାଙ୍କ ହାତ ଧରିବା ସହ ଲାପଟପ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏହାସହ ତାଙ୍କୁ ଚାକିରି ଛାଡ଼ିବା ପାଇଁ ଚାପ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ତେବେ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ତାଙ୍କ ଉପସ୍ଥିତିରେ ଟଙ୍କା ଚୋରି ହୋଇଥିବା ଅଭିଯୋଗକୁ ନେଇ ମହିଳା ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ବେଗମପେଟ୍ ପୋଲିସ BNSର ଧାରା ୭୪, ୭୮, ୭୯, ୩୫୧(୨) ଏବଂ ୩୫୨ ଅନୁଯାୟୀ ମାମଲା ରୁଜୁ କରିଛି।

ସେପଟେ, HR ଇନଚାର୍ଜ ରାମା ମୂର୍ତ୍ତିଙ୍କ ଅଭିଯୋଗ ଅନୁଯାୟୀ, ମହିଳା ଜଣକ ଅଧ୍ୟକ୍ଷଙ୍କ ଅଫିସ୍ ବ୍ୟାଗରୁ ୧ ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ହଜିବା ନେଇ ପଚରାଉଚରା କରାଯିବା ପରେ ସେ ଅଧ୍ୟକ୍ଷଙ୍କ ବିରୋଧରେ ମିଥ୍ୟା ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ରାମା ମୂର୍ତ୍ତି ଅଭିଯୋଗ କରିଛନ୍ତି।

BNSର ଧାରା ୩୦୬ ଅନୁଯାୟୀ ଆଉ ଏକ ମାମଲା ରୁଜୁ

ଏବେ ଉଭୟ ପକ୍ଷର ଅଭିଯୋଗକୁ ନେଇ ବେଗମପେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗର ସତ୍ୟତା, କାର୍ଯ୍ୟାଳୟରେ ଘଟିଥିବା ଘଟଣା ଏବଂ ୧ ଲକ୍ଷ ଟଙ୍କା ଚୋରି ଅଭିଯୋଗ ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି। ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।
Hotel Owner Accused of Sexual Harassment, Woman Employee Makes Serious Allegations | Argus News