Videos
|
National

Shocking Murder / ସ୍ତ୍ରୀକୁ ଫେରାଇ ଆଣିବାକୁ ମଣିଷ ବଳି... ଖାଦ୍ୟ ଖାଇବା ବାହାନାରେ ଡାକିଲେ…ତା'ପରେ ମୁଣ୍ଡ କାଟିଦେଲେ

Ritu Das
Browse all articles by Ritu Das
·2 weeks ago·2 min read
ସ୍ତ୍ରୀକୁ ଫେରାଇ ଆଣିବାକୁ ମଣିଷ ବଳି... ଖାଦ୍ୟ ଖାଇବା ବାହାନାରେ ଡାକିଲେ…ତା'ପରେ ମୁଣ୍ଡ କାଟିଦେଲେ
India

Key Points

୧୦ ବର୍ଷ ହେଲା ଅଲଗା ରହୁଥିବା ସ୍ତ୍ରୀଙ୍କୁ ପାଖକୁ ଆଣିବାକୁ ଜଣକୁ ସାଙ୍ଗ କହି ଡାକିଲେ ଶେଷରେ ମୁଣ୍ଡ କାଟି ବଳି ଦେଇଦେଲେ
ଅନ୍ଧବିଶ୍ବାସର କରୁଣ ପରିଣତି। ୧୦ ବର୍ଷ ହେଲା ଅଲଗା ରହୁଥିବା ସ୍ତ୍ରୀଙ୍କୁ ପାଖକୁ ଆଣିବାକୁ ଜଣକୁ ସାଙ୍ଗ କହି ଡାକିଲେ ଶେଷରେ ମୁଣ୍ଡ କାଟି ବଳି ଦେଇଦେଲେ। ଏଭଳି ଭୟଙ୍କର ଛାତିଥରା ଘଟଣା ଘଟିଛି ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଦେବଗାଁ ଥାନା ଅଧୀନରେ ଥିବା ବାଗାଡା ଗାଁରେ। ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇ ମୁଣ୍ଡକାଟ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ମୃତକଙ୍କ ନାମ ସନ୍ତୋଷ ଖରସେଲ, ସେ ବୋଲାଙ୍ଗିର ଜିଲ୍ଲାର ତୁସୁରା ଥାନା ଅଧୀନରେ ଥିବା ତେବାଦମୁଣ୍ଡା ଗ୍ରାମର ବାସିନ୍ଦା। ପୋଲିସ ଦାବି କରୁଛି ଯେ, ତାଙ୍କ ସ୍ତ୍ରୀଙ୍କୁ ଫେରି ପାଇବା ପାଇଁ ଏହି ହତ୍ୟା କରାଯାଇଥିଲା।

ବଲାଙ୍ଗିର ପୋଲିସ ଅଧିକ୍ଷକ ଜି. ଅଭିଳାଷଙ୍କ ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ଅଗଷ୍ଟ ୧୮ ତାରିଖରେ ରାତ୍ରୀଭୋଜନ ବାହାନାରେ ସନ୍ତୋଷଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ ବୋଲି ପୋଲିସ ସନ୍ଦେହ କରୁଛି। ସନ୍ତୋଷ ଶୋଇପଡ଼ିବା ପରେ ଶତ୍ରୁଘ୍ନ ଏବଂ ତାଙ୍କର କିଛି ସହଯୋଗୀ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ, ପରେ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ଏହି ଅପରାଧ ନରବଳି ପାଇଁ ହୋଇଛି ବୋଲି ପୋଲିସ କହିଛି।

ଏହାସହ ପଢ଼ନ୍ତୁ: ଗାଁ ପୋଖରୀରେ ମୁଣ୍ଡବିହୀନ ମୃତଦେହ, ଘରେ ପୋତା ହୋଇଥିଲା କଟା ମୁଣ୍ଡ

ହତ୍ୟା ପରେ, ଅଭିଯୁକ୍ତମାନେ ସନ୍ତୋଷଙ୍କ ମୃତଦେହକୁ ଗାଁ ବାହାରେ ନେଇ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ତାଙ୍କ କଟା ମୁଣ୍ଡ ଶତ୍ରୁଘ୍ନଙ୍କ ପ୍ରାର୍ଥନା ଘରେ ଲୁଚାଇ ରଖାଯାଇଥିଲା। ଗୁରୁବାର ସ୍ଥାନୀୟ ଲୋକମାନେ ପୋଖରୀ ନିକଟରେ ମୁଣ୍ଡବିହୀନ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ପରେ, ଦେବଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପୋଲିସ ପହଞ୍ଚିବାବେଳକୁ ସେ ଧ୍ୟାନ କରୁଥିଲେ

ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଲା ଯେ ସନ୍ତୋଷଙ୍କୁ ଶେଷ ଥର ପାଇଁ ଶତ୍ରୁଘ୍ନ ସାହୁଙ୍କ ସହ ଦେଖାଯାଇଥିଲା। ଏହି ସୂଚନା ଆଧାରରେ, ଏକ ପୋଲିସ ଦଳ ସାହୁଙ୍କ ଘରେ ପହଞ୍ଚିଥିଲା। ସାହୁ ସେହି ସମୟରେ ଘର ଭିତରେ ଧ୍ୟାନ କରୁଥିବା ଜଣାପଡ଼ିଛି। ପ୍ରାରମ୍ଭିକ ପଚରାଉଚରା ସମୟରେ ସେ ପୋଲିସକୁ କହିଥିଲେ ଯେ ମଦ୍ୟପାନକୁ ନେଇ ବିବାଦ ପରେ ସନ୍ତୋଷଙ୍କୁ ହତ୍ୟା କରାଯାଇଥିଲା।

ଅଭିଯୁକ୍ତମାନେ ପୋଲିସକୁ ସେହି ସ୍ଥାନକୁ ନେଇଗଲେ ଯେଉଁଠାରେ ମୁଣ୍ଡ ପୋତା ଯାଇଥିଲା। ପୋଲିସ ସେହି ସ୍ଥାନକୁ ଖୋଳି ସନ୍ତୋଷଙ୍କ କଟା ମୁଣ୍ଡ ଉଦ୍ଧାର କରିଥିଲା। ଅପରାଧରେ ବ୍ୟବହୃତ ରକ୍ତ ଲାଗିଥିବା ଧାରୁଆ ଅସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ପୋଲିସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ସମେତ ଘଟଣାସ୍ଥଳରୁ ୫ଜଣଙ୍କୁ ଗିରଫ କରିଛି।

  • ସ୍ତ୍ରୀକୁ ଫେରି ପାଇବା ପାଇଁ ବଳି ଦିଆଯାଇଥିଲା

ପୋଲିସ ସନ୍ଦେହ କରୁଛି ଯେ ହତ୍ୟାକାଣ୍ଡ ଅନ୍ଧବିଶ୍ୱାସ ଏବଂ କଥିତ ଯାଦୁବିଦ୍ୟା ପାଇଁ ଏହି ନାରକୀୟ କାଣ୍ଡ ଘଟିଛି। ପଚରାଉଚରା ସମୟରେ ଶତ୍ରୁଘ୍ନ ତଦନ୍ତକାରୀଙ୍କୁ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ଫେରି ପାଇବା ପାଇଁ ଏହି ବଳି ଦେଇଥିଲେ। ତଦନ୍ତ ଅନୁଯାୟୀ, ସାହୁଙ୍କ ସ୍ତ୍ରୀ ଗତ ୧୦ବର୍ଷ ଧରି ତାଙ୍କ ପୁଅ ଏବଂ ଝିଅ ସହିତ ତାଙ୍କଠାରୁ ଅଲଗା ରହୁଥିଲେ। ପୋଲିସ ସନ୍ଦେହ କରିଛି ଯେ, ତନ୍ତ୍ର ମନ୍ତ୍ର ବଳରେ କଳାଯାଦୁ କରୁଥିବାରୁ ପୂରା ପରିବାର ଅଭିଯୁକ୍ତଙ୍କ ଠାରୁ ଦୂରରେ ରହୁଥିଲା। ଆଉ ତାଙ୍କୁ ପାଖକୁ ଆଣିବାକୁ ସେ ଏଭଳି କାଣ୍ଡ ଭିଆଇଛନ୍ତି।

ପୋଲିସ ଏବେ ଯାଞ୍ଚ କରୁଛି ଯେ, ମାନବବଳିର ଶତ୍ରୁଘ୍ନଙ୍କ ସହ ଆଉ କାହାର ସମ୍ପୃକ୍ତି ଥିଲା। ଏସପି ଅଭିଳାଷ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତଙ୍କ ପୋଲିସ ପଚରାଉଚରା ବେଳେ ସେ ନିଜର ଦୋଷ ସ୍ବୀକାର କରିଛି। କାରଣ ପୋଲିସ ତାଙ୍କ ଘରୁ ହିଁ କଟାମୁଣ୍ଡ ଜବତ କରିଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ସିନ ରିକ୍ରିଏସନ କରାଯାଇଥିଲା।

Related Topics

Explore more stories