Videos
|
National

No PUC No Fuel / PUC ନାହିଁ ତ ମିଳିବନି ପେଟ୍ରୋଲ ! ନଭେମ୍ବର ୧ରୁ ନୂଆ ନିୟମ, ମୋବାଇଲ୍‌ରେ ଏମିତି କରନ୍ତୁ ଚେକ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
PUC ନାହିଁ ତ ମିଳିବନି ପେଟ୍ରୋଲ ! ନଭେମ୍ବର ୧ରୁ ନୂଆ ନିୟମ, ମୋବାଇଲ୍‌ରେ ଏମିତି କରନ୍ତୁ ଚେକ୍
No PUCC No Fuel

Key Points

ଗାଡ଼ିରେ ପେଟ୍ରୋଲ-ଡିଜେଲ ଭରିବା ପୂର୍ବରୁ ସାବଧାନ
ନଭେମ୍ବର ୧ରୁ ବଦଳିବ ନିୟମ
PUC ନଥିଲେ ମିଳିବନି ତେଲ

ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି । ନଭେମ୍ବର ୧ରୁ ରାଜଧାନୀରେ ‘NO PUCC, NO FUEL’ ନୀତି ଲାଗୁ କରିବାକୁ ଘୋଷଣା କରାଯାଇଛି । ଏହି ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ବୈଧ ନଥିବ, ସେହି ଗାଡ଼ିକୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ ।

ଏହା ସହିତ, ବୈଧ PUC ସାର୍ଟିଫିକେଟ୍‌ ନଥାଇ ଗାଡ଼ି ଚଳାଉଥିବା ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ । ଅନ୍ୟପଟେ, ଦିଲ୍ଲୀରେ BS6 ମାନଦଣ୍ଡ ପୂରଣ କରୁନଥିବା ଗାଡ଼ିଗୁଡ଼ିକର ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଇବା ନେଇ ଘୋଷଣା କରାଯାଇଛି । ତେଣୁ ପେଟ୍ରୋଲ ପମ୍ପରେ ଅଯଥା ହଇରାଣ ହେବା ଓ ଜରିମାନାରୁ ବର୍ତ୍ତିବା ପାଇଁ ଗାଡ଼ି ମାଲିକମାନେ ନିଜ ଗାଡ଼ିର PUC ସାର୍ଟିଫିକେଟ୍‌ର ବୈଧତା ପୂର୍ବରୁ ଯାଞ୍ଚ କରିନେବା ଆବଶ୍ୟକ ।

ଅନଲାଇନ୍‌ରେ କିପରି ଯାଞ୍ଚ କରିବେ PUC ସାର୍ଟିଫିକେଟ୍‌ ?

ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଜାଣିବା ପାଇଁ ଆପଣ ଭାରତ ସରକାରଙ୍କ ପରିବହନ ବିଭାଗର ଅଫିସିଆଲ୍‌ ପୋର୍ଟାଲ୍‌ ବ୍ୟବହାର କରିପାରିବେ । ଏଥିପାଇଁ, ଆପଣଙ୍କୁ କେବଳ ଆପଣଙ୍କ ଗାଡ଼ିର ପଞ୍ଜିକରଣ ନମ୍ବର ଏବଂ ଚେସିସ୍ ନମ୍ବରର ଶେଷ ପାଞ୍ଚ ଅଙ୍କ ଆବଶ୍ୟକ।

ଏମିତି ଯାଞ୍ଚ କରନ୍ତୁ ଆପଣଙ୍କ PUCC ର ବୈଧତା

1. ପ୍ରଥମେ Parivahan ଅଫିସିଆଲ୍‌ ୱେବସାଇଟ୍‌ https://parivahan.gov.in/ ଖୋଲନ୍ତୁ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
2. ୱେବସାଇଟ୍‌ରେ ଥିବା ‘Online Services’ ବିଭାଗକୁ ଯାଇ ‘PUCC’ ବିକଳ୍ପ ଚୟନ କରନ୍ତୁ

3. ନିଜ ଗାଡ଼ିର ରେଜିଷ୍ଟ୍ରେସନ୍‌ ନମ୍ବର ଏବଂ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ (RC)ରେ ଥିବା ଚେସିସ୍‌ ନମ୍ବରର ଶେଷ ୫ଟି ଅଙ୍କ ଦିଅନ୍ତୁ

4. ସ୍କ୍ରିନ୍‌ରେ ଦେଖାଯାଉଥିବା କ୍ୟାପ୍‌ଚା କୋଡ୍‌ ପୂରଣ କରି ‘PUC Details’ ଉପରେ କ୍ଲିକ୍‌ କରନ୍ତୁ

5. ଏହାପରେ ଆପଣଙ୍କ ଗାଡ଼ିର PUC ସାର୍ଟିଫିକେଟ୍‌ ନମ୍ବର, ବୈଧତା ଶେଷ ହେବାର ତାରିଖ ଏବଂ ପ୍ରଦୂଷଣ ପରୀକ୍ଷା ସମୟରେ ରେକର୍ଡ ହୋଇଥିବା ତଥ୍ୟ ଦେଖିପାରିବେ

mParivahan ଆପ୍‌ ଜରିଆରେ ମଧ୍ୟ ଯାଞ୍ଚ କରିପାରିବେ

ଯଦି ଆପଣ ମୋବାଇଲ୍‌ ଫୋନ୍‌ରେ ସହଜରେ PUC ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ mParivahan ଆପ୍‌ ବ୍ୟବହାର କରିପାରିବେ ।
- ପ୍ରଥମେ ନିଜ ଆଣ୍ଡ୍ରଏଡ୍‌ କିମ୍ବା iOS ଫୋନ୍‌ରେ ଅଫିସିଆଲ୍‌ mParivahan ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ
- ଆପ୍‌ରେ ସାଇନ୍‌ ଇନ୍‌ କରି ନିଜ ଗାଡ଼ିର ବିବରଣୀ ଯୋଡ଼ନ୍ତୁ, ଯଦି ପୂର୍ବରୁ ଯୋଡ଼ା ହୋଇନାହିଁ
- ଏହାପରେ ‘Vehicle’ କିମ୍ବା ଗାଡ଼ିର ପ୍ରୋଫାଇଲ୍‌ ବିଭାଗକୁ ଯାଆନ୍ତୁ
- ସେଠାରେ ଉପଲବ୍ଧ PUC ସମ୍ବନ୍ଧୀୟ ବିବରଣୀ ଯାଞ୍ଚ କରି ସାର୍ଟିଫିକେଟ୍‌ର ବୈଧତା ବିଷୟରେ ଜାଣନ୍ତୁ
ଏହି ପଦ୍ଧତି ଦ୍ୱାରା ଏକାଧିକ ଗାଡ଼ି ଥିବା ମାଲିକମାନେ ମଧ୍ୟ ନିଜ ଗାଡ଼ିର ଆବଶ୍ୟକୀୟ ତଥ୍ୟ ସହଜରେ ଯାଞ୍ଚ କରିପାରିବେ ।

କେତେ ଦିନ ପର୍ଯ୍ୟନ୍ତ ବୈଧ ରହେ PUC ସାର୍ଟିଫିକେଟ୍‌ ?

ସାଧାରଣତଃ ନୂଆ ଗାଡ଼ି ପାଇଁ ପ୍ରଥମ ରେଜିଷ୍ଟ୍ରେସନ୍‌ ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ PUC ପରୀକ୍ଷା କରାଇବା ଆବଶ୍ୟକ ହୁଏ ନାହିଁ । ଏକ ବର୍ଷ ପୂରଣ ହେବା ପରେ ଗାଡ଼ିର ପ୍ରଦୂଷଣ ପରୀକ୍ଷା କରାଇ ବୈଧ PUC ସାର୍ଟିଫିକେଟ୍‌ ନେବାକୁ ପଡ଼େ ।

ପରବର୍ତ୍ତୀ ସମୟରେ ସାର୍ଟିଫିକେଟ୍‌ର ବୈଧତା ଗାଡ଼ିର ପ୍ରକାର, ଇନ୍ଧନ ଏବଂ ପ୍ରଯୁଜ୍ୟ ନିୟମ ଉପରେ ନିର୍ଭର କରେ । ତେଣୁ ସମସ୍ତ ଗାଡ଼ି ପାଇଁ ଏକାପ୍ରକାର ସମୟସୀମା ଧରିନେବା ଠିକ୍‌ ନୁହେଁ । ନିଜ ସାର୍ଟିଫିକେଟ୍‌ରେ ଉଲ୍ଲେଖ ଥିବା ଶେଷ ତାରିଖକୁ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ ।