Videos
|
Crime

Shocking Crime / ଗାଁ ପୋଖରୀରେ ମୁଣ୍ଡବିହୀନ ମୃତଦେହ, ଘରେ ପୋତା ହୋଇଥିଲା କଟା ମୁଣ୍ଡ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଗାଁ ପୋଖରୀରେ ମୁଣ୍ଡବିହୀନ ମୃତଦେହ, ଘରେ ପୋତା ହୋଇଥିଲା କଟା ମୁଣ୍ଡ
Headless Body in Pond, Severed Head Found at Home

Key Points

ଘରେ କଟା ମୁଣ୍ଡ ରଖିବା ବଳି ଦେଇଥିବା ଅଭିଯୋଗ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁରେ ପୋଖରୀରୁ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣାରେ ମୃତକଙ୍କ ମୁଣ୍ଡ ମିଳିଛି । ଅଭିଯୁକ୍ତ ଶତ୍ରୁଘ୍ନ ଘରେ ପୋତା ଯାଇଥିବା କଟା ମୁଣ୍ଡ ଜବତ କରାଯାଇଛି ।
ବଲାଙ୍ଗିର: ଶତ୍ରୁ ସାଜିଲା ଶତ୍ରୁଘ୍ନ । ସନ୍ତୋଷକୁ ଡାକି ନେଇ ମାରିଦେଲା । ଘରେ କଟା ମୁଣ୍ଡ ରଖିବା ବଳି ଦେଇଥିବା ଅଭିଯୋଗ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବଗଡ଼ା ଗାଁରେ ପୋଖରୀରୁ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣାରେ ମୃତକଙ୍କ ମୁଣ୍ଡ ମିଳିଛି । ଅଭିଯୁକ୍ତ ଶତ୍ରୁଘ୍ନ ଘରେ ପୋତା ଯାଇଥିବା କଟା ମୁଣ୍ଡ ଜବତ କରାଯାଇଛି ।

ସନ୍ତୋଷ ଖରସେଲଙ୍କୁ ଅଭିଯୁକ୍ତ ଶତ୍ରୁଘ୍ନ ବଳି ଦେଇଥିବା ଅଭିଯୋଗ ହୋଇଛି । ଗୁରୁବାର ଦେଓଗାଁ ଥାନା ବଗଡ଼ା ଗାଁରେ ପୋଖରୀରେ ମୁଣ୍ଡ ବିହୀନ ଶବ ଭାସୁଥିବା ଦେଖି ଚାଞ୍ଚଲ୍ୟ ଖେଳି ଯାଇଥିଲା । ପୋଲିସର ଛାନଭିନ୍ ବେଳେ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ଘରୁ କଟା ମୁଣ୍ଡ ମିଳିଥିଲା ।

ଏଥିସହ ପଢ଼ନ୍ତୁ: ଆଉ ସହର ନୁହେଁ, ଗାଁ ଗାଁରେ ମାତିଲେଣି ଅପରାଧୀ; ଗାଡ଼ି ଲୁଟ୍ ପାଇଁ କଲେ ଗୁଳିମାଡ଼ 

ବଳି ଦେଇ ଘରେ ପୋତିଥିଲା କଟା ମୁଣ୍ଡ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗ ଅନୁସାରେ, ମୃତ ସନ୍ତୋଷ ଖରସେଲ ୩ ଦିନ ହେଲା ନିଖୋଜ ଥିଲେ । ତୁଷୁରା ଥାନା ଅନ୍ତର୍ଗତ ଟେପଡ଼ାମୁଡ଼ା ଗାଁର ସନ୍ତୋଷ ବସ୍‌ରେ ୩ ଦିନ ତଳେ ଅଗଷ୍ଟ ୧୮ ତାରିଖରେ ପଳାଇ ଆସିଥିଲେ । ସନ୍ତୋଷଙ୍କୁ ଖାଇବା ଲୋଭ ଦେଖାଇ ଶତ୍ରୁଘ୍ନ ଘରକୁ ନେଇ ଯାଇଥିଲେ ।

ଆଉ ଘରେ ସନ୍ତୋଷଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା ଶତ୍ରୁଘ୍ନ । ବଳି ଉଦ୍ଦେଶ୍ୟରେ ହତ୍ୟା ସହ କଟା ମୁଣ୍ଡକୁ ଶୋଇବା ଘରେ ଗାତ ଖୋଳି ପୋତି ଦେଇଥିବା ସନ୍ତୋଷଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କଟା ମୁଣ୍ଡକୁ ଖୋଳି ବାହାର କରିଛି ।

ଏଥିସହ ପଢ଼ନ୍ତୁ: ହାତ ବାନ୍ଧି ମାନସିକ ବିକାରଗ୍ରସ୍ତଙ୍କୁ ମନ ଇଚ୍ଛା ପିଟିଲେ ଦୋକାନୀ; ପ୍ଲାଟଫର୍ମରେ ଛିଡ଼ା ହୋଇ ଦେଖୁଥିଲେ ସମସ୍ତେ 

ତେବେ ଶତ୍ରୁଘ୍ନ ବଳି ଉଦ୍ଦେଶ୍ୟରେ ସନ୍ତୋଷଙ୍କୁ ହତ୍ୟା ପରେ କଟା ମୁଣ୍ଡ ରଖିଥିଲା କି ? ନା ହତ୍ୟା ପଛରେ ଆଉ କିଛି କାରଣ ରହିଛି ? ମୃତ ସନ୍ତୋଷଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ସେମାନେ ଶତ୍ରୁଘ୍ନକୁ ଆଗରୁ ଚିହ୍ନି ନାହାନ୍ତି କିମ୍ବା ଜାଣି ନାହାନ୍ତି ।

ପୋଲିସ ମୁଣ୍ଡବିହୀନ ମୃତଦେହ ସହ କଟା ମୁଣ୍ଡ ଜବତ କରି ଛାନଭିନ୍ ଜାରି ରଖିଛି । ଅଭିଯୁକ୍ତ ଶତ୍ରୁଘ୍ନ ସାହୁକୁ ପୋଲିସ ଗିରଫ କରିବା ସହ ପଚରାଉଚରା କରୁଛି । ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁକୁ ଫାଶୀ ଦେବାକୁ ମୃତ ସନ୍ତୋଷଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।
Bolangir Murder Case: Headless Body Found, Severed Head Recovered | Argus News | Argus News