Videos
|
National

Instagram Algorithm / ଇନଷ୍ଟାଗ୍ରାମରେ ଛାଇଗଲା ଜନ୍ତର-ମନ୍ତର, କାହିଁକି ଗାଏବ ରାଞ୍ଚି ପ୍ରୋଟେଷ୍ଟ; କଣ ମେଟାର ଖେଳ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·3 min read
ଇନଷ୍ଟାଗ୍ରାମରେ ଛାଇଗଲା ଜନ୍ତର-ମନ୍ତର, କାହିଁକି ଗାଏବ ରାଞ୍ଚି ପ୍ରୋଟେଷ୍ଟ; କଣ ମେଟାର ଖେଳ ?
Instagram Algorithm

Key Points

ଜନ୍ତରମନ୍ତର ବିରୋଧ ପ୍ରଦର୍ଶନ ଛାଇଥିଲା
ହେଲେ ଇନଷ୍ଟାରୁ ଗାଏବ ରାଞ୍ଚି ଆନ୍ଦୋଳନ
ଏହା ପଛରେ କଣ ମେଟାର ଅସଲ ଖେଳ ?
ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବା ଲାଗି ବୁଷ୍ଟିଂ ଖେଳ ସମସ୍ତଙ୍କୁ ଜଣା । ଏଥିଲାଗି ମେଟାକୁ ଟଙ୍କା ଦେବାକୁ ପଡ଼େ । ଏବେ ପ୍ରଶ୍ନ କଣ ଦିଲ୍ଲୀର ଜନ୍ତରମନ୍ତର ଛାତ୍ର ଆନ୍ଦୋଳନ ଇନଷ୍ଟାଗ୍ରାମରେ ବୁଷ୍ଟ୍ କରାଯାଇଥିଲା ଓ ରାଞ୍ଚି ଆନ୍ଦୋଳନକୁ ନୁହେଁ । କାରଣ ଜନ୍ତରମନ୍ତର ଆନ୍ଦୋଳନ ଯେଉଁପରି ଭାବରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା, ରାଞ୍ଚି ଆନ୍ଦୋଳନ ସେତିକି ପରିମାଣରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁନାହିଁ । ଏହାପଛରେ ମେଟାର ଖେଳ ଜଣାପଡ଼ିଛି ।

ଇନଷ୍ଟାଗ୍ରାମରେ ଦିଲ୍ଲୀର ଜନ୍ତରମନ୍ତରଠାରେ ହେଉଥିବା ଛାତ୍ର ଆନ୍ଦୋଳନକୁ ସୋସିଆଲ ମିଡିଆରେ ଭଲ ଭ୍ଯୁଜ୍ ମିଳିଥିଲା । ଅନ୍ୟପଟେ ଝାଡ଼ଖଣ୍ଡର କ୍ୟାପିଟାଲ ସିଟି ରାଞ୍ଚିରେ ସମାନ ଧରଣର ଆନ୍ଦୋଳନରୁ ମାତ୍ର ହଜାର ସଂଖ୍ୟାରେ ଭ୍ୟୁଜ୍ ମିଳୁଛି । ଆଲଗୋରିଦମର ଏହି ଖେଳ ଉପରେ ସରକାରଙ୍କ ମଧ୍ୟ ନଜର ପଡ଼ିଛି । ଏଣୁ ସରକାର ଜନ୍ତରମନ୍ତର ଏବଂ ରାଞ୍ଚି ଆନ୍ଦୋଳନ ଉପରେ ମିଳୁଥିବା ଭ୍ୟୁଜକୁ ନେଇ ମେଟାକୁ ତଥ୍ୟ ମାଗିଛନ୍ତି । ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ଏସ. କୃଷ୍ଣନ କହିଛନ୍ତି ଯେ ମେଟାକୁ ଏନେଇ ତଥ୍ୟ ମାଗିଛି । ଏହାପରେ ଆମେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

  • ରାଞ୍ଚି ଆନ୍ଦୋଳନ ଉପରେ ପୋଷ୍ଟ କାହିଁକି କମ୍ ?
ଏକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଯେଉଁଠି ଜନ୍ତରମନ୍ତରରେ ୫୦୦୦ ପୋଷ୍ଟ ଥିଲା, ସେଇଠି ରାଞ୍ଚି ଆନ୍ଦୋଳନ ଉପରେ ମାତ୍ର ୧୦୦୦ ପୋଷ୍ଟ ହୋଇଛି । 'ଦିଲ୍ଲୀ ସିଜେପି ପ୍ରୋଟେଷ୍ଟ' ହ୍ୟାସଟ୍ୟାଗ୍ ସହିତ ମୋଟ ପୋଷ୍ଟ ୫୨୩୯ ହୋଇଛି । ଭାରତରେ ଇନଷ୍ଟାଗ୍ରାମର ୪୮ କୋଟି ୟୁଜର୍ସ ଅନୁସାରେ ମାତ୍ର ୦.୦୦୦୧ ପ୍ରତିଶତ ଥିଲା, ମାତ୍ର ବିରୋଧ ପ୍ରଦର୍ଶନ ବେଳେ ଏମିତି ଲାଗିଥିଲା ଯେ ଯେପରି ପୂରା ଇନଷ୍ଟାଗ୍ରାମ ଦିଲ୍ଲୀର ବିରୋଧ ପ୍ରଦର୍ଶନକୁ ନେଇ ଯୁବକଙ୍କ ପ୍ରତିକ୍ରିୟାରେ ଭରି ଯାଇଛି ।

