Islam Conversion India / ଦେଶରେ କେତେ ମୁସଲିମ୍ ଛାଡୁଛନ୍ତି ଇସଲାମ? କ'ଣ କହୁଛି ତଥ୍ୟ
·4 months ago·2 min read

Key Points
ଦେଶରେ ବାର୍ଷିକ କେତେ ଲୋକ ସେମାନଙ୍କ ଧର୍ମ ପରିତ୍ୟାଗ କରନ୍ତି ତାହାର କୌଣସି ବାସ୍ତବ ତଥ୍ୟ ଉପଲବ୍ଧ ନାହିଁ। ଏନେଇ ଗତ ୨୦୨୧ ଆମେରିକୀୟ ଥିଙ୍କ ଟ୍ୟାଙ୍କ୍ ପ୍ୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ଗବେଷଣା ହୋଇଥିଲା।
how many muslim leave islam annualy in india: ସ୍ୱାଧିନତା ପର ଠାରୁ ଦେଶରେ ଧର୍ମ ପରିବର୍ତ୍ତନ ଏକ ବିତର୍କର ପାଲଟିଛି। କାରଣ ଧର୍ମାନ୍ତରଣକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଏପରିକି ସାମ୍ପ୍ରଦାୟିକ ଦଙ୍ଗାର ନିଆଁରେ ମଧ୍ୟ ଜଳି ଉଠିଛି ଦେଶର ବିଭିନ୍ନ ରାଜ୍ୟ। ଦେଶରେ ହେଉଥିବା ଧର୍ମାନ୍ତରଣ ପଛରେ ମୁଖ୍ୟତଃ ସାଂସ୍କୃତିକ, ରାଜନୈତିକ, ଆର୍ଥିକ, ସାମାଜିକ କାରଣ ରହିଥିବାର କୁହାଯାଏ।
ଦେଶରେ ବାର୍ଷିକ କେତେ ଲୋକ ସେମାନଙ୍କ ଧର୍ମ ପରିତ୍ୟାଗ କରନ୍ତି ତାହାର କୌଣସି ବାସ୍ତବ ତଥ୍ୟ ଉପଲବ୍ଧ ନାହିଁ। ଅର୍ଥାତ କହିବାକୁ ଗଲେ ବାର୍ଷିକ କେତେ ଲୋକ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଥାନ୍ତି ସରକାରୀ ସ୍ତରରେ ତାହାର କୌଣସି ଯାଞ୍ଚ ହୋଇନାହିଁ କିମ୍ବା ଏହାର କୌଣସି ପ୍ରକୃତ ତଥ୍ୟ ହସ୍ତଗତ ହୋଇନାହିଁ। କାରଣ ଅନେକ ସମୟରେ ବେଆଇନ ଭାବରେ ଧର୍ମାନ୍ତରଣ ହେଉଥିବାର ଅଭିଯୋଗ ଆସିଥାଏ।
ଅନେକ ଲୋକ ବିଶ୍ୱାସ କରନ୍ତି ଯେ ପ୍ରତିବର୍ଷ ବହୁ ସଂଖ୍ୟାରେ ଲୋକ ସେମାନଙ୍କର ମୂଳ ଧର୍ମ ପରିବର୍ତ୍ତନ କରିଥାନ୍ତି। ହେଲେ ଏ ସମ୍ପର୍କରେ ହୋଇଥିବା ଗବେଷଣା ଅନୁଯାୟୀ ଏବଂ ଅନ୍ତର୍ଜାତୀୟ ତଥା ରାଜ୍ୟ ସ୍ତରର ରେକର୍ଡ ଏକ ଭିନ୍ନ ତଥ୍ୟ ଦର୍ଶାଉଛି। କ'ଣ ଆପଣ ଜାଣିଛନ୍ତି ଦେଶରେ ପ୍ରତିବର୍ଷ କେତେ ମୁସଲିମ୍ ସେମାନଙ୍କର ଧର୍ମ ଇସଲାମ ପରିତ୍ୟାଗ କରୁଛନ୍ତି।
