Types of Missile / କେତେ ପ୍ରକାରର ହୋଇଥାଏ ମିସାଇଲ୍? କିପରି କରିଥାଏ କାମ?
·4 months ago·3 min read

Key Points
ସାମରିକ ଯୁଦ୍ଧରେ ବିଭିନ୍ନ ଦେଶ ପକ୍ଷରୁ ବିଭିନ୍ନ ଧରଣର ମିସାଇଲ ବ୍ୟବହୃତ ହୋଇଥାଏ। ଏହାକୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରଖି ବ୍ୟବହାର କରାଯାଇଥାଏ।
ପ୍ରଥମ ଋଷିଆ-ୟୁକ୍ରେନ ଯୁଦ୍ଧ ଆଉ ଏବେ ମଧ୍ୟ ପ୍ରାଚ୍ୟରେ ଇସ୍ରାଏଲ-ଆମେରିକା ସହ ଇରାନର ଚାଲିଥିବା ସଂଘର୍ଷରେ ବିଭିନ୍ନ ମିସାଇଲ ବ୍ୟବହାର କରୁଛନ୍ତି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଉଭୟ ପକ୍ଷ ପରସ୍ପରକୁ ଅନେକ ଧରଣର କ୍ଷେପଣାସ୍ତ୍ର ମାଡ଼ କରିବାରେ ଲାଗିଛନ୍ତି। ଯାହା ମଧ୍ୟରେ ରହିଛି ବାଲିଷ୍ଟିକ୍, କ୍ରୁଜ୍, ହାଇପରସୋନିକ୍ ଏବଂ ଆଣ୍ଟି-ବାଲିଷ୍ଟିକ୍ ମିସାଇଲା।
ସାମରିକ ଯୁଦ୍ଧରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୋଇଥାଏ। କ୍ଷେପଣାସ୍ତ୍ର କେବଳ ଯେ ଆକ୍ରମଣ ପାଇଁ ବ୍ୟବହାର ହୋଇଥାଏ ତାହା ନୁହେଁ ବରଂ ଶତ୍ରୁ ପକ୍ଷରୁ ଆକ୍ରମଣରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ। ପ୍ରତ୍ୟେକ କ୍ଷେପଣାସ୍ତ୍ରର ଗତି, ଉଡ଼ାଣ ଢାଞ୍ଚା ଏବଂ ବ୍ୟବହାର ଭିନ୍ନ ଭିନ୍ନ ହୋଇଥାଏ। କ'ଣ ଆପଣ ଜାଣିଛନ୍ତି କେତେ ପ୍ରକାରର ହୋଇଥାଏ ମିସାଇଲ୍? ଯୁଦ୍ଧ କ୍ଷେତ୍ରରେ କିପରି କରାଯାଇଥାଏ ଏହାର ବ୍ୟବହାର।
ବାଲାଷ୍ଟିକ କ୍ଷେପଣାସ୍ତ୍ର (Ballistic Missile): ଏପରି କ୍ଷେପଣାସ୍ତ୍ରକୁ ଦୂରଗାମୀ ଆକ୍ରମଣ ପାଇଁ ବିକଶିତ କରାଯାଇଛି। ଲଞ୍ଚ ହୋଇସାରିବା ପରେ ବାଲାଷ୍ଟିକ ମିସାଇଲ ପୃଥିବୀର ବାୟୁମଣ୍ଡଳ ବାହାରକୁ ଚାଲି ଯାଇଥାନ୍ତି। ଏହା ପରେ ଗୁରୁତ୍ୱାକର୍ଷଣ ପ୍ରଭାବରେ ସେମାନେ ସେମାନଙ୍କ ଲକ୍ଷ୍ୟସ୍ଥଳ ଆଡ଼କୁ ମାଡ଼ିଆସନ୍ତି। ଯେତେବେଳେ ସେମାନେ ସେମାନଙ୍କର ଲକ୍ଷ୍ୟସ୍ଥଳ ଆଡଡୁ ଆସୁଥାନ୍ତି ସେତେବେଳେ ଏହାର ବେଗ ବହୁତ ବଢି ଯାଇଥାଏ। ଏପରିକି ଶବ୍ଦର ଗତିଠାରୁ ଅନେକ ଗୁଣ ଅଧିକ ବେଗରେ ଆସି ନିଜର ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥାନ୍ତି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ରହିଥାଏ। ଏହି କ୍ଷେପଣାସ୍ତ୍ର ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ଉଭୟ ବହନ କରିବାକୁ ସକ୍ଷମ ହୋଇଥାନ୍ତି। ଭାରତର ଅଗ୍ନି-୫, ଆମେରିକାର ମିନିଟ୍ମ୍ୟାନ୍-୩, ଋଷିଆର ଇସ୍କନ୍ଦର ଏହି ବର୍ଗରେ ଆସିଥାନ୍ତି।
କ୍ରୁଜ୍ କ୍ଷେପଣାସ୍ତ୍ର (Cruise Missile): ଅନ୍ୟପକ୍ଷରେ କ୍ରୁଜ୍ କ୍ଷେପଣାସ୍ତ୍ର ଜେଟ୍ ଇଞ୍ଜିନ୍ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏହା ପୃଥିବୀର ବାୟୁମଣ୍ଡଳରେ କମ୍ ଉଚ୍ଚତାରେ ଉଡ଼ିଥାଏ। ଏହି ମିସାଇଲ ଧାରଣତଃ ଭୂମି ଠାରୁ ୫୦-୧୦୦ ମିଟର ଉଚ୍ଚତା ମଧ୍ୟରେ ଉଡ଼ିପାରନ୍ତି। ଯାହା ଫଳରେ ରାଡାର ମାଧ୍ୟମରେ ଏହାକୁ ଚିହ୍ନଟ କରିବା ସହଜ ନୁହେଁ। ଏହି କ୍ଷେପଣାସ୍ତ୍ର ଜିପିଏସ (GPS) ଏବଂ ଅନ୍ୟାନ୍ୟ ନାଭିଗେସନ୍ ସିଷ୍ଟମ୍ (Navigation System) ବ୍ୟବହାର କରିଥାନ୍ତି। ଯାହା ଏହାକୁ ଉତ୍ତମ ସଠିକତା ସହିତ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବାରେ ସହାୟକ ହୋଇଥାଏ। କ୍ରୁଜ୍ ମିସାଇଲ ସାଧାରଣତଃ ୨ ଶହରୁ ୧୦୦୦ କିଲୋମିଟର ଦୂରତାରେ ଏହାର ଲକ୍ଷ୍ୟସ୍ଥଳକୁ ଲକ୍ଷ୍ୟଭେଦ କରିପାରେ। ଭାରତର ବ୍ରହ୍ମୋସ୍, ଆମେରିକାର ଟମହକ୍ ଏବଂ ଋଷିଆର କାଲିବ୍ର ହେଉଛି ବିଶ୍ୱର ପ୍ରମୁଖ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଅନ୍ୟତମ।
ହାଇପରସୋନିକ କ୍ଷେପଣାସ୍ତ୍ର (Hypersonic Missile): ଅନ୍ୟପକ୍ଷରେ ହାଇପରସୋନିକ୍ ମିସାଇଲ ଶବ୍ଦର ଗତି ଅପେକ୍ଷା ପାଞ୍ଚ ଗୁଣ ଅଧିକ ବେଗରେ ଉଡ଼ିପାରେ। ଏହି କ୍ଷେପଣାସ୍ତ୍ରର ଗତି ଏତେ ଅଧିକ ଯେ ଏହାକୁ ଅଟକାଇବା ଅତ୍ୟନ୍ତ କଷ୍ଟକର। ଏହି କ୍ଷେପଣାସ୍ତ୍ର ଉଡ଼ାଣ ସମୟରେ ଏହାର ଦିଗ ଏବଂ ବେଗ ପରିବର୍ତ୍ତନ କରିପାରେ। ଯାହାଦ୍ୱାର ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ (Air Defense System) ଚକମା ସହଜ ହୋଇଯାଏ। ହାଇପରସୋନିକ୍ କ୍ଷେପଣାସ୍ତ୍ର ସ୍ଥଳ, ଜଳ କିମ୍ବା ଆକାଶରୁ ସମୁଦ୍ରରୁ ମଧ୍ୟ ନିକ୍ଷେପ କରାଯାଇ ପାରିବ। ଏହାର ଉଚ୍ଚ ଗତି ଏବଂ ନିୟନ୍ତ୍ରଣ କ୍ଷମତା ଯୋଗୁଁ, ଏହାକୁ ଆଧୁନିକ ଯୁଦ୍ଧରେ ଏକ ବିପଦପୂର୍ଣ୍ଣ ଅସ୍ତ୍ର ଭାବେ ବିବେଚନା କରାଯାଏ।
ଆଣ୍ଟି ବାଲାଷ୍ଟିକ୍ ମିସାଇଲ (Anti Ballistic Missile): ଏହି କ୍ଷେପଣାସ୍ତ୍ରକୁ ହମଲା କରିବା ପାଇଁ ନୁହେଁ ବରଂ ଶତ୍ରୁ ପକ୍ଷ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ୟବହାର କରାଯାଏ। ଶତ୍ରୁ ପକ୍ଷର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବା ପାଇଁ ଆଣ୍ଟି ବାଲାଷ୍ଟିକ୍ ମିସାଇଲ ବ୍ୟବହୃତ ହୋଇଥାଏ। ଆଣ୍ଟି ବାଲାଷ୍ଟିକ୍ ମିସାଇଲ ଶତ୍ରୁ ପକ୍ଷର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ବାୟୁମଣ୍ଡଳ ଭିତରେ ଧ୍ୱଂସ କରି ଦେଇଥାଏ। ଏଥିପାଇଁ ପ୍ରଥମେ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଏକ ରାଡାର ସିଷ୍ଟମ ବ୍ୟବହାର କରି ଚିହ୍ନଟ (Track) କରାଯାଏ। ଏହା ପରେ ଇଣ୍ଟରସେପ୍ଟର ମିସାଇଲ ନିକ୍ଷେପ କରି ଶତ୍ରୁ ପକ୍ଷର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଏ। ଇସ୍ରାଏଲ (Israel) ଦ୍ୱାରା ଆଇରନ ଡୋମ୍ (Iron Dome), ଡେଭିଡ୍ ସ୍ଲିଙ୍ଗ୍ (Davids Sling), ଆରୋ-୩ (Arrow-3), ଆମେରିକାର (US) ଥାର୍ଡ (Thaad) ଏବଂ ପ୍ୟାଟ୍ରିୟଟ୍ (Patriot) ଏବଂ ଋଷିଆ ଏସ-୪୦୦ ( Russian S-400 Triumph System) ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ଯେଉଁ କ୍ଷେପଣାସ୍ତ୍ର ବ୍ୟବହାର କରାଯାଏ ତାହା ହେଉଛି ଆଣ୍ଟି ବାଲାଷ୍ଟିକ୍ ମିସାଇଲ୍।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories