Videos
|
National

ସୁସ୍ଥ ଶରୀର ପାଇଁ କିସ୍‌ମିସ୍‌ କେତେ ଲାଭଦାୟକ..?  ଜାଣନ୍ତୁ...

Manini Pattanayak
Browse all articles by Manini Pattanayak
·1 year ago·2 min read
ସୁସ୍ଥ ଶରୀର ପାଇଁ କିସ୍‌ମିସ୍‌ କେତେ ଲାଭଦାୟକ..?  ଜାଣନ୍ତୁ...

ନୂଆଦିଲ୍ଲୀ:  କିସମିସ୍‌ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ।  ବସିଥିବା କି  ଚାଲୁଥିବ, ବୁଲୁଥିବା  ବେଳେ ଯଦି କିସ୍‌ମିସ୍‌ ନଜରରେ ପଡିଯାଏ ତେବେ ସେଥିରୁ ଦୁଇଟି ଆଣି ପାଟିରେ ପକାଇ ଦେବା ଆମର ପ୍ରାୟତଃ ସମସ୍ତଙ୍କ ଅଭ୍ୟାଶ।  ଏହାକୁ ପାଟିର ସ୍ୱାଦ ପାଇଁ କିଛି ଲୋକ ମଧ୍ୟ  ଖାଇଥାନ୍ତି।  ଏହାକୁ  କ୍ଷିରି, ମିଠେଇ, ଏବଂ ସ୍ନାକ୍ସରେ ମଧ୍ୟ ବ୍ୟବହାର କରାଯାଇଥାଏ ।  କିନ୍ତୁ  କିସ୍‌ମିସ୍‌  ଶରୀର ପାଇଁ ଏକ ଚମତ୍କାରୀ  ବରଦାନ  ବୋଲି ଆପଣ ବୋଧ୍‌ ହୁଏ ଜାଣିନଥିବେ।  ଯଦି ଏହାକୁ  ସକାଳେ ଖାଲିପେଟରେ ଖାଉଛନ୍ତି ତେବେ ଏହାର ଗଜବ ପ୍ରକାର ଫାଇଦା ମିଳିଥାଏ। ଆୟୁର୍ବେଦରେ କିସ୍‌ମିସ୍‌ ବହୁତ ପୌଷ୍ଟିକ୍‌  ଏବଂ  ଉତ୍ତମ ବୋଲି କୁହାଯାଇଛି।  ଏଥିରେ କିଛି ପୋଷକ ତତ୍ତ୍ୱ ରହିଥାଏ ଯେମିତି କି ଭିଟାମିନ୍‌, ମିନେରାଲ ଏବଂ ଫାଇବର ଯାହା ଶରୀର ପାଇଁ ଖୁବ୍‌ ଜୁରୁରୀ ହୋଇଥାଏ।  ପ୍ରତ୍ୟେକ  ଦିନ ଖାଲି ପେଟରେ କିସମିସ୍‌ ଖାଇଲେ ଶରୀରକୁ  ପ୍ରଚୁର ଲାଭ ମିଳିଥାଏ।  ଯଦି ଆପଣ ଲଗାତାର ଗୋଟିଏ ମାସ ପର୍ଯ୍ୟନ୍ତ ଖାଲିପେଟରେ କିସ୍‌ମିସ୍‌  ଖାଉଛନ୍ତି  ତେବେ ଆପଣଙ୍କ ଶରୀରରେ କଣ ପରିବର୍ତ୍ତନ ହେବ ? ଆସନ୍ତୁ ଜାଣିବା,.. 

 ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ

   
କିସମିସରେ ହାଇ ଫାଇବର  ରହିଥାଏ।  ଯାହା ପାଚନ କ୍ରୟାକୁ ସୁଧାରିବାରେ ସହାୟତା କରିଥାଏ।  ପ୍ରତ୍ୟେକ ଦିନ ସକାଳେ ଖାଲିପେଟରେ କିସ୍‌ମିସ୍‌ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଅନ୍ତନଳୀକୁ ସଫା କରିଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ ।   

ଶକ୍ତିର ଉତ୍କୃଷ୍ଟ ଉତ୍ସ   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିସମିସରେ  ପ୍ରାକୃତି ଶର୍କରା ଗ୍ଲୁକୋଜ୍ ଏବଂ ଫ୍ରୁକ୍ଟୋଜ ରହିଥାଏ। ଯାହା ଶରୀରକୁ ତୁରନ୍ତ ଉର୍ଜା  ପ୍ରଦାନ କରିଥାଏ।  ଖାଲିପେଟରେ କିସ୍‌ମିସ୍‌ ଖାଇବା ଦ୍ୱାରା ସାରା ଦିନ  ସତେଜ୍‌ ଏବଂ ଫୁର୍ତ୍ତି ଲାଗିଥାଏ । ଆଉ ଆପଣଙ୍କୁ ସୁସ୍ଥ ଅନୁଭବ ହୋଇଥାଏ।   

ରକ୍ତହୀନତା ଦୂର କରେ

କିସ୍‌ମିସ୍‌ ରେ  ଆଇରନ୍‌ର ମାତ୍ରା  ପ୍ରଚୁର ଥାଏ।  ଯାହା ରକ୍ତରେ ହିମୋଗ୍ଲୋବିନ ବଢାଇବାରେ ସହାୟତା କରିଥାଏ।  ସକାଳୁ ପ୍ରତ୍ୟେକ ଦିନ କିସ୍‌ମିସ୍‌  ଖାଇବା ଦ୍ୱାରା ଏନିମିଆ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ଏହା ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ ।   

ହାଡକୁ  ମଜଭୁତ କରେ   

କିସ୍‌ମିସ୍‌ରେ କ୍ୟାଲସିୟମ,  ବୋରନ ଏବଂ ଅନ୍ୟ ମିନେରାଲ୍ସ  ରହିଥାଏ।  ଯାହା ହାଡକୁ ମଜଭତ କରିବାରେ  ସହାୟକ  ହୋଇଥାଏ।    ବିଶେଷକରି ମହିଳାମାନଙ୍କ ପାଇଁ  କିସ୍‌ମିସ୍‌ ବହୁତ  ଲାଭଦାୟକ।   

 ଚର୍ମ ଏବଂ କେଶ ପାଇଁ ଲାଭଦାୟକ

  କିସ୍‌ମିସ୍‌ ରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ।  ଯାହା ଶରୀରରେ ଫ୍ରୀ ରେଡିକଲ୍ସ କୁ ହଟାଇବାରେ  ସାହାର୍ଯ୍ୟ କରିଥାଏ।  ଏହା ସେବନ କରିବା ଦ୍ୱାରା ତ୍ୱଚା ଉଜ୍ଜଳ ଦିଶିଥାଏ।  ଏଥିସହିତ କେଶ କଳା ହେବା ସହ  ମୁଜଭୁତ୍‌ ହୋଇଥାଏ ଆଉ ଝଡିନଥାଏ।   
 

କେମିତି କରିବେ ସେବନ

   ସବୁଦିନ  ୮ ରୁ ୧୦  କିସମିସ୍  ରାତିରେ ପାଣିରେ ମିଜେି ରଖନ୍ତୁ। ଏହାକୁ ସକାଳୁ ଖାଲିପେଟରେ ଖାଅନ୍ତୁ।  କିସମିସ୍‌କୁ ପାଣିରେ ଭିଜେଇ ଖାଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ଆହୁରି  ଅଧିକ ସକ୍ରିୟ ହୋଇଯାଇଥାନ୍ତି।  ଯାହା ଶୀରରେ ପାଇଁ ଅଧିକ ଲାଭଦାୟକ ହୋଇଥାଏ।    କିସିମିସ୍‌ରେ ଏତେ ସବୁ ଚମତ୍କାରୀ ଫାଇଦା ଜାଣିବା ପରେ ଆପଣ  ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ.. ତେବେ ଆଉ ଡେରି କରନ୍ତୁ ନାହିଁ ପ୍ରତ୍ୟେକ ଦିନ  ଏହାକୁ ଖାଲିପେଟରେ ସେବନ କରନ୍ତୁ ଦେଖିବେ ଆପଣଙ୍କ ତ୍ୱଚା ସହ କେଶ ମଧ୍ୟ ସୁନ୍ଦର ଦିଶିବ । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

How beneficial are kishmish for a healthy body..?Know... | Argus News