ଏନେଇ ହୋଇଥିବା ଗବେଷଣା ଅନୁଯାୟୀ ଦେଶରେ ମୁସଲମାନ ସମ୍ପ୍ରଦାୟ ନିଜକୁ ଧର୍ମ ସହ ଯୋଡ଼ି ରଖିବା କ୍ଷେତ୍ରରେ ଆଗରେ ରହିଛି। ଅର୍ଥାତ୍ ସେମାନେ ନିଜକୁ ମୁସଲିମ୍ ବୋଲି ଅନ୍ୟ ଲୋକଙ୍କ ନିଜର ପରିଚୟ ଦେଇଥାନ୍ତି। ଏନେଇ ଗତ ୨୦୨୧ ଆମେରିକୀୟ ଥିଙ୍କ ଟ୍ୟାଙ୍କ୍ ପ୍ୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏକ ଗବେଷଣା ହୋଇଥିଲା। ଏହି ଗବେଷଣା ସହ ଜଡି଼ତ ରିପୋର୍ଟ ଅନୁଯାୟୀ ମୁସଲିମ ପରିବାରରେ ଜନ୍ମ ହୋଇଥିବା ପ୍ରାୟ ୯୭% ବଡ଼ ହେବା ପରେ ନିଜକୁ ମୁସଲିମ ବୋଲି ମାନିଥାନ୍ତି।
ଗବଷେଣାରୁ ଆହୁରି ମଧ୍ୟ ଜଣାପଡ଼ିଛି କେବଳ ୦.୩% ଲୋକ କହିଛନ୍ତି ଯେ ସେମାନେ ଜନ୍ମ ସମୟରେ ମୁସଲିମ ରହିଥିଲେ। ମାତ୍ର ପରେ ସେମାନେ ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି କିମ୍ବା ନାସ୍ତିକ ହୋଇ ସାରିଛନ୍ତି। ଏହି ସଂଖ୍ୟା ବହୁତ କମ ରହିଥିବା ଗବେଷଣା କହୁଛି। ଯାହା ଦର୍ଶାଉଛି ଯେ ମୁସଲମାନ ସମ୍ପ୍ରଦାୟରେ ଧର୍ମାନ୍ତରଣ ସଂଖ୍ୟା ବହୁତ କମ ରହିଛି। କେବଳ ମୁସଲିମ୍ ନୁହେଁ ବରଂ ହିନ୍ଦୁ କିମ୍ବା ଅନ୍ୟ ଧର୍ମକୁ ମାନୁଥିବା ଲୋକଙ୍କ ମଧ୍ୟରେ ଧର୍ମାନ୍ତରଣର ମାତ୍ରା ବହୁତ କମ ରହିଛି।
ଦେଶର କିଛି ରାଜ୍ୟ ସେମାନଙ୍କର ସରକାରୀ ଗ୍ୟାଜେଟ୍ ମାଧ୍ୟମରେ ଧର୍ମାନ୍ତରଣ ସମ୍ପର୍କରେ ତଥ୍ୟ ପ୍ରକାଶ କରିଥାନ୍ତି। ଯେତେବେଳେ କୌଣସି ଲୋକ ଆଇନଗତ ଭାବରେ ନିଜର ଧର୍ମ ଏବଂ ନାଁ ପରିବର୍ତ୍ତନ କରିଥାନ୍ତି। ଯାହା ସ୍ଥାନୀୟ ସ୍ତରରେ ହେଉଥିବା ଧର୍ମାନ୍ତରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥାଏ।
କେରଳର ଏକ ସରକାରୀ ରେକର୍ଡ ଅନୁସାରେ ଗତ ୨୦୧୪ ବର୍ଷରେ ୩୪୩ ଜଣ ଲୋକ ଇସଲାମ ଧର୍ମରେ ଧର୍ମାନ୍ତରିତ ହୋଇଥିଲେ। ବିଭିନ୍ନ ଧର୍ମର ପ୍ରାୟ ୩୬୫ ଜଣ ଲୋକ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହି ରେକର୍ଡ ଦର୍ଶାଉଛି ଧର୍ମାନ୍ତରଣ ଉଭୟ ଦିଗରୁ ହେଉଛି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଏବଂ ସରକାରୀ ଗ୍ୟାଜେଟ ରେକର୍ଡ ଅନୁସାରେ ଅଧିକାଂଶ ଭାରତୀୟ ସେହି ଧର୍ମକୁ ମାନିଥାନ୍ତି ଯେଉଁଥିରେ ସେମାନଙ୍କର ଜନ୍ମ ହୋଇଥିଲା। ଯାହା ଦର୍ଶାଉଛି ଦେଶରେ ବଡ଼ ଧରଣର ଧର୍ମାନ୍ତରଣ କରିବା କୌଣସି ସାଧାରଣ କଥା ନୁହେଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories