Videos
|
National

Bharat Summit / 'ଭାରତ ସମ୍ମିଳନୀ' ନାଁରେ ରାହୁଲ ଗାନ୍ଧୀଙ୍କ ଦେଶ ବିରୋଧୀ ଷଡ଼ଯନ୍ତ୍ର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
'ଭାରତ ସମ୍ମିଳନୀ' ନାଁରେ ରାହୁଲ ଗାନ୍ଧୀଙ୍କ ଦେଶ ବିରୋଧୀ ଷଡ଼ଯନ୍ତ୍ର
Rahul Gandhi's Bharat Summit Draws BJP Criticism, Amit Shah Reacts

Key Points

ବିଦେଶୀ ନେତାଙ୍କ ଭାରତ ବିରୋଧୀ ସ୍ଳୋଗାନ ପରେ ଟାର୍ଗେଟରେ ରାହୁଲ
ଲୋକସଭା ବିରୋଧୀ ଦଳ ନେତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିଶାନା
ଇଟାଲୀ ନେତାଙ୍କ ବୟାନ ପରେ BJYMର ରାହୁଲ ଗୋ-ବ୍ୟାକ୍ ନାରାବାଜି
ହାଇଦ୍ରାବାଦ: ହାଇଦ୍ରାବାଦର 'ଭାରତ ସମ୍ମିଳନୀ'କୁ ନେଇ ତେଜିଲା ରାଜନୈତିକ ବୟାନବାଜି । ସମ୍ମିଳନୀରେ ବିଦେଶୀ ନେତା ଜିଆକୋମୋ ଫିଲିବେକ୍‌ଙ୍କ ବୟାନକୁ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସକୁ ଘେରିଛି ବିଜେପି । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପ ଅଭିଯୋଗ ଆଣି ଏହାକୁ 'ଭାରତ ବିରୋଧୀ ସମ୍ମିଳନୀ' ବୋଲି କହିଛନ୍ତି ବିଜେପି ନେତା ।

ସେପଟେ ମହାରାଷ୍ଟ୍ରରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ କଟାକ୍ଷ କରିଛନ୍ତି । କହିଛନ୍ତି, "ବିଦେଶୀଙ୍କୁ ଡାକି ସମ୍ମିଳନୀ କଲେ କ୍ଷମତା ମିଳିବ ନାହିଁ ।" ହାଇଦ୍ରାବାଦ ସମ୍ମିଳନୀ ସ୍ଥଳରେ ଯୁବ ମୋର୍ଚ୍ଚାର ହଙ୍ଗାମା ପରେ ପୋଲିସ ପ୍ରତିବାଦକାରୀଙ୍କୁ ଅଟକ ରଖିଛି ।

ହାଇଦ୍ରାବାଦରେ ତେଲଙ୍ଗାନା ସରକାରଙ୍କ 'ଭାରତ ସମ୍ମିଳନୀ'କୁ ନେଇ ବଡ଼ ରାଜନୈତିକ ହଟଚମଟ । କଂଗ୍ରେସ ଆୟୋଜିତ ସମ୍ମିଳନୀରେ ଜଣେ ବିଦେଶୀ ନେତାଙ୍କ ଦ୍ୱାରା ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ଜୋରଦାର ବିରୋଧ କରିଛି ବିଜେପି । କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛି ଦଳ ।

ସମ୍ମିଳନୀରେ 'ପାର୍ଟି ଅଫ୍ ୟୁରୋପିଆନ୍ ସୋସିଆଲିଷ୍ଟସ୍'- PESର ସାଧାରଣ ସମ୍ପାଦକ ଜିଆକୋମୋ ଫିଲିବେକ୍ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଜଣେ ବିଦେଶୀ ରାଜନେତା ହସ୍ତକ୍ଷେପ କରୁଥିବା ବେଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ତାହାକୁ ଦେଖି ହସୁଥିବାରୁ କଡ଼ା ଆପତ୍ତି ଉଠାଇଛି ବିଜେପି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ପୋଲିସ ଏନକାଉଣ୍ଟରକୁ ସମର୍ଥନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ 

ତେଲଙ୍ଗାନା ବିଜେପି ମୁଖ୍ୟ ଏନ୍. ରାମଚନ୍ଦର ଏହାକୁ 'ଦେଶଦ୍ରୋହ' ସମାନ ବୋଲି କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏନେଇ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ଏହି କାର୍ଯ୍ୟକ୍ରମକୁ 'ଭାରତ ବିରୋଧୀ ସମ୍ମିଳନୀ' ବୋଲି କହିଛନ୍ତି ।

ମହାରାଷ୍ଟ୍ରରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାହୁଲ ଗାନ୍ଧି ଓ କଂଗ୍ରେସକୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି । ବିଭିନ୍ନ ବିଦେଶୀ ଫୋରମରେ ଭାରତକୁ ନିନ୍ଦିତ କରି କ୍ଷମତା ହାସଲ କରିବା ସମ୍ଭବ ନୁହେଁ । ଯଦି କ୍ଷମତା ପାଇଁ ଆଶାୟୀ, ତେବେ ବିଦେଶକୁ ନ ଯାଇ ଗାଁରେ ଲୋକମାନଙ୍କ ସହ ମିଶିବା ଦରକାର ।

କଂଗ୍ରେସ ଦେଶ ବାହାରୁ ବାମପନ୍ଥୀ ବିଚାରଧାରାର ପ୍ରଚାରକମାନଙ୍କୁ ଡାକି ଏହାର ନାଁ 'ଭାରତ ସମ୍ମିଳନୀ' ରଖିଥିବା କହିଛନ୍ତି ଶାହ । ଲଗାତର ନିର୍ବାଚନରେ ପରାଜୟର ହତାଶା ଯୋଗୁଁ କଂଗ୍ରେସ ଏପରି କରୁଥିବା କହି, ଏଭଳି ନେତୃତ୍ୱଙ୍କ ପଛରେ ଗଲେ ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିବ ନାହିଁ ବୋଲି ଅମିତ ଶାହ କଟାକ୍ଷ କରିଛନ୍ତି ।

କଂଗ୍ରେସର 'ଇଟାଲୀ' ଷଡ଼ଯନ୍ତ୍ର ବିରୋଧରେ ହାଇଦ୍ରାବାଦର HICC ନୋଭେଲ୍‌ରେ ଅନୁଷ୍ଠିତ ସମ୍ମିଳନୀ ସ୍ଥଳରେ ଜୋରଦାର ହଙ୍ଗାମା କରିଛି ଭାରତୀୟ ଜନତା ଯୁବ ମୋର୍ଚ୍ଚା । ରାହୁଲ ଗାନ୍ଧିଙ୍କ ବିରୋଧରେ ଜୋରଦାର୍ ନାରାବାଜି କରିବା ସହ ରାହୁଲ ଗୋ ବ୍ୟାକ୍ ସ୍ଳୋଗାନ ଦିଆଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରତିବାଦକାରୀଙ୍କୁ ଅଟକ ରଖି ସ୍ଥାନୀୟ ଥାନାକୁ ନେଇଥିଲା ।