|
logo
Live

Argus News - ସାବଧାନ ! PDF ଫାଇଲ୍‌ ଖୋଲିଲେ ହ୍ୟାକ୍‌ ହୋଇଯିବ ଆପଣଙ୍କ ଡିଭାଇସ୍‌

National

PDF Cyber Attack / ସାବଧାନ ! PDF ଫାଇଲ୍‌ ଖୋଲିଲେ ହ୍ୟାକ୍‌ ହୋଇଯିବ ଆପଣଙ୍କ ଡିଭାଇସ୍‌

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ସାବଧାନ ! PDF ଫାଇଲ୍‌ ଖୋଲିଲେ ହ୍ୟାକ୍‌ ହୋଇଯିବ ଆପଣଙ୍କ ଡିଭାଇସ୍‌
PDF Cyber Attack

Key Points

ନୂଆ ସାଇବର ଆକ୍ରମଣ
PDF ଦ୍ବାରା ହ୍ୟାକ୍ କରୁଛନ୍ତି ହ୍ୟାକର
୪ ମାସ ଧରି ଚାଲିଛି ହ୍ୟାକିଂ ଖେଳ

ଆପଣଙ୍କର କମ୍ପ୍ୟୁଟରରେ ଗୋଟିଏ ଛୋଟ PDF ଫାଇଲ୍‌ ଖୋଲିବା ଦ୍ବାରା ମଧ୍ୟ ବହୁତ ବଡ଼ କ୍ଷତି ହୋଇପାରେ । ଯଦି ଆପଣ ଆପଣଙ୍କ ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟରରେ Adobe Reader ବ୍ୟବହାର କରୁଛନ୍ତି, ତେବେ PDF ଫାଇଲ୍‌ ଖୋଲିବା ମଧ୍ୟ ଆପଣଙ୍କ ଡିଭାଇସ୍‌କୁ ବିପଦ ହୋଇପାରେ । ରିପୋର୍ଟ ଅନୁଯାୟୀ, ସାଇବର ହ୍ୟାକରମାନେ ଲୋକଙ୍କ ଡିଭାଇସ୍‌କୁ ଟାର୍ଗେଟ୍ କରିବା ପାଇଁ PDF ଫାଇଲ୍‌ ବ୍ୟବହାର କରୁଛନ୍ତି ।

ସିକ୍ୟୁରିଟି ରିସର୍ଚ୍ଚର Haifei Li ଏହି ବଗ୍‌କୁ ଚିହ୍ନଟ କରିଛନ୍ତି । ଏହା ମାଧ୍ୟମରେ, ହ୍ୟାକର୍ସ ଲୋକଙ୍କୁ ଟାର୍ଗେଟ କରିବା ପାଇଁ Adobe Reader ରେ ଥିବା ଏକ ତ୍ରୁଟିକୁ ବ୍ୟବହାର କରୁଛନ୍ତି ।

ଏହି ସାଇବର ଆକ୍ରମଣ କେତେ ଭୟଙ୍କର ତାହା ଏହି କଥାରୁ ବୁଝିପାରିବେ ଯେ ବ୍ୟବହାରକାରୀଙ୍କୁ PDF ଫାଇଲ୍‌ ଖୋଲିବା ବ୍ୟତୀତ ଆଉ କିଛି କରିବାକୁ ପଡ଼ୁନାହିଁ । ଯେପରି ସେ ଫାଇଲ୍‌ ଖୋଲିବେ, ସେହି ମୁହୂର୍ତ୍ତରେ ତାଙ୍କ ଡିଭାଇସ୍‌ର ଆକ୍ସେସ୍‌ ହ୍ୟାକରଙ୍କ ହାତକୁ ଯାଇଥାଏ । ଗତ ୪ ମାସ ଧରି ହ୍ୟାକରମାନେ ଏହି ପ୍ରକାରରେ ଲୋକଙ୍କୁ ଟାର୍ଗେଟ୍ କରି ତାଙ୍କ ଡାଟା ଚୋରି କରୁଛନ୍ତି ।

