Videos
|
National

କେମିତି ହେଲା ମା' ବୈଷ୍ଣୋ ଦେବୀଙ୍କ ଜନ୍ମ?

Arpita Mohanty
Browse all articles by Arpita Mohanty
·2 years ago·2 min read
କେମିତି ହେଲା ମା' ବୈଷ୍ଣୋ ଦେବୀଙ୍କ ଜନ୍ମ?

ଅର୍ଗସ ବ୍ୟୁରୋ : ଦେବୀଙ୍କ ପାଇଁ ବନିଛି ଏହି ମନ୍ଦିର । ଏଠାରେ ଦେବୀ ମା' ନିଜ ପାଦ ଚିହ୍ନ ଛାଡି ଯାଇଛନ୍ତି । ସମୁଦ୍ରସ୍ଥଳରୁ ୫୨ ଶହ ଫୁଟ ଉଚ୍ଚତାରେ ରହିଛି ଏହି ମନ୍ଦିର ଆଉ ଏଠାରେ ପହଞ୍ଚିବା ପାଇଁ ୧୨ କିଲୋମିଟରର ପାଦରେ ଚାଲି ଚାଲି ଯିବାକୁ ପଡିଥାଏ। ଆଉ କୁହାଯାଏ ଯିଏ ଏହି କଠିନ ରାସ୍ତା ପାର କରି ମନ୍ଦିରର ଗର୍ଭ ଗୃହରେ ପହଞ୍ଚିଯାଏ ତାର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ  ତାର ମୁକ୍ତିର ସବୁ ଦ୍ୱାର ଖୋଲିଯାଇଥାଏ । ଏହା ହେଉଛି ୫୧ଟି ଶକ୍ତି ପୀଠ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ଏବଂ ଜାଗ୍ରତ ପୀଠ ମା' ବୈଷ୍ଣୋ ଦେବୀଙ୍କ କଥା। ଏହା ଜମ୍ମୁର ତ୍ରିକୁଟ ପର୍ବତର ଶୀର୍ଷରେ ଅବସ୍ଥିତ। ମାଁଙ୍କ ମହିମା ବିଷୟରେ କିଏ ନଜାଣିଛି ? କିନ୍ତୁ କଣ ଆପଣ ଜାଣିଛନ୍ତି ବୈଷ୍ଣୋ ଦେବୀଙ୍କ ଜନ୍ମ କେବେ ଏବଂ କେମିତି ହୋଇଛି ?

 

ମାନ୍ୟତା ଅନୁସାରେ ମା' ବୈଷ୍ଣୋ ଦେବୀଙ୍କ ଜନ୍ମ ଦକ୍ଷିଣ ଭାରତରେ ରତ୍ନାକର ନାମକ ଜଣେ ବ୍ରାହ୍ମଣଙ୍କ ପରିବାରରେ ହୋଇଥିଲା । ରତ୍ନାକର ଏବଂ ତାଙ୍କ ପତ୍ନୀ ମାତା ଶକ୍ତିଙ୍କର ଭକ୍ତ ଥିଲେ | ସେ ସବୁବେଳେ ମାତା ଶକ୍ତିଙ୍କୁ ସନ୍ତାନ ପ୍ରାପ୍ତି ପାଇଁ ପୂଜା କରୁଥିଲେ । ତାଙ୍କ ପ୍ରାର୍ଥନା ଶୁଣି ମା' କାଳୀ, ମା' ଲକ୍ଷ୍ମୀ ଏବଂ ମା' ସରସ୍ବତୀ ନିଜର ଶକ୍ତି ବ୍ୟବହାର କରି ଏକ ଦିବ୍ୟ ଶକ୍ତିର ସଞ୍ଚାର କରିଥିଲେ। ଯେଉଁଥିରୁ ମା' ବୈଷ୍ଣୋ ଦେବୀଙ୍କ ଜନ୍ମ ହେଲା । 

ସେବେ ତିନି ମାତା ବୈଷ୍ଣୋ ଦେବୀଙ୍କୁ କହିଲେ କି ସେ ରତ୍ନାକରଙ୍କ ଘରେ ଜନ୍ମ ନିଅନ୍ତୁ ଏବଂ ନିଜ ଜୀବନକୁ ଧର୍ମର ରାସ୍ତାରେ ଅତିବାହିତ କରନ୍ତୁ । ମା' ବୈଷ୍ଣୋ ଦେବୀ ତାଙ୍କ କଥା ମାନି ଠିକ ସେହିଭଳି କରିଥିଲେ । ସେ ରତ୍ନାକରଙ୍କ ଘରେ ଜନ୍ମ ନେଲେ ଯେଉଁଠି ତାଙ୍କ ନାମ ବୈଷ୍ଣବୀ ରଖା ଗଲା। ଏହିଭଳି ଭାବେ ହୋଇଥିଲା ମା' ବୈଷ୍ଣୋ ଦେବୀଙ୍କ ଜନ୍ମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
 

Vaishno Devi | Argus News