Fake Notes / ୟୁଟ୍ୟୁବ୍ରୁ ଶିଖି ଘରେ ଛାପୁଥିଲେ ନକଲି ନୋଟ୍, ମିଳିଲା ୭ କୋଟି
·1 hour ago·2 min read

Key Points
ଏକ ବଡ଼ ନକଲି ନୋଟ୍ କାରବାରର ଖୁଲାସା ହୋଇଛି । ପୋଲିସ ୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାଲ୍ ନୋଟ୍ ଜବତ କରିଛି ।
ହାଇଦ୍ରାବାଦ: ୟୁଟ୍ୟୁବ୍ ଦେଖି ନକଲି ନୋଟ୍ ତିଆରି କରିବା ଶିଖିଥିଲେ । ଏହା ପରେ ନିଜେ ନକଲି ନୋଟ୍ ଛାପି ବଜାରରେ ଚଳାଇବାକୁ ଯୋଜନା କରିଥିଲେ । ହେଲେ ଏହି ଯୋଜନାର ପର୍ଦ୍ଦାଫାସ୍ କରିଛି ପୋଲିସ । ହାଇଦ୍ରାବାଦରେ ଏକ ବଡ଼ ନକଲି ନୋଟ୍ କାରବାରର ଖୁଲାସା ହୋଇଛି । ପୋଲିସ ୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜାଲ୍ ନୋଟ୍ ଜବତ କରିଛି ।
କେମିତି ଧରାପଡ଼ିଲା ଏହି ଗ୍ୟାଙ୍ଗ?
ନଭେମ୍ବର ୧ ତାରିଖରେ ରାମୋଜି ଫିଲ୍ମ ସିଟି ନିକଟ ଜାତୀୟ ରାଜପଥ-୬୫ରେ ଅବଦୁଲ୍ଲାପୁରମେଟ୍ ପୋଲିସ ଓ ଶାଦନଗର ସ୍ପେଶାଲ ଅପରେସନ୍ ଟିମ୍ (SOT) ମିଳିତ ଭାବେ ଗାଡ଼ି ଯାଞ୍ଚ କରୁଥିଲେ । ଏହି ସମୟରେ ଏକ କାର୍ରୁ ୮ ଲକ୍ଷ ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନକଲି ନୋଟ୍ ମିଳିଥିଲା । ଗାଡ଼ିରେ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିଲା ।
ପୋଲିସ ତଦନ୍ତ ସମୟରେ ହାଇଦ୍ରାବାଦ ଉପକଣ୍ଠ କୁନ୍ତଲୁରର ଏକ ଭଡ଼ା ଘରେ ନକଲି ନୋଟ୍ ଛାପିବା ୟୁନିଟ୍ ଚାଲୁଥିବା ଜଣାପଡ଼ିଥିଲା । ସେଠାରୁ ଆଉ ୬.୭୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନକଲି ନୋଟ୍ର ୧୩୪ଟି ବଣ୍ଡଲ୍ ଜବତ ହୋଇଥିଲା । ଏହା ସହ ପ୍ରିଣ୍ଟର, ସ୍କାନର, ଲାପଟପ୍ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଜବତ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ମଝି ଆକାଶରେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଖୋଲିବାକୁ ପ୍ରୟାସ; ଯାତ୍ରା ବେଳେ ଆତଙ୍କିତ ହୋଇଉଠିଲେ ଯାତ୍ରୀ
ନକଲି ପୋଲିସ ସାଜି ଲୋକଙ୍କୁ ଠକୁଥିଲେ
ପୋଲିସର ତଦନ୍ତ ଅନୁସାରେ, ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ଅସଲି ଟଙ୍କା ଦେଖାଇ ଲୋକଙ୍କ ବିଶ୍ୱାସ ଜିତୁଥିଲେ । ଏହା ପରେ ନକଲି ପୋଲିସ ପରିଚୟପତ୍ର, ୱାକିଟକି ଓ ନକଲି ପିସ୍ତଲ ଧରି ପୋଲିସ ଅଧିକାରୀ ସାଜୁଥିଲେ ।
ଏହି ଉପାୟରେ ଲୋକଙ୍କୁ ଭୟଭୀତ କରି ସେମାନଙ୍କ ଅସଲି ଟଙ୍କା ନେଇ ଫେରାର ହୋଇଯାଉଥିଲେ । ଦୁଇଟି ଅଲଗା ଘଟଣାରେ ଏହି ଗ୍ୟାଙ୍ଗ ୨ ଲକ୍ଷ ଓ ୩ ଲକ୍ଷ ଟଙ୍କା ଠକିଥିବା ପୋଲିସ କହିଛି ।
୪ ଗିରଫ, ୩ ଫେରାର
ଗିରଫ ହୋଇଥିବା ୪ ଜଣ ହେଲେ ମଦୁପୋଜୁ କର୍ଣ୍ଣାକର, ଚିନୋଲ୍ଲା ମାଣିକ୍ୟ ରେଡ୍ଡୀ, ଚେରୁକୁପଲ୍ଲୀ ରତ୍ନାକର ରେଡ୍ଡୀ ଓ କରଣମ ଅଜୟ କୁମାର । ଏହି ଘଟଣାରେ ଆଉ ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ଏବଂ ଏହି ନକଲି ନୋଟ୍ କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।