ସାଇବର ସିକ୍ୟୁରିଟି ରିସର୍ଚ୍ଚରମାନଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣ ନୀରବରେ ସିଷ୍ଟମ୍‌ରୁ ଡାଟା ଚୋରି କରିଥାଏ। ଏହି ବଗ୍‌ Adobe ର ବିଲ୍ଟ-ଇନ୍ ଟୁଲ୍‌ମାନଙ୍କ ସହଯୋଗରେ ଲୋକାଲ୍ ଫାଇଲ୍‌ଗୁଡ଼ିକୁ ପଢ଼େ ଏବଂ ବ୍ୟବହାରକାରୀଙ୍କୁ ଏହାର କୌଣସି ଖବର ମଧ୍ୟ ମିଳେନାହିଁ ।

ଏଭଳି ଭାବରେ PDF ଫାଇଲ୍‌ ଛଡ଼ାଯାଉଛି

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ବ୍ୟବହୃତ PDF ଫାଇଲ୍‌ଗୁଡ଼ିକ ତେଲ ଏବଂ ଗ୍ୟାସ ସମ୍ବନ୍ଧୀୟ ବିଷୟରେ ଥାଏ । ଯେତେବେଳେ ଲୋକେ ଏହାକୁ ପଢ଼ିବା ପାଇଁ ଖୋଲନ୍ତି, ସେମାନଙ୍କ ଡିଭାଇସ୍‌କୁ ହ୍ୟାକରମାନେ ହ୍ୟାକ୍‌ କରିଥାନ୍ତି ।

ଏପର୍ଯ୍ୟନ୍ତ ଏହି ତ୍ରୁଟିକୁ ଠିକ୍ କରିବା ପାଇଁ Adobe ପକ୍ଷରୁ କୌଣସି ସିକ୍ୟୁରିଟି ପ୍ୟାଚ୍‌ ଜାରି ହୋଇନାହିଁ । ରିସର୍ଚ୍ଚର Haifei Li କହିଛନ୍ତି ଯେ ବ୍ୟବହାରକାରୀମାନେ ସତର୍କ ରହିବା ଆବଶ୍ୟକ ଏବଂ କମ୍ପାନୀ ପକ୍ଷରୁ ପ୍ୟାଚ୍‌ ନ ଆସିବାରୁ ସେ ଏହି ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ।

ଏଭଳି ଆକ୍ରମଣରୁ କିପରି ସତର୍କ ରହିବେ ?

ଗତ କିଛି ବର୍ଷ ଧରି ସାଇବର ଆକ୍ରମଣ ଘଟଣା ବୃଦ୍ଧି ପାଉଛି । ତେଣୁ ସାଇବାର ଆକ୍ରମଣରୁ ବର୍ତ୍ତିବା ପାଇଁ ସତର୍କ ରହିବା ଖୁବ ଆବଶ୍ୟକ । ଏହି ଆକ୍ରମଣ ସମ୍ବନ୍ଧରେ ଏକ୍ସପର୍ଟମାନେ କହିଛନ୍ତି ଯେ ଅଜଣା ଲୋକଙ୍କ ଠାରୁ ଆସିଥିବା PDF ଫାଇଲ୍‌ ଖୋଲନ୍ତୁ ନାହିଁ । ଏହାଛଡ଼ା ଆପଣଙ୍କ ସିଷ୍ଟମ୍‌ ଏବଂ ସଫ୍ଟୱେର୍‌କୁ ସବୁବେଳେ ଅପଡେଟ୍‌ ରଖନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PDF Cyber Attack: ସାବଧାନ ! PDF ଫାଇଲ୍‌ ଖୋଲିଲେ ହ୍ୟାକ୍‌ ହୋଇଯିବ ଆପଣଙ୍କ ଡିଭାଇସ୍‌ | Argus News