  • ବିଜେପି ଆଇଟି ସେଲ୍ ମୁଖ୍ୟ ପ୍ରଶ୍ନ ଉଠାଇଲେ
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଚ୍ୟାନେଲର ବିଶ୍ଳେଷଣ ଉପରେ ଆଧାରିତ ମେଟାର ଆଲଗୋରିଦମ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଜି Xରେ ଏକ ପୋଷ୍ଟରେ ସେ ପଚାରିଛନ୍ତି ଯେ କେଉଁ ବିଷୟବସ୍ତୁକୁ ବୃଦ୍ଧି କରାଯିବା ଉଚିତ ଏବଂ କେଉଁଗୁଡ଼ିକୁ ମ୍ୟୁଟ୍ କରାଯିବା ଉଚିତ ସେଥିରେ କୌଣସି ଭେଦଭାବ ଅଛି କି ? ଜନ୍ତର ମନ୍ତର ପ୍ରତିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଇନଷ୍ଟାଗ୍ରାମ ଭିଡିଓ ବାର୍ତ୍ତା ମାଧ୍ୟମରେ Gen Zଙ୍କ ସହ କଥାବାର୍ତ୍ତା କରିଥିଲେ, ମେଟା ସେହି ଭିଡିଓକୁ ମଧ୍ୟ ହଟାଇ ଦେଇଥିଲା । ଏହାକୁ ପରେ ପୁନଃପୋଷ୍ଟ କରାଯାଇଥିଲା । ଯଦିଓ ମେଟା ଏହି ଭୁଲ ପାଇଁ କ୍ଷମା ମାଗିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଆଲଗୋରିଦମ କିପରି କାମ କରେ ?
ଏଠାରେ କହିରଖୁଛୁ କି, ଇନଷ୍ଟାଗ୍ରାମ ଫଲୋଅରଙ୍କ ଦ୍ୱାରା ପରିଚାଳିତ ନୁହେଁ, ବରଂ ଲୋକଙ୍କ କଣ୍ଟେଣ୍ଟକୁ ନେଇ ଆଗ୍ରହ ଦ୍ୱାରା ପରିଚାଳିତ ହୁଏ । ଇନଷ୍ଟାଗ୍ରାମ ରିଲ୍ସ କେବଳ ଆପଣଙ୍କ ଅନୁଗାମୀମାନଙ୍କୁ ଦୃଶ୍ୟମାନ ହୁଏ ନାହିଁ, ବରଂ ଆଲଗୋରିଦମ ଜଣେ ଉପଭୋକ୍ତାଙ୍କ ଆଗ୍ରହ ଉପରେ ନଜର ରଖେ ଏବଂ ସେହି ଅନୁସାରେ ସେମାନଙ୍କ ଫିଡକୁ କଣ୍ଟେଣ୍ଟ ପଠାଏ। ଏହି ଆଲଗୋରିଦମ ଆପଣ କରୁଥିବା ସମସ୍ତ କାର୍ଯ୍ୟର ଟ୍ରାକ୍ ରଖେ, ଯେପରିକି ଆପଣ କେଉଁ ରିଲ୍ ସମ୍ପୂର୍ଣ୍ଣ ଦେଖିଛନ୍ତି, କେଉଁ ଭିଡିଓ ମଝିରେ ଛାଡି ଦେଇଛନ୍ତି, କେଉଁ ପୋଷ୍ଟରେ ଆପଣ ଅଟକିଛନ୍ତି, କେଉଁଟିକୁ ପସନ୍ଦ କରିଛନ୍ତି, କେଉଁଟିକୁ ସେୟାର କରିଛନ୍ତି ଏବଂ କେଉଁ ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ତା ଉପରେ ଆଧାର କରି, ଏହା ଆପଣଙ୍କ ଫିଡ୍‌ରେ ସମ୍ପର୍କିତ ରିଲ୍ ଦେଖାଏ।

ଉଦାହରଣ ସ୍ୱରୂପ, ଯଦି ଆପଣ ଜନ୍ତର ମନ୍ତର ପ୍ରତିବାଦ ବିଷୟରେ ଏକ ରିଲ୍ ଦେଖନ୍ତି, ତେବେ ଆପଣଙ୍କ ଫିଡ୍‌ରେ ସେହି ସମ୍ବନ୍ଧିତ ଭିଡିଓ ଦେଖାଯିବ। ଆଲଗୋରିଦମ ଏହା ବିଚାର କରେ ନାହିଁ ଯେ ଆପଣ ରିଲ୍ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଅନୁସରଣ କରୁଛନ୍ତି କି ନାହିଁ। ଆପଣ ଦେଖୁଥିବା କଣ୍ଟେଣ୍ଟକୁ ସେ ବିଚାରକୁ ନିଏ।

How Instagram Algorithm Works: Why Delhi Reels Got More Reach Than Ranchi Student Protest Videos | Argus News