Crime News / ପୋଲିସ ଏନକାଉଣ୍ଟରକୁ ସମର୍ଥନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
·1 hour ago·2 min read

Key Points
ପ୍ରଥମେ ଅଭିଯୁକ୍ତ ପୋଲିସ କନଷ୍ଟେବଳକୁ ଗୁଳି କଲା, ସମସ୍ତେ ଚୁପ୍ ରହିଲେ । ଏବେ ଯେତେବେଳେ ପୋଲିସ ଗୁଳିରେ ଅଭିଯୁକ୍ତ ନିହତ ହୋଇଛି, ସେତେବେଳେ ବିରୋଧୀ ଅଭିଯୁକ୍ତ ପ୍ରତି ସହାନୁଭୂତି ଓଜାଡ଼ି ପୋଲିସ ଓ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ।
କୋଲକାତା: ପୋଲିସ କନଷ୍ଟେବଳଙ୍କୁ ଗୁଳି କରିଥିଲା । ଏବେ ପୋଲିସ ଗୁଳିରେ ଅପରାଧୀ ଟଳିଲା । ଅଭିଯୁକ୍ତ ରତନ ଶେଖକୁ ପୋଲିସର ଏନକାଉଣ୍ଟର ଏବେ ପଶ୍ଚିମବଙ୍ଗରେ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି । ପୋଲିସ ଆତ୍ମରକ୍ଷା ପାଇଁ ଗୁଳି କରିଥିବା କହୁଥିବା ବେଳେ ସମର୍ଥନ ଦେଇ ବିଜେପି ସରକାର ଅପରାଧୀଙ୍କୁ କଡ଼ା ବାର୍ତ୍ତା ଦେଇଛି ।
ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଅପରାଧୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଯାହାକୁ ନେଇ ସୋମବାର ରାଜନୀତି ଉଷ୍ଣ ହୋଇଛି । ଗୁଳି ବିନିମୟରେ ଅଭିଯୁକ୍ତ ରତନ ଶେଖର ମୃତ୍ୟୁ ହୋଇଛି । ଅଭିଯୋଗ ଅନୁସାରେ, ନଭେମ୍ବର ୧୩ ତାରିଖରେ ରତନ ହିଁ ଜଣେ ପୋଲିସ କନଷ୍ଟେବଳ ଉପରକୁ ଗୁଳି ଚଳାଇଥିଲା । ଯାହାପରେ ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳିମାଡ଼ କରିଥିବା କହିଛନ୍ତି ବୀରଭୂମ ଏସ୍ପି ।
ପୋଲିସ ଅନୁସାରେ, ରତନ ଶେଖକୁ ରବିବାର ଗିରଫ କରାଯାଇଥିଲା । ପଚରାଉଚରା ବେଳେ ରତନ କହିଥିଲା କନଷ୍ଟେବଳ ଉପରେ ଆକ୍ରମଣ କରିଥିବା ଅସ୍ତ୍ର ବୀରଭୂମର ନାନୁର ଅଞ୍ଚଳର ଚାରାକୋଳ ଗାଁର ଏକ ଇଟା ଭାଟିରେ ଲୁଚାଇ ରଖିଛି । ଲୁଚାଇ ରଖିଥିବା ଅସ୍ତ୍ର ଜବତ କରିବା ଲାଗି ପୋଲିସ ରତନକୁ ସେଠାକୁ ନେଇ ଯାଇଥିଲା ।
ଏଥିସହ ପଢ଼ନ୍ତୁ: ଜଙ୍ଗଲରୁ ମିଳିଲା ମହିଳା ଏୟାରଲାଇନ୍ କର୍ମଚାରୀଙ୍କ ମୃତଦେହ, ଦୀପାବଳିରେ ମାମୁଁଘରକୁ ଆସିଥିଲେ ବର୍ଷା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୀରଭୂମ ଏସ୍ପିଙ୍କ ଅନୁସାରେ, ଚାରାକୋଳ ଗାଁରେ ପହଞ୍ଚିବା ପରେ ଭିଡିଓ ରେକର୍ଡିଂ ଆରମ୍ଭ ପୂର୍ବରୁ ହିଁ ରତନ ହଠାତ୍ ପୋଲିସ କର୍ମଚାରୀଙ୍କ ଉପରେ ଗୁଳି କରିବା ଆରମ୍ଭ କରିଥିଲା । ପୋଲିସ ଗାଡ଼ିରେ ଗୁଳି ବାଜିଥିଲା । ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳିମାଡ଼ କରିଥିଲା । ସେଥିରୁ ୩ଟି ଗୁଳି ଯାଇ ରତନ ଦେହରେ ବାଜିଥିଲା । ରତନକୁ ସ୍ଥାନୀୟ ହସ୍ପିଟାଲ୍ ନିଆଯାଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।
ପୋଲିସ ରତନର ଆଉ ଦୁଇ ଜଣ ସହଯୋଗୀ ରମେଶ ଲୋହାର ଓ ନୁର ହୁସୈନ ଶେଖଙ୍କୁ ଗିରଫ କରିଥିବା ଏସ୍ପି ସୂଚନା ଦେଇଛନ୍ତି । ରତନ ନାଁରେ ୩୬ଟି ରହିଥିବା ବେଳେ ରମେଶ ବିରୋଧରେ ୧୭ଟି ମାମଲା ରହିଛି । ଏଥିରେ ଲୁଟ୍ ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ଆଦି ମାମଲା ରହିଛି ।
ସରକାର ଓ ବିରୋଧୀ ମୁହାଁମୁହିଁ
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୋଲିସ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି । ଶୁଭେନ୍ଦୁ ଅଧିକାରୀ କହିଛନ୍ତି, "ରାଜ୍ୟରେ ଅପରାଧୀ, ଦୁଷ୍କର୍ମୀ ଓ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖୁଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ନାହିଁ ।" ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଯଦି କି ପୋଲିସକୁ ଗୁଳି କରିବ କ'ଣ ପୋଲିସ ତାକୁ ଲଡୁ ଖୁଆଇବ ? ଏଭଳି ଭାବେ ବିଜେପି ନେତାଙ୍କ ଯୁକ୍ତି ହେଲା କଡ଼ା କାର୍ଯ୍ୟାନୁଷ୍ଠାନ ଦ୍ଵାରା ପୋଲିସର ଭୟ ଫେରିବ ।
ସେପଟେ ଟିଏମ୍ସି ବିଧାୟକ କୁଣାଲ ଘୋଷ କହିଛନ୍ତି, "ଅପରାଧୀଙ୍କୁ କଡ଼ା ସଜ୍ଜା ମିଳିବା ଦରକାର । କିନ୍ତୁ ସଜ୍ଜା କିଏ ଦେବ ଓ କେଉଁ ପ୍ରକ୍ରିୟାରେ ତାହା ନିର୍ଦ୍ଧାରଣ ହେବା ଜରୁରୀ ।"